ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ମୌଜ଼ା ବଣିକ ମହାସଙ୍ଘ ତରଫରୁ ଯୁବ ସଙ୍ଗଠକ ଇଂ. ପ୍ରକାଶ ଚଂଦ୍ର ସେଠୀଙ୍କ ନେତୃତ୍ୱରେ କଟକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

  କଟକ : କଟକ ସଦର ୪୨ ମୌଜ଼ା ବଣିକ ମହାସଙ୍ଘ ତରଫରୁ କଟକ ଜିଲ୍ଲାପାଳଙ୍କୁ ୭ଦଫା ଦାବି ପତ୍ର ସଦର ଅଂଚଳର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ)ର ସଭାପତି ସ୍ତମ୍ବକାର ଇଂ.ପ୍ରକାଶ ଚଂଦ୍ର ସେଠୀଙ୍କ ନେତୃତ୍ୱରେ ବଣିକ ସଂଘର ପ୍ରତିନିଧି ମଣ୍ଡଳୀଙ୍କ ଉପସ୍ଥିତରେ ପ୍ରଦାନ କରାଯାଇଛି । ଏଥିରେ ଦୋକାନୀ ମାନଙ୍କୁ କ୍ଷତିପୂରଣ,ମାର୍କେଟ ଗୃହ,ନିଜସ୍ଵ ଜମିର ମୂଲ୍ୟକୁ ୫ଗୁଣା କରିବା,ସବୁ ବଜାରରେ ସିସିଟିଭି ବ୍ୟବସ୍ଥା,ପାନୀୟଜଳ,ପାଣିନିଷ୍କାସର ସ୍ଥାଇ ବ୍ୟବସ୍ଥା,ଉଠା ଦୋକାନୀ ମାନଙ୍କ ପାଇଁ ବଜାର ସ୍ଥାନ ଚିହ୍ନଟ କରିବା ଆଦି ମୁଖ୍ୟ ଦାବି ଗୁଡ଼ିକ ଲେଖିତ ଅଭିଯୋଗ କରାଯାଇଚଛି । ୪୨ମୌଜ଼ା ବଣିକ ମହାସଙ୍ଘ ଆବାହକ ସୂଧାଂଶୁ ଶେଖର ପଣ୍ଡା,ଆମ ୪୨ମୌଜ଼ାର ସଭାପତି ଦେବୀପ୍ରସାଦ ପତି,ଅଶୋକ ମହାନ୍ତି, ବନବିହାରି ମୁଦୁଲି,ସୁରେଶ ପ୍ରଧାନ,ହେମନ୍ତ ମୁଦୁଲି,ଗାନ୍ଧୀ ଗୁରୁ ଦାସ,ଦୁର୍ଗା ମାଧବ ପତି,ଅକ୍ଷୟ କୁମାର ସାହୁ,ପବିତ୍ର ମୋହନ ଦାସ,ହେମନ୍ତ ସାହୁ,ଶୁଭେନ୍ଦୁ ଜେନା,ପ୍ରକାଶ ହାତି ଓ ଅନ୍ୟମାନେ ଦାବୀପତ୍ର ଦେବା ସମୟରେ ଉପସ୍ଥିତ ଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ରେ ପ୍ରଥମ ଘଟଣା, ଅଵସର ଦିନ ଫାଇନାଲ ପେନସନ ଗ୍ରହଣ କଲେ ପ୍ରଧାନ ଶିକ୍ଷକ

Sunil Chandra Nayak

ରାମନଗୁଡା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

ପ୍ରବାଦ ପୁରୁଷ କଳିଙ୍ଗ ବୀର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ -୨୦୨୪

masiha

Leave a Comment

error: Content is protected !!