ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ଜରିଆରେ ବଲାଙ୍ଗିର ଜିଲ୍ଲା ର ୧୧୪ ଜଣ ବରିଷ୍ଠ ନାଗରିକ ଙ୍କ ବୃନ୍ଦାବନ ,ମଥୁରା ଓ ଆଗ୍ରା ତୀର୍ଥ ଯାତ୍ରା

ବଲାଙ୍ଗିର ୧୮ /୦୧ ବଲାଙ୍ଗିର ଜିଲ୍ଲା ବିଭିନ୍ନ ଅଞ୍ଚଳର ର ୧୧୪ ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ଜରିଆରେ ବୃନ୍ଦାବନ ,ମଥୁରା ଓ ଆଗ୍ରା ତୀର୍ଥ ଯାତ୍ରା ନିମନ୍ତେ ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟ।ଲୟ ରୁ ବାହାରି ସମ୍ବଲପୁର ଯାଇଛନ୍ତି । ସମ୍ବଲପୁର ରୁ ଆସନ୍ତା କାଲି ସ୍ଵତନ୍ତ୍ର ତୀର୍ଥ ଯାତ୍ରୀ ଟ୍ରେନ ଯୋଗେ ବୃନ୍ଦାବନ ,ମଥୁରା ଓ ଆଗ୍ରା ନିମନ୍ତେ ଯାତ୍ରା କରିବେ । ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟ।ଲୟ ଠାରେ ଅନୁଷ୍ଠିତ ଉତ୍ସବରେ ଏହି ବରିଷ୍ଠ ତୀର୍ଥ ଯାତ୍ରୀ ଙ୍କୁ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଶୁଭ କାମନା ଜଣାଇବା ସହ ମଙ୍ଗଳ କାମନା କରିଥିଲେ । ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟ।ଲୟ ଠାରୁ ରାଜ୍ୟ ସଡକ ପରିବହନ ନିଗମ ର ତିନି ଗୋଟି ସ୍ଵତନ୍ତ୍ର ବସ ଯୋଗେ ଏହି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ସମ୍ବଲପୁର ଯାତ୍ରା କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ, ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ କୁମାର ମାରାଣ୍ଡି ସବୁଜ ପତାକା ଦେଖାଇ ତୀର୍ଥ ଯାତ୍ରୀ ବସ ର ଯାତ୍ରା ଶୁଭାରମ୍ଭ କରିଥିଲେ । ଏହି କାର୍ଯକ୍ରମ ରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରବୀନ୍ଦ୍ର କୁମାର ଦଲାଇ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ , ସହକାରୀ ନିର୍ଦ୍ଦେଶକ ଯୋଜନା ସଞ୍ଜୟ କୁମାର ଦୀପ ପ୍ରମୁଖ ଉପସ୍ଥିତ ଥିଲେ । ବଲାଙ୍ଗିର ଠାରୁ ବାହାରିଥିବା ସମସ୍ତ ୧୧୪ ଜଣ ତୀର୍ଥ ଯାତ୍ରୀ ଙ୍କୁ ଜିଲ୍ଲା ପ୍ରସାଶନ ପକ୍ଷରୁ ଗୋଟିଏ ଲେଖାଏଁ ସାଲ ଓ ଆବଶ୍ୟକୀୟ ମେଡ଼ିସିନ କିଟ ପ୍ରଦାନ କରାଯାଇଛି । ବଲାଙ୍ଗିର ଜିଲ୍ଲା ର ତୀର୍ଥ ଯାତ୍ରୀ ଙ୍କ ସହ ତିନି ଜଣ ଏସ୍କର୍ଟ ଅଫିସର ଙ୍କୁ ଜିଲ୍ଲା ପ୍ରସାଶନ ପକ୍ଷରୁ ପଠାଯାଇଛି । ସେମାନେ ହେଲେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ୟାଳୟ ର ତ୍ରିଲୋଚନ ବାଗ , ଚିତ୍ତରଞ୍ଜନ ସାହୁ ଓ ବଲାଙ୍ଗିର ଉପ ଜିଲ୍ଲାପାଳ ଙ୍କ କାର୍ୟାଳୟ ର ସନକ ମିଶ୍ର । ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଆସନ୍ତା କାଲି ସମ୍ବଲପୁର ରୁ ବାହାରି ବୃନ୍ଦାବନ ,ମଥୁରା ଓ ଆଗ୍ରା ତୀର୍ଥ ଯାତ୍ରା ସମାପ୍ତ କରି ୨୨ ତାରିଖରେ ବଲାଙ୍ଗିର ଫେରିବେ । ଏହି ତୀର୍ଥ ଯାତ୍ରା ର ସୁଯୋଗ ପାଇଥିବାରୁ ସମସ୍ତ ତୀର୍ଥ ଯାତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ।

ବଲାଙ୍ଗିର ରୁ ଶରତ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

କିଡ଼ନୀ ରୋଗରେ ଆକ୍ରାନ୍ତ ବିଜେଡି ନେତା ଶେଷ ନିଶ୍ୱାସ ଟ୍ୟାଗ କଲେ , ଅଞ୍ଚଲରେ ଗଭୀର ଶୋକ ର ଛାୟା

Sunil Chandra Nayak

ପଥରଖମ୍ବ ଗ୍ରାମର ଅଗ୍ନି ବିତ୍ପନ୍ନ ପରିବାର ଙ୍କୁ ୬ ଲକ୍ଷ ଟଙ୍କା ପ୍ରଦାନ କଲେ ଜିଲ୍ଲାପାଳ

Sunil Chandra Nayak

ଚିଚେଇଗୁଡା ଠାରେ ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!