ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ଅନୁଗୋଳ ଗ୍ରସ୍ତ ପୂର୍ବରୁ ତାଳଚେର ଉପ-ଜିଲ୍ଲାପାଳଙ୍କ ବହୁ ପ୍ରତିକ୍ଷୀତ ତାଳଚେର ମେଡିକାଲ୍ କଲେଜ୍ ସଂଜ୍ଞାନ ନେବା ଖୁବ୍ ଶୀଘ୍ର ଚାଲିବା ସାଧାରଣରେ ଆଶା ବୁଣିଛି 

ତାଳଚେର (ଆର୍ତ୍ତତ୍ରାଣ ପାଣି) : ପାଞ୍ଚଶହ ଶଯ୍ୟା ବିଶିଷ୍ଟ ତାଳଚେର ମେଡିକାଲ କଲେଜ୍ ଦୀର୍ଘ ବର୍ଷ ହେଲା ଏମ୍. ସି. ଏଲ୍. କର୍ତ୍ତୃପକ୍ଷ ଦ୍ୱାରା ନିର୍ମିତ ହୋଇଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ହେଇ ପାରୁନାଥବାରୁ ବିଗତ ଦିନରେ ଜନ ଅସନ୍ତୋଷ ସହ ତାଳଚେର ମେଡିକାଲ କ୍ରିୟା ଅନୁଷ୍ଠାନ କମିଟି ଆନ୍ଦୋଳନ ଓ ବନ୍ଦ ଡାକରା ଦେଇ ରାସ୍ତାକୁ ଓ଼ଲ୍ଳେହେଇ ପ୍ରଶାସନ ଓ ମହାନଦୀ କୋଇଲା ଖଣି କୃତ୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ କରିଥିଲା କିନ୍ତୁ ଏହାର ପରିଚାଳନା ଦାୟୀତ୍ୱ ରାଜ୍ୟ ସରକାର ବହନ କରିବେ ନା ଖଣି କର୍ତ୍ତୃପକ୍ଷ ବହନ କରିବେ ଏଭଳି ଅସମଞ୍ଜ୍ୟସ ମଧ୍ୟରେ ଚାଲି ଆସିଥିବା ବେଳେ ରାଜ୍ୟ ସରକାର 12 ତାରିଖ ମଇ ମାସରେ ଏହି କଲେଜ କୁ ଚଳେଇବାକୁ ସ୍ୱୀକୃତି ଦେଇଥିବା ସମ୍ବାଦ ଜଣାଯାଇଥିଲା l ଯେଉଁଠି କୋଇଲା ଖଣି କର୍ତ୍ତ୍ତୃପକ୍ଷ କଲେଜ ପରିଚାଳନା ନିମନ୍ତେ ପାଣ୍ଠି ଯୋଗେଇବା ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପରିଚାଳନା କରିବାକୁ ଏକ ରାଜି ଥିବା ଜଣାଯାଏ l ଗତକାଲି ତାଳଚେର ଉପଖଣ୍ଡ ଉପ ଜିଲ୍ଲାପାଳ ବିଶ୍ୱ ରଞ୍ଜନ ରଥ ଙ୍କ ଦ୍ୱାରା ଏହି ନବ ନିର୍ମିତ କଲେଜ ଓ ହସ୍ପିଟାଲ ବିଲଡିଙ୍ଗ ର ପରିଦର୍ଶନ ଏବଂ ଏହି ବିଲଡିଂ କୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବାକୁ ନିର୍ଦେଶ ଦେବା ନେଇ ତାଳଚେର ବାସିଙ୍କ ମନରେ ବହୁ ପ୍ରତିକ୍ଷୀତ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ସାଧାରଣରେ ନେଇ ଆଶାର ବୁଣିଛି l ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କ ଅନୁଗୁଳ ଜିଲ୍ଲା ଗ୍ରସ୍ତ କାର୍ଯ୍ୟକ୍ରମ ରହିଥିବାରୁ ଉପ-ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ର ଗୁରୁତ୍ୱ ବହନ କରୁଛି l

Related posts

ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲାସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ 

masiha

ଝରିଗାଁ ବ୍ଲକ ସମିତି ସଭ୍ୟଙ୍କ ଦ୍ବାରା ଦାବିପତ୍ର ପ୍ରଦାନ

masiha

ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ଜନିତ ଟଙ୍କା ନ ଦେବାରୁ ମାଳିକଙ୍କ ଗାଡି ଅଟକ ରଖିଲେ ପିଡିତ ପରିବାର ଓ ଗ୍ରାମବାସୀ

masiha

Leave a Comment

error: Content is protected !!