ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁର ବ୍ଳକ ବିଜେଡି ସଭାପତି ଭାବେ ସଚ୍ଚିଦାନନ୍ଦ ମହାନ୍ତ ନିଯୁକ୍ତ

ରାଇରଙ୍ଗପୁର ବ୍ଳକ ବିଜେଡି ସଭାପତି ଭାବେ ସଚ୍ଚିଦାନନ୍ଦ ମହାନ୍ତ ନିଯୁକ୍ତ

 ମୟୂରଭଂଜ -୨୮/୦୭ — ରାଇରଙ୍ଗପୁର ବ୍ଳକ ସଭାପତି ଭାବେ ସଚ୍ଚିଦାନନ୍ଦ ମହାନ।ତାଙ୍କ ନାମ ଦଳ ପକ୍ଷରୁ ଵିଦ୍ଧିବଦ୍ଧ ଭାବେ ଘୋଷଣା ପରେ ରାଇରଙ୍ଗପୁର ବ୍ଳକ ବିଜେଡି କର୍ମକର୍ତ୍ତାଙ୍କ ମଧ୍ଯରେ ଉତ୍ସାହର ଲହଳରି ଖେଳିଯାଇଛି ‌। ସେ ବର୍ତମାନ ୪୫ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଅଛନ୍ତି ।ଜଣେ ଯୁବ ସମାଜସେବୀ, ପରୋପକାରୀ,ସରଳ,ଅମାୟିକ ଯୁବକ ।ଜଣେ ଅଣ କଂଗ୍ରେସ ଏବଂ ଅଣ ବିଜେପି ଏବଂ ବିଜେଡିରୁ ତାଙ୍କର ରାଜନୈତିକ ଜୀବନ ଜାରି ରଖିଛନ୍ତି ।ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ସମୟରେ ଦଳ ଯେଉଁ ଗୁରୁତ୍ବପୁର୍ଣ ଦାୟିତ୍ବ ଦେଇଛି ତାହାକୁ ସେ ନିଷ୍ଠାର ସହ ତୁଲାଇଥାନ୍ତି ।ଜଣେ ଦଳୀୟ ନିର୍ଵିବାଦୀୟ ଯୁବକ ହିସାବରେ ଏବଂ ଦଳ ପ୍ରତି ତାଙ୍କର ଆନୁଗତ୍ୟ କୁ ପରଖି କରାଯାଇ ଦଳ ତାଙ୍କ ଉପରୃ ଆସ୍ଥା ରଖି ରାଇରଙ୍ଗପୁର ବ୍ଳକ ବିଜେଡି ସଭାପତି ଭାବେ ଘୋଷଣା କରାଯାଇଛି ।ଦଳର କର୍ମକର୍ତ୍ତାମାନେ ତାଙ୍କୁ ଭେଟି ଶୁଭେଛା ଜଣାଇଛନ୍ତି ।ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଏହି ଗୁରୁଦାୟିତ୍ଵ ଦେଇ ଥିବାରୁ ଏହାକୁ ସେ ନିଷ୍ଠାର ସହ ପାଳନ ପୂର୍ବକ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ ,ସୁସଂଗଠିତ,ସୁବ୍ୟବସ୍ଥିତ କରିବାକୁ ପ୍ରୟାସ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଦରଦାମ ବୃଦ୍ଧିରେ ଦହଗଞ୍ଜ ଖାଉଟି: ବିଜେଡି ପୁଣି ବଢାଇଲେ କ୍ଷୀର ଦର, ଚିନ୍ତାରେ ଖାଉଟି

ବିଜେପି ଯୁବମୋର୍ଚ୍ଚା ର ବିଧାନ ସଭା ଘେରଉ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବିଜେପିର ମଣ୍ଡଳସ୍ତରୀୟ ସଦସ୍ୟତା ଅଭିଯାନ ଆରମ୍ଭ

masiha

Leave a Comment

error: Content is protected !!