ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପାସହାର ୯୫.୭୭ ପ୍ରତିଶତ

କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପାସହାର ୯୫.୭୭ ପ୍ରତିଶତ

କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପାସହାର ୯୫.୭୭ ପ୍ରତିଶତ ହୋଇଛି । ଜିଲ୍ଲାର ୯ଟି ବ୍ଲକ ମଧ୍ୟରୁ ୮ଟି ବ୍ଲକରେ ମୋଟ ୩୦ଜଣ ଏ-୧ଗ୍ରେଡ୍‌ରେ ପାସ କରିଛନ୍ତି । ରାଜକନିକା ବ୍ଲକର ଆର.ଏନ. ହାଇସ୍କୁଲ ଛାତ୍ରୀ ଅନନ୍ୟା ବାରିକ ମୋଟ ୬୦୦ ମାର୍କରୁ ୫୬୦ମାର୍କ ଅର୍ଥାତ ୯୩.୩୩ ପ୍ରତିଶତ ମାର୍କ ରଖ୍ ପାସ କରିବା ସହିତ ଜିଲ୍ଲା ଟପ୍ପର ହୋଇଛନ୍ତି ।ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ୬ଜଣ ଏ-୧ ଗ୍ରେଡ୍‌ରେ ପାସ କରିଥିବା ବେଳେ ପଞ୍ଚାୟତ ହାଇସ୍କୁଲ କଷଣଅଣ୍ଡାର ଛାତ୍ରୀ ରାଜଲକ୍ଷ୍ମୀ କର ୫୫୩ ମାର୍କ ଅର୍ଥାତ ୯୨.୬୭ପ୍ରତିଶତ ମାର୍କ ରଖ୍ ବ୍ଲକ ଟପ୍ପର ହୋଇଛନ୍ତି । ସେହି କଷଣଅନ୍ତା ପଂଚାୟତ ହାଇସ୍କୁଲର ସମୀକ୍ଷା ଖୁଣ୍ଟିଆ, ଚନ୍ଦନନଗର ପିଏଲ ବିଦ୍ୟାପୀଠର ସୂର୍ଯ୍ୟକାନ୍ତ ଦାଶ-୫୪୦ ମର୍କ ରଖୁଥ‌ିବା ବେଳେ ଗଙ୍ଗାରାମପୁର ହାଇସ୍କୁଲର ଦିବ୍ୟାନୀ ରାଉତ-୫୪୪ ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲର ଅର୍ପିତା ସାମଲ-୫୪୦ ନିଗିନୀପୁର ନୃସିଂହଜୀଉ ହାଇସ୍କୁଲର ସଂଘମିତ୍ରା ଦାଶ ୫୪୦ ନମ୍ବର ରଖ୍ ସଫଳତା ହାସଲ କରିଛନ୍ତି । ରାଜନଗର ବ୍ଲକ ବଡପଲ୍ଲୀ ହାଇସ୍କୁଲର ଛାତ୍ର ଦେବୀ ପ୍ରସାଦ ରଥ- ୫୫୨ମାର୍କ ଅର୍ଥାତ ୯୨ପ୍ରତିଶତ ମାର୍କ ରଖ୍ ବ୍ଲକ ଟପ୍ପର ହୋଇଛନ୍ତି ।ଡେରାବିଶ ବ୍ଲକର ୬ଜଣ ଏ-୧ ଗ୍ରେଡ୍‌ରେ ଅର୍ଥାତ ୯୧ପ୍ରତିଶତ ରଖ୍ ପାସ କରି ବ୍ଲକ ଟପ୍ପର ହୋଇଥିବା ବେଳେ ଗରଦପୁର ବ୍ଲକ ତେଣ୍ଡାକୁଡା ଫଜଲହକ୍ ହାଇସ୍କୁଲରଛାତ୍ର ୫୫୨ମାର୍କ ରଖ୍ ଅର୍ଥାତ ୯୨ପ୍ରତିଶତ ମାର୍କ ରଖ୍ ବ୍ଲକ ଟପ୍ପର ହୋଇଛନ୍ତି । କେନ୍ଦ୍ରାପଡା ବ୍ଲକର ୭ଜଣ ଏ-୧ ଗ୍ରେଡ୍ ରେ ଅର୍ଥାତ ୯୨ପ୍ରତିଶତ ମାର୍କ ରଖ୍ ପାସ କରିଥିବା ବେଳେ ମେହେନ୍ଦିପୁର ଲାଲବାହାଦୂର ନୋଡାଲ ହାଇସ୍କୁଲର ଛାତ୍ରୀ ମନୋସୀ ଦାସ -୫୫୨ମାର୍କ ରଖ୍ ଟପ୍ସର ହୋଇଥିବା ବେଳେ ଭାରତୀବିଦ୍ୟାମନ୍ଦିରର ଛାତ୍ର ଅଂଶୁମାନ ରାଉତରାୟ, ଜ୍ୟୋତିଯିଜ୍ଞାଶା ପଣ୍ଡା ଓ ଓମପ୍ରକାଶ ନାୟକ ମଧ୍ୟ ୫୫୨ମାର୍କ ରଖ୍ ପୌରାଞ୍ଚଳ ସ୍ତରରେ ଟପ୍ପର ହୋଇଛନ୍ତି । ମାର୍ଶାଘାଇ ବ୍ଲକର ଗାନ୍ଧିଜୀ ଉଚ୍ଚ ବିଦ୍ୟାପୀଠ, ଆଇତିପୁରର ଛାତ୍ରୀ ହରପ୍ରିୟା ଜେନା ୫୪୫ମାର୍କ ଅର୍ଥାତ ୯୦.୯ପ୍ରତିଶତ ମାର୍କ ରଖ୍ ବ୍ଲକ ଟପ୍ପର ହୋଇଛନ୍ତି । ମହାକାଳପଡା ବ୍ଲକର ୨ଜଣ ଏ-୧ ଗ୍ରେଡ୍ ପାଇଥିବା ବେଳେ ଜୟଚନ୍ଦ୍ରପୁର ପଞ୍ଚାୟତ ହାଇସ୍କୁଲର ଛାତ୍ର ପି. ଜୀବନ ପ୍ରଦୀପ -୫୫୮ମାର୍କ ଅର୍ଥାତ ୯୩ପ୍ରତିଶତ ମାର୍କ ରଖ୍ ବ୍ଲକ ଟପ୍ପର ହେବା ସହ ଜିଲ୍ଲାରେ ଦ୍ବିତୀୟ ହୋଇଛନ୍ତି । ରାଜକନିକା ବ୍ଲକର ୬ଜଣ ଏ-୧ ଗ୍ରେଡ୍‌ରେ ପାସ କରିଥିବା ବେଳେ ଆଳି ବ୍ଲକରେ କୌଣସି ଛାତ୍ର ଏ-୧ ଗ୍ରେଡ୍‌ରେ ପାସ କରିନଥିବା ଜିଲ୍ଲା ଶିକ୍ଷା ଅଧୂକାରୀଙ୍କ ଠାରୁ ସୂଚନା ମିଳିଛି ।

କେନ୍ଦ୍ରାପଡ଼ା ଜିଲ୍ଲା ରୁ ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ମୁଣ୍ଡରା ଗୁଡ଼ାରେ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

Sunil Chandra Nayak

ପଞ୍ଚାୟତ କାର୍ଯ୍ୟାଳୟରେ ନାହାନ୍ତି ନିର୍ବାହି ଅଧିକାରୀ

masiha

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ପାଠ୍ୟ ଉପକରଣ ବଣ୍ଟନ

masiha

Leave a Comment

error: Content is protected !!