ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଣ୍ଡୋନେସିଆ ଭାଷାରେ ଅନୁବାଦିତ ହେଲା ଡ଼.ନିଆଲଙ୍କ କବିତା

ଇଣ୍ଡୋନେସିଆ ଭାଷାରେ ଅନୁବାଦିତ ହେଲା ଡ଼.ନିଆଲଙ୍କ କବିତା

ଇଣ୍ଡୋନେସିଆର କବି ପ୍ରଫେସର ଲେନି ମାର୍ଲିନା ଡ଼.ଭବାନୀ ଶଙ୍କର ନିଆଲଙ୍କ ଦୁଇଟି ଓଡ଼ିଆ କବିତା ‘ଶବ୍ଦକୁ ବି ମରିବାକୁ ପଡେ’ ଓ ‘ ଆଖିର ପୃଥିବୀ’ କୁ ଇଣ୍ଡୋନେସିଆ ଭାଷାରେ ଅନୁବାଦିତ କରିଛନ୍ତି । ଏହି କବିତା ଗୁଡିକୁ ଇଂରାଜୀ ଭାଷାରେ ଡ଼. ତପନ କୁମାର ରଥ ଅନୁବାଦିତ କରିଥିଲେ। ପ୍ରଫେସର ଲେନି ମାର୍ଲିନା ୨୦୦୬ ମସିହାରୁ ୟୁନିଭର୍ସିଟିସ୍ ନେଗେରି ପାଦଙ୍ଗ – ଇଣ୍ଡୋନେସିଆର ଭାଷା ଏବଂ କଳା ବିଭାଗରେ ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଛନ୍ତି। ୨୦୨୨ ପରଠାରୁ ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା, ଇଣ୍ଡୋନେସିଆର ସାଟୁପେନାର ଲେଖକ ସଙ୍ଗଠନର ସଦସ୍ୟ ଏବଂ ୨୦୧୨ ରୁ ଅଷ୍ଟ୍ରେଲିଆ ଭିକ୍ଟୋରିଆ ରାଇଟର୍ସ ସଂଗଠନର ସଦସ୍ୟ ଅଛନ୍ତି। କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ,ବେଳାରୁଷ,ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ,ପାର୍ସିଆ,ପୋଲିସ,ସ୍ପେନିସ,ଆଳବାନିୟନ,ସ୍ବେଡ଼ିସ,ଫିଲିପିନୋ,ଭିଏତନାମା,ଜାପାନ, କିର୍ଗିଜ୍, ହିବ୍ରୁ ଭଳି ୨୧ ଟି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି। ବର୍ତ୍ତମାନ କବି ଡ଼. ଭବାନୀ ନିଆଲଙ୍କ କବିତା ଇଣ୍ଡୋନେସିଆ ଭାଷାରେ ଅନୁଦିତ ହେବାପରେ ଅନେକ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Related posts

ଜିଲ୍ଲା ସ୍ତରୀୟ ୬ଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ 

masiha

ଜୁନାଗଡ଼ ରେ ବାଇପାସ ରାସ୍ତାପାଇଁ ଦାବୀ

Sunil Chandra Nayak

ଶିକ୍ଷକ ବୈକୁଣ୍ଠ ବେମାଲ ଙ୍କୁ OUWJ ଦ୍ଵାରା ଶିକ୍ଷା ସମ୍ମାନ-୨୦୨୪ ରେ ସମ୍ମାନୀତ 

masiha

Leave a Comment

error: Content is protected !!