ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିକେରକୁପା ଓ ବିଜେପୁର ସେକ୍ସନରେ ମହାଦୁର୍ନୀତି ଅଭିଯୋଗ  ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ନିକଟରେ ଫେରାଦ ହେଲେ ଲୋକେ 

ସିକେରକୁପା ଓ ବିଜେପୁର ସେକ୍ସନରେ ମହାଦୁର୍ନୀତି ଅଭିଯୋଗ 

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ନିକଟରେ ଫେରାଦ ହେଲେ ଲୋକେ 

ଭବାନୀପାଟଣା, ୦୪/୦୩-କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଜୟପାଟଣା ରେଞ୍ଜରେ ଇଡି ଚଢ଼ାଉ ପରେ ଏବେ ଲାଞ୍ଜିଗଡ ବ୍ଲକ ତଥା ବିଶ୍ୱନାଥପୁର ବନାଞ୍ଚଳର ସିକେରକୁପା ଓ ବିଜେପୁର ସେକ୍ସନର ମହାଦୁର୍ନୀତିକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ଏପରିକି ଉଭୟ ସେକ୍ସନର ମହାଦୁର୍ନୀତି ସମ୍ପର୍କରେ ଭିଜିଲାନ୍ସ କିମ୍ବା ଇଡି ତଦନ୍ତ ଦାବି କରି ଆଜି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କୁ ସାକ୍ଷାତ କରିଛନ୍ତି ଅଂଚଳର ଲୋକେ। ଅଭିଯୋଗ ପତ୍ର ଗ୍ରହଣ କରିବା ସହିତ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ, ବିଶ୍ୱନାଥପୁର ବନାଞ୍ଚଳର ସିକେରକୁପା ଓ ବିଜେପୁର ସେକ୍ସନରେ ବୃକ୍ଷରୋପଣ, ବନୀକରଣ ନାମରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଥିବାବେଳେ ଏଥିରେ ଫରେଷ୍ଟ ଗାର୍ଡ, ଫରେଷ୍ଟର ଓ ବନାଞ୍ଚଳ ଅଧିକାରୀ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି। ଏଣୁ ଏସବୁର ଭିଜିଲାନ୍ସ କିମ୍ବା ଇଡି ତଦନ୍ତ ପାଇଁ ଦାବି ହେଉଛି। 

Related posts

ମାତିଲେ ନବନିର୍ମାଣ କୃଷକ ସଂଗଠନ, ଜିଲ୍ଲପାଳଙ୍କ ବାସଭବନ ସାମ୍ନାରେ ବିଛେଇ ଦେଲେ ଧାନ

Sunil Chandra Nayak

ବୀର ବାଲ ଦିବସ ପାଳିତ

masiha

ସତ୍ୟ ସାଇ ସେବା ସଂଘ ତରଫରୁ ସଫେଇ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!