ମଞ୍ଚା ତିଆରି ପରେବି ଜଙ୍ଗଲରେ ହୁତୁହୁତୁ ହୋଇ ଜଳୁଛି ନିଆଁ
ବନ୍ଧୁଗାଁ ତା,୨/୦୩/୨୫,ଖରା ଦିନ ଆସିଗଲେ କୋରାପୁଟ ଜିଲ୍ଲା ର ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ଥିବା ସମସ୍ତ ସଂରକ୍ଷିତ ଜଙ୍ଗଲ ସନ୍ଧ୍ୟା ହେବା ମାତ୍ରେ ଜଳି ଉଠେ । କିଛି ଦୁର୍ଗମ ଅଞ୍ଚଳ ବାସୀଙ୍କ ପାଖରେ ପରିବାର ପ୍ରତିପୋଷଣ କରିବାକୁ କୌଣସି ରାସ୍ତା ନଥିବାରୁ ସେମାନେ ଜଙ୍ଗଲରେ ନିଆଁ ଲଗାଇ ଅଙ୍ଗାର କାଢି ବାଜାର ହାଟ ରେ ବିକ୍ରି କରନ୍ତି।ଯାହା ଫଳରେ ସେମାନଙ୍କ ପରିବାର ପେଟକୁ ମୁଠାଏ ଦାନା ମିଳୁଥିବା ବେଳେ ଜଙ୍ଗଲ ନଷ୍ଟ ହେବା ଦ୍ୱାରା ପରିବେଶ ଉପରେ ତାର କି ପ୍ରଭାବ ପଡୁଛି ତାହା ସେମାନେ ଜାଣୁନାହାନ୍ତି।ଯାହାକୁ ରୋକିବା ଦିଗରେ ବନ ବିଭାଗ ପ୍ରତି ବର୍ଷ ସଚେତନ କରିବା ଦିଗରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଜଙ୍ଗଲ ନଷ୍ଟ ରୋକିବା ଉପରେ କାଣିଚାଏ ପ୍ରଭାବ ପଡୁନି।ଟଙ୍କା ଖର୍ଚ୍ଚ ହେଉଛି ସତ କିନ୍ତୁ ଜଙ୍ଗଲ ନଷ୍ଟ ହେବରେ ରୋକ ଲାଗି ପାରୁନି।ଯାହାର ଏକ ଉଦାହରଣ ବନ୍ଧୁଗାଁ ବ୍ଲକ ରେ ଦେଖିବାକୁ ମିଳିଛି । ବଡ଼ ସୋରପୋଲି ପଞ୍ଚାୟତ ର ଡାଙ୍ଗୁ କୁଡ଼ିଆ ନିକଟ ପାହାଡରେ ହୁତୁହୁତୁ ହୋଇ ନିଆଁ ଜଳୁଥିବା ବେଳେ ବନ କର୍ମଚାରୀଙ୍କ ଦେଖା ନାହିଁ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଆଁ ଦାଉରୁ ଜଙ୍ଗଲ ରକ୍ଷା ପାଇଁ ମଞ୍ଚା ତିଆରି କରାଯାଇଛି ହେଲେ କଣ ପାଇଁ ତାହା ବୁଝା ପଡୁନି । କାରଣ ଯୁଆଡେ ଦେଖୀଲେ କେବଳ ମଞ୍ଚା ଦେଖା ଯାଉଛି।ହେଲେ ମଞ୍ଚା ଭିତର ଖାଲି । ମଞ୍ଚା ବନେଇ ଦେଇ ବନ ବିଭାଗ ନିଘୋଡ଼ ନିଦରେ ସୋଇ ରହିଥିବା ବେଳେ ସେପଟେ ଜଙ୍ଗଲ ଜଳୁଥିଲେ ମଧ୍ୟ କାହାରି ନିଘା ନାହିଁ।ତେଣୁ ଏଠି ମଞ୍ଚା ତିଆରି ପାଇଁ କେତେ ଅନୁଦାନ ଆସିଥିଲା ସେଥିରୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ କାହା ପାଖରେ ନାହିଁ। ଲକ୍ଷ ଲକ୍ଷ ଟଙ୍କା ମଞ୍ଚା ତିଆରିରେ ଖର୍ଚ୍ଚ ହୋଇବି ଜଙ୍ଗଲ ଜଳୁଛି । ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇବା ଛାଡି ମଞ୍ଚା ତିଆରିରେ ବନବିଭାଗ ନିଜର ସମୟ ନଷ୍ଟ କରି ଚାଲିଛି।କୋଉ ପରିସ୍ଥିତରେ ଲୋକେ ଜଙ୍ଗଲ ନଷ୍ଟ ଜରୁଛନ୍ତି ତାହା ବୁଝି ବାକୁ କେହିବି ଚେଷ୍ଟା କରୁ ନାହାନ୍ତି। ଜଙ୍ଗଲ ନଷ୍ଟଠୁ ବଳି ଗଲାଣି ମଞ୍ଚା ତିଆରି।ତେଣୁ ମଞ୍ଚା ତିଆରି ପରେ ସଂରକ୍ଷିତ ଜଙ୍ଗଲ କେତେ ସୁରକ୍ଷିତ ଅଛି ସେଥି ପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡିବା ନିହାତି ଦରକାର ବୋଲି ସାଧାରଣ ରେ ଦାବି ହୋଇଛି।
=============================
କାପୋଲୋଡ଼ା ପଞ୍ଚାୟତରେ ଜନ ଶୁଣାଣି
ବନ୍ଧୁଗାଁ ତା, ୩/୩/୨୫, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକ ଠାରେ ଆଜି ସଚେତନତା ଓ ଜନ ଶୁଣାନୀ ଅଭିଯୋଗ ସୋବୀର ହୋଇଥିଲା I ଏଥିରେ ଥିଲା ୮ ଗଟି ମାତ୍ର ଅଭିଯୋଗ ପଡିଥିବାର ଜାଣିବାକୁ ମିଳିଛି I ମୁଖ୍ୟତଃ ଥିଲା ସାନ ବାଙ୍କିଡି ଗ୍ରାମର ନଳ କୂଅ ମୋରାମତି, କାପୋଲୋଡ଼ା ଓ ସିଡିକି ବାଲଶା ଦୁଇଟି ଗ୍ରାମରେ ନୂତନ ଅଙ୍ଗନ ବାଡ଼ି ଗୃହ, ଡ଼ି. ପି. ପାଲିରେ ରହିଥିବା ପୁରୁଣା ଅଙ୍ଗନବାଡ଼ି କେନ୍ଦ୍ରର ମୋରାମତି ଓ ଜୟକଟା ଗ୍ରାମର ନଳକୂଅ ମୋରାମତି ଏବଂ କାପୋଲୋଡ଼ା ଗ୍ରାମର ଗ୍ରାମ ପଞ୍ଚାୟତ ର ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନ ସରକାର ଜମିରେ ନ ଥାଇ ଚାଷ ଜମିରେ କୋରାଯାଇଥିବା ହେତୁ ସରକାର ଜମିରେ ପଞ୍ଚାୟତ କାର୍ଯ୍ୟାଳୟ କୋରାଯିବା ପାଇଁ ଅଭିଯୋଗ ହୋଇଅଛି I ଏଥିରେ ପଞ୍ଚାୟତର ବଣ ବିଭାଗ, ଶିକ୍ଷା ବିଭାଗ, ବିଜୁଳି ବିଭାଡ଼, ଆରଡ଼ି ବିଭାଡ଼, ଓ ସମସ୍ତ ଅଙ୍ଗନ ବାଡ଼ି କର୍ମୀ ଓ ଓଏଲଏମ ର ସମସ୍ତ କର୍ମକର୍ତ୍ତା ଓ ପଞ୍ଚାୟତର ଛୋଟ ବଡ଼ ଭଦ୍ର ବ୍ୟକ୍ତି ଉପସ୍ଥିତ ରହିଥିଲେ I ପଞ୍ଚାୟତ ର ସୋରପଞ୍ଚ ଶ୍ରୀମତି ଏକାମା କାଡ୍ରାକା, ଓ ସମିତି ସଭ୍ୟା ଙ୍କ ଉପସ୍ତତରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବନ୍ଧୁଗାଁ ଥାନ ଷ୍ଟାଫ ଉପସ୍ଥିତ ରହିଥିଲେ I ପଞ୍ଚାୟତର ନିର୍ବାହୀ ଅଧିକାରି ଶ୍ରୀ ବାଡ଼ିମାହେଶ୍ଵର ସହଯୋଗ କରିଥିବା ସହ ବନ୍ଧୁଗାଁ ବ୍ଲକର ନୂତନ ଭାବରେ ଯୋଗଦେଇଥିବା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ମତି ମୀନତି ଯୋଗଦେବ ସଭାପତିତ୍ୱରେ ଆଜିର ସଚେତନତା ଓ ଜନ ଶୁଣାନୀ ଅଭିଯୋଗ ଶିବିର ହୋଇଥିଲା I
ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର I

