ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵଗର୍ତ ମଧୁସ୍ମିତା ମଲ୍ଲିକଙ୍କ  ଦ୍ବିତୀୟ ଶ୍ରାଦ୍ଧ ଦିବସ ପାଳିତ

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ , ଖୋର୍ଦ୍ଧା ଆନୁକୁଲ୍ୟରେ ଗତ ତା ୧୫ – ୦୭- ୨୩ ରିଖ ଅଦ୍ୟ ରାତି ୮ଟା ବେଳେ ନିଶିଗନ୍ଧାର ମୁଖ୍ୟ ପୃଷ୍ଠପୋଷକ  ଶ୍ରୀ କରୁଣାକର ମଲ୍ଲିକଙ୍କ ଦିବ°ଗତ ସହଧର୍ମିଣୀ ୰ ମଧୁସ୍ମିତା ମଲ୍ଲିକଙ୍କ ଦ୍ବିତୀୟ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏକ ଆଭାସୀ ବୈଠକ ମାଧ୍ୟମରେ ଏହାକୁ ପାଳନ କରା ଯାଇଥିଲା ।

      ସର୍ବ ପ୍ରଥମେ ସଭାପତି ଶ୍ରୀ ଚକ୍ରଧର ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହାପରେ ସେବାନିବୃତ୍ତ ଶିକ୍ଷକ ତଥା କଣ୍ଠଶିଳ୍ପୀ ଶ୍ରୀ ଗଗନ ବିହାରୀ ସ୍ବାଇଁ ଓଁକାର ବ୍ରହ୍ମ ନାଦ ଉଚ୍ଚାରଣ କରି ସାରିଲା ପରେ ନିଶିଗନ୍ଧାର ନୀରିକ୍ଷକ କବିସୌରଭ କୈଳାଶଚନ୍ଦ୍ର ବେହେରାଙ୍କ ରଚିତ ସ୍ମୃତିରେ ମଧୁସ୍ମିତା  ଗୀତି କବିତାଟିକୁ ମଧୁର ସ୍ବରରେ ଗାନ କରିଥିଲେ । 

    ବକ୍ତା ଭାବରେ ଶ୍ରୀ ପଦ୍ମନାଭ , ତ୍ରିପାଠୀ , ଡ.ନୀଳାଚଳ ଜଗଦ୍ଦେବ , ଶ୍ରୀ ଜ୍ୟୋତିରଞ୍ଜନ ଦାଶ , ଶ୍ରୀମତୀ ସ୍ବର୍ଣ୍ଣଲତା ତ୍ରିପାଠୀ , କବିସୌରଭ କୈଳାଶଚନ୍ଦ୍ର ବେହେରା , ପ୍ରତିଷ୍ଠାତା ଶ୍ରୀ ବଳରାମ ତରାଇ , ଶ୍ରୀ କରୁଣାକର ମଲ୍ଲିକ ନିଜ ନିଜର ଵକ୍ତବ୍ୟ ପ୍ରଦାନ କରିଥିଲେ ।

    ଏହାପରେ ଉପସ୍ଥିତ କବି କବୟିତ୍ରୀମାନେ ସ୍ବରଚିତ କବିତା ପାଠ କରିଥିଲେ ।  ଶେଷରେ ସଭାପତି ଉଦ୍ ବୋଧନ ଦେବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।

ମସିହା ନିୟୁଜ ସର୍ଭିସ୍ 

Related posts

ଅଧିକ ଟାଣଖରା ହେଉଥିବାରୁ ଅଂଶୁଘାତ ପାଇଁ ସଚେତନ କଲେ ଧୂମାଭଟା ସରପଞ୍ଚ ବନମାଳୀ

masiha

ପୁର୍ବତନ ଭଳିବଲ ଖେଳାଳିଙ୍କ ଅକାଳ ବିୟୋଗ

Sunil Chandra Nayak

ବୁଥ ସ୍ତରୀୟ ଅଧିକାରୀ ଙ୍କୁ ନେଇ ବୈଠକ 

masiha

Leave a Comment

error: Content is protected !!