ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢୁଷଗୁଡ଼ା ରେତ୍ ଡ୍ୟାମରେ ବୁଡ଼ି କଲେଜ ଛାତ୍ର ନିଖୋଜ ଘଟଣା , ଆଠଘଣ୍ଟା ବିତିଲା, ପତ୍ତା ମିଳିଲାନି : ରାତିହେବାରୁ ଅଧାରେ ଅଟକିଲା ଉଦ୍ଧାର କାର୍ଯ୍ୟ

ଲାଞ୍ଜିଗଡ଼,୧୨/୦୭(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଓ ନର୍ଲା ବ୍ଲକ ସୀମାନ୍ତ ଢୁଷଗୁଡାସ୍ଥିତ ରେତ୍ ନଦୀ ଡ୍ୟାମ୍ ରେ ବୁଡ଼ି ଜଣେ କଲେଜ ଛାତ୍ର ନିଖୋଜ ଥିବା ଘଟଣାକୁ ସାତଘଣ୍ଟା ବିତିସାରିଛି ! ତେବେ ଆଠଘଣ୍ଟା ପରେ ବି ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରାଯାଇ ପାରିନାହିଁ ! ଘଟଣାସ୍ଥଳରେ ନର୍ଲା ଓ ଭବାନୀପାଟଣା ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ଅଧାରେ ଅଟକିଛି ! ତେବେ ସମୟ ଯେତେ ଅତିକ୍ରାନ୍ତ ହେଉଛି, ଛାତ୍ରଙ୍କ ବଞ୍ଚି ରହିବା ସମ୍ଭାବନା ସେତେ କମିବାରେ ଲାଗିଛି ! ଘଟଣାସ୍ଥଳରେ ନର୍ଲା ତହସିଲଦାର ଶଙ୍କର ବାଗ, ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେରଙ୍କ ସମେତ ପୁଲିସ ବାହିନୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିଲେ ! ତେବେ ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି ! ଆସନ୍ତାକାଲି ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ଓ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହେବ ବୋଲି ଜଣାପଡ଼ିଛି ! ସୂଚନାଯୋଗ୍ୟ, ଭବାନୀପାଟଣା ସହରର ତିନିଜଣ କଲେଜ ଛାତ୍ର ଓ ଦୁଇଜଣ ଛାତ୍ରୀ ଆଜି ଦିନବେଳେ ରେତ୍ ପ୍ରକଳ୍ପ ବୁଲିବାକୁ ଆସିଥିବାବେଳେ ପ୍ରକଳ୍ପର ନିଷିଦ୍ଧାଞ୍ଚଳ ପଟେ ଯାଇଥିବାବେଳେ ଜଣେ ଛାତ୍ର ଭବାନୀପାଟଣାର ସୁଦାମ ପଣ୍ଡାଙ୍କ ପୁଅ ସାଲୁ ପଣ୍ଡା ଅସାବଧାନତାବଶତଃ ପାଣିରେ ଖସି ବୁଡିଯାଇଥିଲେ ! ତାଙ୍କ ସାଙ୍ଗସାଥୀମାନେ ସାଲୁଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ପାଣିର ଗଭୀରତା ଯୋଗୁଁ ଉଦ୍ଧାର କରିପାରିନଥିଲେ ! ଏଇ ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ସାଲୁଙ୍କ ସହିତ ଆସିଥିବା ଦୁଇ ଛାତ୍ର ଓ ଦୁଇଜଣ ଛାତ୍ରୀଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି ! ଅପରପକ୍ଷରେ ଛାତ୍ରଙ୍କ ନିଖୋଜ ଖବର ପ୍ରଚାରିତ ହେବାକ୍ଷଣି ପ୍ରକଳ୍ପରେ ଶହଶହ ଲୋକଙ୍କ ଭିଡ଼ ଜମିଥିଲା ! 

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଇମ୍ଫାରେ ବିଶ୍ଵ ପରିବେଶ ଦିବସ ପାଳିତ

masiha

ଜିଲ୍ଲା ସ୍ତରୀୟ ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ କାଯ୍ୟକ୍ରମ 

masiha

ଆରମ୍ଭ ହେଲା ଖଡ଼ିଆଲ ମହୋତ୍ସବ ୨୦୨୩

Sunil Chandra Nayak

Leave a Comment

error: Content is protected !!