ବାଲେଶ୍ଵର,୨୩/୧୨/୨୨- ଜଣେ ମାନସିକ ବିକୃତ ରୋଗୀର ନିରୁଦ୍ଦିଷ୍ଟ ସମ୍ପର୍କରେ ଥାନାରେ ଅଭିଯୋଗ କରିଛି ନିଜର ଜନ୍ମଦାତ୍ରୀ ମା’ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଆଟପୁର ପଞ୍ଚାୟତ ବେଲଦା ଗ୍ରାମରେ । ଗ୍ରାମର ରମଣୀ ବେହେରା ସ୍ବାମୀ ଅପର୍ତ୍ତି ବେହେରାଙ୍କ ପୁଅ ଉମାକାନ୍ତ ବେହେରା(୪୦) ଜଣେ ମାନସିକ ବିକୃତ ରୋଗୀ । ରୋଗ ଭଲ ହେବାପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ଜାରି ରହିଛି । ପରିବାର କହିଲେ ସ୍ତ୍ରୀ, ପୁଅ, ଝିଅ ଏବଂ ବାପା ଓ ମାଆ । ସ୍ତ୍ରୀ ଗୀତାଞ୍ଜଳୀ ବେହେରା ସ୍ବାମୀଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବାପାଇଁ ଚିକିତ୍ସା ଜାରି ରଖିଛନ୍ତି ହେଲେ ସେ ସମ୍ପୂର୍ଣ୍ଣ ଭଲ ହେଉ ନାହାନ୍ତି । ଏଥିପାଇଁ ସମଗ୍ର ପରିବାର ଚିନ୍ତା କରି କରି ଦୁଃଖରେ ଭାଙ୍ଗି ପଡିଛନ୍ତି । ଏପରି ସ୍ଥଳେ ଗତ ତା ୧୬/୧୨/୨୨ ରିଖ ଅପରାହ୍ନ ପ୍ରାୟ ୨ ଘଟିକା ସମୟରେ ହଠାତ୍ ଘରୁ କେଉଁଆଡେ ଚାଲିଯାଇଛନ୍ତି ଶ୍ରୀ ବେହେରା । ସ୍ତ୍ରୀ ଯେତେବେଳେ ଜାଣିଲେ ସ୍ବାମୀ ଘରେ ନାହାନ୍ତି, ସଂଗେ ସଂଗେ ପରିବାରର ଅନ୍ୟ ମାନଙ୍କୁ ଜଣାଇଥିଲେ । ପରେ ପରେ ପରିବାର ଲୋକେ ସାଙ୍ଗସାଥୀ, ବନ୍ଧୁବାନ୍ଧବ, ଆତ୍ମୀୟସ୍ବଜନ ପ୍ରଭୃତି ବିଭିନ୍ନ ସ୍ଥାନରେ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ । ଶେଷରେ ଅନ୍ୟ କୌଣସି ଉପାୟ ନ ପାଇ ନିଜର ଜନ୍ମଦାତ୍ରୀ ମା’ ଗତ ଶ୍ରୀମତୀ ବେହେରା ଗତ ତା ୧୯/୧୨/୨୨ ରିଖରେ ପୁଅ ନିଖୋଜ ନେଇ ସୋର ଥାନାରେ ଅଭିଯୋଗ କରିଛନ୍ତି । ଶ୍ରୀମତୀ ବେହେରାଙ୍କ ଅଭିଯୋଗ ପତ୍ରଟିକୁ ଗ୍ରହଣ କରି ଫଟୋଚିତ୍ରକୁ ବିଭିନ୍ନ ସ୍ଥାନକୁ ପଠାଇ ଠାବ କରିବା ପାଇଁ ଚେଷ୍ଟା କରାଯିବ ବୋଲି ନିରୁଦ୍ଦିଷ୍ଟ ପୁଅର ମା’ ଶ୍ରୀମତୀ ବେହେରାଙ୍କୁ ଥାନା ତରଫରୁ ଆଶ୍ବାସନା ମିଳିଛି ବୋଲି ପରିବାର ଲୋକେ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ କି – ଶ୍ରୀ ବେହେରାଙ୍କ ଉଚ୍ଚତା ୫ ଫୁଟ୍, ରଙ୍ଗ – ଶ୍ଯାମଳ, ମୁହଁ – ଗୋଲ, ଗଲାବେଳେ ସେ ଫୁଲ୍ ପେଣ୍ଟ, ଫୁଲ୍ ଶାର୍ଟ ଓ ଫୁଲ୍ ସୁଇଟର ପିନ୍ଧିଥିଲେ । ଯଦି କୌଣସି ସହୃଦୟ ବ୍ଯକ୍ତି ଶ୍ରୀ ବେହେରାଙ୍କ ସନ୍ଧାନ ପାଆନ୍ତି ତେଵେ ମୋ- ୯୬୬୮୫୩୮୨୫୯/୭୬୦୮୯୨୩୬୩୬/୮୬୫୮୯୯୨୩୬୫ ନମ୍ବରରେ ଜଣାଇବାକୁ ସ୍ତ୍ରୀ ଓ ପରିବାର ଲୋକେ ନିବେଦନ କରିଛନ୍ତି ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ