ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ସଚିବଙ୍କ କିରାଣୀ ପ୍ରିତମର ବ୍ୟାଙ୍କଖାତା ଯାଞ୍ଚହେଉ”ଅସାଧ୍ୟ କାର୍ଯ୍ୟ ନିମନ୍ତେ ଫୋନ ଜରିଆରେ ଡ଼ିଡ଼ିସିଏ ସୋରେନ ଟଙ୍କା ଦିଅନ୍ତି ବୋଲି ଅଭିଯୋଗ ?

“ସଚିବଙ୍କ କିରାଣୀ ପ୍ରିତମର ବ୍ୟାଙ୍କଖାତା ଯାଞ୍ଚହେଉ”ଅସାଧ୍ୟ କାର୍ଯ୍ୟ ନିମନ୍ତେ ଫୋନ ଜରିଆରେ ଡ଼ିଡ଼ିସିଏ ସୋରେନ ଟଙ୍କା ଦିଅନ୍ତି ବୋଲି ଅଭିଯୋଗ ?

ବଡ଼ବିଲ:-ରାଜ୍ୟରେ କଳଙ୍କିତ ଅଧ୍ୟାୟର ଇତିହାସ ରଚିବାରେ ଲାଗିଛି ଦୀର୍ଘ ସମୟ ଧରି ଜଣିଏ ସାଧାରଣ ମାମୁଲି କିରାଣୀ ପ୍ରିତମ କୁମାର ମଲିକ।ରାଜଧାନୀରେ ମାନ୍ୟବର ଖଣି-ସଚିବଙ୍କ ବିଭାଗକୁ କୁଳସିତ କରି,କିରାଣୀ ଆସନର ଅପ’ବ୍ୟବହାରରେ ଗତ’କିଛି ବର୍ଷରେ ଦୁର୍ନୀତିର ପାହାଡ଼ରେ ରାଜଧାନୀ ହେଡ଼କ୍ୱାଟର୍ସରେ ବସି,ବେସ ମାଲେମାଲ ବନିବାକୁ ଲାଗିଛି ପ୍ରିତମ କୁମାର ବୋଲି ଚର୍ଚ୍ଚା ଜୋର ଧରିବା ସରିବାର ନାହିଁ। ଯଦି ଏହାର ସତ୍ୟତା ଖୋଜିବାର ଅଛି,ତେବେ ମାନ୍ୟବର ସଚିବ ଉଭୟ ଦୁର୍ନୀତିଖୋରଙ୍କ ବ୍ୟାଙ୍କଖାତା ଯାଞ୍ଚ କରିବା ସହିତ ଡ଼ିଡ଼ିସିଏ ସୋରେନ ଅଧୀନରେ ଥିବା କେଇ କୁଖ୍ୟାତ ଶ୍ରମିକ(ହଗା, ଶାନ୍ତ, ରଜ) ଓ ପ୍ରୟୋଗଶାଳା ମଧ୍ୟରେ ଘଣ୍ଟା’ଘଣ୍ଟା ସମୟ ଧରି ଜଗିରହିଥିବା କେତେକ କମ୍ପାନୀର ଅସାଧ୍ୟ ଦଲାଲ(ଧନ, କାକ ପ୍ରଭୁତି) ଜରିଆରେ ପ୍ରାୟ ପ୍ରତ୍ୟେକ ମାସରେ କିରାଣୀ ପ୍ରିତମ ଏବଂ ପ୍ରତାପର ଫୋନକୁ ହଜାର’ହଜାର ଟଙ୍କା ଡ଼ିଡ଼ିସିଏ ନିର୍ଦ୍ଧେଶରେ ପଠାଇବା ହୁଏ ବୋଲି ସନ୍ଧାନରୁ ଜଣାପଡେ।ତେବେ ଦେଖିବାକୁ ଗଲେ,ରାଜ୍ୟ ରିସର୍ଚ୍ଚ ଲାବୋରଟରୀର ପ୍ରମୁଖ ଜାଲିଆ ଅଫିସର/ଅଳିଆ ଅଫିସର- ପଦୁବାବୁ ଏବଂ ଖଣିବିଭାଗର ଯୋଡ଼ା/କୋଇଡା ଶାଖା ସହ ଏକାଧିକ ଖଣି-ଶାଖାର ଖଣି ଅଫିସର ବ୍ୟତୀତ ଯୋଡ଼ା ପ୍ରୟୋଗଶାଳାର ଡ଼ିଡ଼ିସିଏ ସୋରେନ ମଧ୍ୟ କିରାଣୀ ପ୍ରିତମ ସହ ଲିଙ୍କରେ ରହି, ସୋରେନ ପ୍ରାୟ ପ୍ରତ୍ୟେକ ମାସରେ, ହଜାର’ହଜାର ଟଙ୍କା ରାଜଧାନୀରେ ଥାଇ କିରାଣୀ ପ୍ରିତମ ଏବଂ ପ୍ରତାପ ନିକଟକୁ ପଠାଇବା ଆଉ ଲୁଚି ରହିନାହିଁ ଯାହା ଡ଼ିଡ଼ିସିଏ ସୋରେନ ଏବଂ କର୍ମଚାରୀ କିରାଣୀର ଉଭୟ ମଧ୍ୟରେ ଚୋରୀ-ଲୁଟ ଠାରୁ ବଳିଗଲା ପରି ମାଫିଆ’ରାଜରେ ବହୁ ଅସାଧ୍ୟ କାର୍ଯ୍ୟ ଦୀର୍ଘ ସମୟ ଧରି ଚାଲିବା ହୁଏକୁ,ଏଯାଏ ରୋକ ନାହିଁ’କି କାର୍ଯ୍ୟାନୁଷ୍ଠାନ ବିଲକୁଲ ନାହିଁ।ତେବେ ଦେଖାଯାଉ ଖଣି-ନିର୍ଦ୍ଧେଶଳୟ ଅଧୀନରେ ଥିବା ଯୋଡ଼ା ପ୍ରୟୋଗଶାଳାର ଡ଼ିଡ଼ିସିଏ ଦାସମାତ ସୋରେନ ଦୀର୍ଘ ବାରବର୍ଷରୁ ଉର୍ଦ୍ଧ୍ୱଦିନ କେନ୍ଦୁଝର ଜିଲ୍ଲାରେ ରହି, ଦୀର୍ଘ ସମୟ ଧରି ଯୋଡ଼ା ପ୍ରୟୋଗଶାଳାରେ ରାଜ୍ୟର ହାଏଗ୍ରେଡ଼ ଲୁହାପଥରକୁ ଲୋଗ୍ରେଡ଼ କରିବା ବ୍ୟତୀତ ନାନାଦି ଦୁର୍ନୀତି’ଅନୀତିରେ ମୁରଲୀ ଓ ସସ୍ମିତାର ସମ୍ପୃକ୍ତିରେ ରାଜ୍ୟ ରିସର୍ଚ୍ଚ ଲାବୋରାଟରୀ ଏବଂ କିରାଣୀ ପ୍ରତିମକୁ ଧରି ଯେଉଁ ସୁରକ୍ଷା ପାଇ-ଆସୁଥିବାଙ୍କୁ ନିର୍ଦ୍ଧେଶକ ରୋହିତ କୁମାର ଲେଙ୍କା ରାଜ୍ୟ ଏବଂ ନିର୍ଦ୍ଧେଶଳୟର ସ୍ୱାଭିମାନ ବଞ୍ଚାଇବାକୁ ଯାଇ କେଉଁ ଭଳି ରଣକୌଶଳ ଆପଣେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଯାହା ଦେଖିବାକୁ ବାକି ରହିଲା ବୋଲି ଅପେକ୍ଷାରେ ରାଜ୍ୟବାସୀ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ 

Sunil Chandra Nayak

ରାଇରଙ୍ଗପୁର ବ୍ଲକ୍ ମିଶନ ଶକ୍ତି ଗୃହ ରେ ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ମୟୂରଭଞ୍ଜ କାର୍ଯ୍ଯ ନିର୍ବାହୀ ସଂଘ ଗଠିତ 

masiha

ଲାଞ୍ଜିଗଡ ପ୍ରେସ୍ କ୍ଲବ ତରଫରୁ ନୂତନ ଲାଞ୍ଜିଗଡ଼ ଥାନାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!