ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ବୀମା ଙ୍କ କଳାହାଣ୍ଡି ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ 

ମାନ୍ୟବର ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ବୀମା ଙ୍କ କଳାହାଣ୍ଡି ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ 

ଭବନୀପାଟଣା : ତା. ୦୪.୦୩.୨୦୨୫ – ମାନ୍ୟବର ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ବୀମା, ଓଡ଼ିଶା, ଗଣେଶ ରାମ ସିଂ ଖୁଣ୍ଟିଆ ଦୁଇଦିନିଆ କଳାହାଣ୍ଡି ଗସ୍ତରେ ଆସି ଆଜି ଜିଲ୍ଲାପରିଷଦ ସଭାଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାରେ ସରକାରଙ୍କର ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଏହି ସମୀକ୍ଷା ବୈଠକରେ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ପାନୀୟଜଳ, ଜଳସେଚନ, ଗମନାଗମନ, ଗ୍ରାମ୍ୟ ଉନ୍ନୟନ, ପ୍ରଧାନମନ୍ତ୍ରୀ ଆବାସ, ବେସାମରିକ ଯୋଗାଣ, ଖରିଫଧାନ ସଂଗ୍ରହ, ନିର୍ମାଣ ଶ୍ରମିକ, ବାର୍ଦ୍ଧକ୍ୟ ଭତ୍ତା, ଅଙ୍ଗନବାଡି କେନ୍ଦ୍ରର ସ୍ଥିତି ଓ ପରିଚାଳନା, ଜଙ୍ଗଲ, ଉଦ୍ୟାନ କୃଷି ଇତ୍ୟାଦି ବିଭାଗୀୟ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପଚାରି ଥିଲେ । କଳାହାଣ୍ଡି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ବିକାଶ ପାଇଁ ସମସ୍ତ ବିଭାଗୀୟ ଅଧିକାରୀମାନେ ଜନକଲ୍ୟାଣ ସରକାରୀ ଯୋଜନା, କାର୍ଯ୍ୟକ୍ରମକୁ ସଫଳତାର ସହିତ ଜନହିତରେ ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରିବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଜନହିତରେ ଉଦ୍ଦେଶ୍ୟ ସରକାରୀ ଯୋଜନାରୁ କୌଣସି ଯୋଗ୍ୟବ୍ୟକ୍ତି ଯେପରି ବାଦ ନପଡନ୍ତି ସେଥି ପ୍ରତି ଅଧିକ ଧ୍ୟାନ ଦେବାପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ । ଗ୍ରୀଷ୍ମଋତୁରେ ଗ୍ରାମାଞ୍ଚଳରେ ପାନୀୟଜଳର ସଙ୍କଟ ଆଶଙ୍କା ଥିବାରୁ ବି.ଡି.ଓ. ମାନେ ଏହାକୁ ଗୁରୁତ୍ଵ ଦେଇ ଗ୍ରାମାଞ୍ଚଳରେ ଲୋକଙ୍କ ସୁବିଧା ପାଇଁ ପାନୀୟଜଳର ସୁବ୍ୟବସ୍ଥା କରିବା ପାଇଁ ମଧ୍ୟ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ କଳାହାଣ୍ଡି ମାଳବିକା ଦେବୀ, ବିଧାୟକ ଧର୍ମଗଡ଼ ସୁଧୀର ରଞ୍ଜନ ପଟ୍ଟଯୋଷୀ, ଜିଲ୍ଲା ସଭାପତି ଭା.ଜ.ପା. ଯୁଗଳ କିଶୋର ପୋଢ, ଏସ୍.ପି. ନାଗରାଜ ଡି., ଅତିରିକ୍ତ ଜିଲ୍ଲାପାଳ (ସା.) ତନ୍ମୟ କୁମାର ଦରୱାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟା ପାଢୀ, ଡି.ଏଫ.ଓ. (ଉତ୍ତର) ଅନୁରାଗ ମିଶ୍ର, ଡି.ଏଫ.ଓ. (ଦକ୍ଷିଣ) କଳାଇ ଭାନାନ. ଆର., ଉପଜିଲାପାଳ ଧର୍ମଗଡ଼ ଧୀମାନ ଚକମା, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା ଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସ୍ଵାଗତ ଅଭିଭାଷଣ ଦେଇଥିବାବେଳେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟା ପାଢୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

( ମ ନି ସ )

Related posts

ବାଲିଛଡା ବନ୍ଯା ଆଶ୍ରୟସ୍ଥଳ ଠାରେ ବିପର୍ଯ୍ୟୟ ପ୍ରଶମନ ନେଇ ପ୍ରସ୍ତୁତି ମକଡ୍ରିଲ କରି ଦେଖାଇଲେ ଅଗ୍ନିଶମ ବାହିନୀ

Sunil Chandra Nayak

ମେଦନା ସ୍ଥିତ ଗ୍ରାମ୍ୟଦେବୀ ମାଁ କାଳୀ କଙ୍କାଲୁଣୀ ଙ୍କ ବାର୍ଷିକ ଦଶହରା ପାଳିତ

masiha

ପୂର୍ବତନ ବିଜେଡି ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟାକାଣ୍ଡକୁ ୧୪ ବର୍ଷ ପୂରିଲା ଗୋନା ହାଟପଦାରେ ସ୍ମୃତିସଭା ସହ ଶହିଦ ଦିବସ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!