ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଜୟନ୍ତୀ ରେ ବିଜେଡି ଛାଡ଼ି ପଦ୍ମ ଧରିଲେ ବ୍ଲକ୍ ଅଧକ୍ଷ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ

ବିଜୁ ଜୟନ୍ତୀ ରେ ବିଜେଡି ଛାଡ଼ି ପଦ୍ମ ଧରିଲେ ବ୍ଲକ୍ ଅଧକ୍ଷ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ

ଭବାନୀପାଟଣା ଟାଉନ ହଲ ଠାରେ ବିଜେପି ମିଶ୍ରଣ ପର୍ଵ ରେ କଳାହାଣ୍ଡି ଜିଲ୍ଲା ପ୍ରଭାରୀ ତଥା ଓଡ଼ିଶା ସରକାରଙ୍କ ମାନ୍ୟବର ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ଲୋକସଭା ସଦସ୍ୟା ମାଳବିକା ଦେବୀ, ରାଜ୍ୟସଭା ସଭ୍ୟ ଶ୍ରୀ ସୁଜିତ୍ କୁମାର, ଧର୍ମଗଡ ବିଧାୟକ ଶ୍ରୀ ସୁଧିର ରଞ୍ଜନ ପଟଯୋଶୀ, ପୂର୍ବତନ ମନ୍ତ୍ରୀ ଓ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ , ପୂର୍ବତନ ମନ୍ତ୍ରୀ ଶ୍ରୀ ହିମାଂଶୁ ମେହେର ଓ କଳାହାଣ୍ଡି ବିଜେପି ର ନୃତନ ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ ପ୍ରମୁଖ ଙ୍କ ଉପସ୍ଥିତି ରେ ଜିଲ୍ଳାର ବିଭିନ୍ନ କୋଣରୁ ଶତାଧିକ ଲୋକ ପ୍ରତିନିଧି ବିଜେପି ରେ ସାମିଲ୍ ହୋଇଛନ୍ତି।

ମାନ୍ୟବର ଯଶସ୍ଵି ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଓ ସାଧାରଣ ଜନତା ଙ୍କ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀ ମୋହନ ମାଝୀଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିର ବିଚାର ଧାରାରେ ପ୍ରଭାବିତ ହୋଇ ସେମାନେ ବିଜେପି ରେ ସାମିଲ୍ ହୋଇଥିବା ପ୍ରକାଶ କରିଥିଲେ।

କେସିଙ୍ଗା, ଭବାନୀପାଟଣା, ଥୁଆମୁଲ ରାମପୁର ବ୍ଲକ୍ ର ଅଧ୍ୟକ୍ଷ ବିଜେଡି ଛାଡ଼ି ସେମାନଙ୍କ ଶତାଧିକ ସମର୍ଥକ ଙ୍କ ସହ ବିଜୁ ଜୟନ୍ତୀ ରେ ବିଜେପି ରେ ସାମିଲ୍ ହେବା ଓ କଲମପୁର ବ୍ଲକ ର ୮ ସମିତି ସଭ୍ୟ, ଜୟପାଟଣା ବ୍ଲକ ର ୧ ସରପଞ୍ଚ ୨ ସମିତି ସଭ୍ୟ, ଗୋଲାମୁଣ୍ଡା ବ୍ଲକ ର ୫ ସରପଞ୍ଚ ଓ ୫ ସମିତି ସଭ୍ୟ, ଭବାନିପାଟଣା ବ୍ଲକ୍ ର ୧ ସରପଞ୍ଚ ଓ ୨୬ ସମିତି ସଭ୍ୟ, କେସିଙ୍ଗା ବ୍ଲକ୍ ର ୫ ସରପଞ୍ଚ ଓ ୧ ସମିତି ସଭ୍ୟ ଓ ୨୦ ଜଣ ୱାର୍ଡ ସଭ୍ୟ ଦଳରେ ସାମିଲ ହୋଇ ମାନ୍ୟବର ମୂଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିକଶିତ ଗ୍ରାମ ବିକଶିତ ଓଡ଼ିଶା ସ୍ବପ୍ନ କୁ ସାକାର କରିବା ସହ ବିଜେପି ଆଦର୍ଶ ରେ ସମର୍ପିତ ଭାବେ କାମ କରିବା ପାଇଁ ସାମିଲ ହୋଇ ଛନ୍ତି ବୋଲି ମାନ୍ୟବର ମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରକାଶ କରିଥିଲେ।

ମିଶ୍ରଣ ପର୍ବ କୁ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଜୟ ଶଙ୍କର ନାଏକ ପରିଚାଳନା କରିଥିଲେ। ଏହି ମିଶ୍ରଣ ପର୍ବ ଅବସରରେ ଜିଲ୍ଲା ବିଜେପି ର ସମସ୍ତ ପୂର୍ବତନ ସଭାପତି, ଛାମୁଆ ସଙ୍ଗଠନ ର ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଜେପିର ସ୍ୱାଗତ ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ ଅନୁଷ୍ଠିତ, ଯୋଗଦେଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ 

masiha

ପଦ୍ମ ଧରିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ 

masiha

ବିଜେଡିର ମିଶ୍ରଣ ପର୍ବ 

masiha

Leave a Comment

error: Content is protected !!