ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଚଏଫଆଇ ପକ୍ଷରୁ ରାଉରକେଲା ବିକାଶ ଓ ସମସ୍ୟା ନେଇ ଆଲୋଚନା ମଞ୍ଚ’ ଆୟୋଜିତ

ଏଚଏଫଆଇ ପକ୍ଷରୁ ରାଉରକେଲା ବିକାଶ ଓ ସମସ୍ୟା ନେଇ ଆଲୋଚନା ମଞ୍ଚ’ ଆୟୋଜିତ

 ରାଉରକେଲା —ଏଚଏଫଆଇ ପକ୍ଷରୁ ରାଉରକେଲାର ବିକାଶ ଓ ସମସ୍ୟା ନେଇ ଦ୍ବିତୀୟ ‘ଆଲୋଚନା ମଞ୍ଚ’ ସ୍ଥାନୀୟ ହୋଟେଲ ସୋଲେସ ଠାରେ ଆୟୋଜିତ ହୋଇଯାଇଛି lଏହି ମଞ୍ଚରେ ରାଜନୈତିକ ମତଭେଦକୁ ଭୁଲି କଂଗ୍ରେସରୁ ରବି ରାୟ,ଭାଜପା ରୁ ଧୀରେନ୍ ସେନାପତି,ବିଜେଡି ରୁ ବୀରେନ ସେନାପତି ଓ ସତ୍ୟ ବେହେରା, ସିଆଇଟିୟୁ ରୁ ବସନ୍ତ ନାୟକ, ସିପିଆଇଏମ ରୁ ଶ୍ରୀମନ୍ତ ବେହେରା ଓ ଆମ ଆଦମୀ ପାର୍ଟିରୁ ବିନୟ ତିୱାରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରି ଥିଲେ l

ସମସ୍ତେ ଜନସାଧାରଣଙ୍କ ପ୍ରଶ୍ନଗୁଡିକୁ ଉତ୍ତର ରଖିବା ସହ ସମାଧାନ ଦିଗରେ ସକାରାତ୍ମକ ଅଭିମତ ରଖିଥିଲେ। ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ମିଡିଆ ପ୍ରତିନିଧିଙ୍କ ତରଫରୁ କୁଞ୍ଜବିହାରୀ ରାଉତ ବିକାଶ ମୂଳକ ପ୍ରଶ୍ନଗୁଡିକୁ ଉଠାଇ ସଭାକୁ ଅତ୍ୟନ୍ତ ଯଥାର୍ଥ ଦିଗରେ ନେଇଥିଲେ। ଟୁକୁ ରାଉତ ଓ ରାହୁଲ ମହାନ୍ତିଙ୍କ ସହଯୋଗରୁ ସଭା ସଂଚାଳିତ ହୋଇଥିଲା। ସମାଜସେବା ସଂଗଠନରୁ ରାଜଲକ୍ଷ୍ମୀ, ବନ୍ଦିତା ମହାତୋ, ଗୌରୀ କୁମ୍ଭାର, ରୂପେଶ ବଡ଼ାଇକ, ଦୀପ୍ତି ସୁନ୍ଦରାୟ, ବିଜୟ ସୁନ୍ଦରାୟ, ନୀନା ରାଣୀ ଜେନା, ଶର୍ମିଷ୍ଠା , ସରୋଜ ନାୟକ, ବି. ମାନସୀ, ସଙ୍ଗମ କଳା ଗ୍ରୁପ ରୁ ରାଜଦୀପ ମହାନ୍ତି ଓ ସୁରେଶ କୁମାର ନନ୍ଦ, ହରେକୃଷ୍ଣ ନାୟକ, ଲୀନା ବିଶ୍ୱାଳ, ପ୍ରମୁଖ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ l 

ବିଶିଷ୍ଟ ଅତିଥି ଭାବରେ ରିଷି ଆର୍ଯ୍ୟ, ଅନିଲ ଅଗ୍ରୱାଲ, ଉପେନ୍ଦ୍ର ସିଂହ, ଅରୁଣ ପ୍ରଧାନ, ଅମିତ ଅଗ୍ରୱାଲ, ଶୈଳେନ୍ଦ୍ର ମହାନ୍ତି, ମନୋଜ ସ୍ୱାଇଁ, ବାବୁ ଭାଇ, ସୁଭଦ୍ରା ପ୍ରଧାନ, ବବୁଲୀ ବାରିକ ଓ ମୁରଳୀଧର ବାରିକ ପ୍ରମୁଖ ଯୋଗ ଦେଇ ଏହି ଅଭିଯାନକୁ ଅଧିକ ରୁଦ୍ଧିମନ୍ତ କରିଥିଲେ l ଏଚଏଫଆଇ ପରିବାର ପକ୍ଷରୁ ସିଆଇଟିୟୁ ମୁଖ୍ୟ ବିଷ୍ଣୁ ମହାନ୍ତି, ପୂର୍ବତନ ବିଧାୟକ ସୁବ୍ରତ ତରାଇ, ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଦିଲୀପ ରାୟ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତି ଓ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକଙ୍କୁ ସେମାନଙ୍କ ମାର୍ଗଦର୍ଶନ ପାଇଁ ହୃଦୟରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏହି ଅନୁପ୍ରେରଣାଦାୟକ କାର୍ଯ୍ୟକ୍ରମ ରେ ସଂସ୍ଥାପକ ନରେଶ ମାଇତି, ଅଧ୍ୟକ୍ଷ ଅମିତ ମାଇତି ମହାନ୍ତି, ଓ ଅଧ୍ୟକ୍ଷ ସୁରେଶ କୁମାର ନନ୍ଦଙ୍କ ଦୃଢ଼ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ତଥା କାର୍ଯ୍ୟକାରୀ ସଭାପତି ସମିତ ମାଇତି, ଉପାଧ୍ୟକ୍ଷ ରାକେଶ ସିଂହ, ସଂଯୋଜକ ବି.ମାନସୀ,ବ୍ଲଗର ବିଶ୍ୱଜିତ ଘୋଷ ଓ କାର୍ଯ୍ୟକାରିଣୀ ସଦସ୍ୟ ନରେନ୍ଦ୍ର କାଲ୍ହା, ଅଜୟ ଚୌଧୁରୀ, ସୀମା ବାରିକ, ପୁଷ୍ପା ବାଗେ, କବିତା ବିନ୍ଧାନୀ, ସୁସ୍ମିତା ପରିଡ଼ା, ସୌମ୍ୟା ପରିଡ଼ା,ଆର୍ଜୁ ଖାତୁନ, ଦେବାଶିଷ ପାଣିଗ୍ରାହୀ,ଭାଗ୍ୟଶ୍ରୀ ପାଣ୍ଡା,ସବିତା ଜେନା, ଲଭଲୀ କୌର, ସୁକାନ୍ତି ପ୍ରଧାନ, ପୁଷ୍ପଲତା ସାହୁ, ପ୍ରତିଭା ଚମ୍ପାତୀ, ମମତା ରାୟ, ଅମ୍ବିକା ପରିଡ଼ା,ମନୋରମା ନାୟକ ଦାସ ଙ୍କ ଅଭିନବ ଅଂଶଗ୍ରହଣ ଏହି ଆନ୍ଦୋଳନକୁ ସଫଳ କରାଇଥିଲା l

ଏହି ଦ୍ୱିତୀୟ ଆଲୋଚନା ମଞ୍ଚ କେବଳ ଗୋଟିଏ କାର୍ଯ୍ୟକ୍ରମ ନୁହେଁ, ଏକ ସଂକଳ୍ପ, ଏକ ଉଦ୍ୟମ, ଏକ ଦିଗ ଥିଲା ବୋଲି କହିଛନ୍ତି ଅଧ୍ୟକ୍ଷ ଶ୍ରୀ ନନ୍ଦ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦୀର୍ଘ ଦିନର ଦାବି ପୂରଣ କଲେ ବିଧାୟକ ଓ ସାଂସଦ 

masiha

ନବ ନିଯୁକ୍ତ କନିଷ୍ଠ ଶିକ୍ଷକଙ୍କ କର୍ମକର୍ତ୍ତା ଚୟନ

masiha

ଡାବୁଗାଁ ରେ ବିଶ୍ୱ ପରିବେଶ ଦିବସ ପାଳିତ

Leave a Comment

error: Content is protected !!