ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରାବଣ ମାସତୃତୀୟ ସୋମବାର ଗଢ ଗ୍ରାମୟ ବାବା ଐଶ୍ବାନେଶ୍ବର ଶୈବପୀଠ ଚଳଚଞ୍ଚଳ 

ଶ୍ରାବଣ ମାସତୃତୀୟ ସୋମବାର ଗଢ ଗ୍ରାମୟ ବାବା ଐଶ୍ବାନେଶ୍ବର ଶୈବପୀଠ ଚଳଚଞ୍ଚଳ 

 ମୟୂରଭଂଜ – ୨୮/୦୭ — : ରାଇରଙ୍ଗପୁର ସହରର ଗଢ ଗ୍ରାମର ଶ୍ରୀ ଶ୍ରୀ ଐଶ୍ବାନେଶ୍ବର ଶୈବପିଠ ବହୁ ପୁରାତନ ରାଜାରୁଜୁଡା ଅମଳରୁ ସ୍ଥାପିତ ହୋଇ ପୂଜାର୍ଚନା କରାଯାଇଆସୁଅଛି । ଚଳିତ ବର୍ଷ ଏହାକୁ ନୂତନ ଭାବେ ଆକର୍ଷଣୀୟ ସୁଉଚ୍ଚ ମନ୍ଦିର ନିର୍ମାଣ ସହ ପ୍ରତିଷ୍ଠା କରାଯାଇଛି ।ଏହା ଏହି ଅଂଚଳର ପ୍ରତ୍ୟକ୍ଷ ବାବା ।ଆସ୍ଥା ଓ ବିଶ୍ବାସ ଅଛି ଯେ ମାନସିକ ନାରୀଙ୍କ ମନବାଞ୍ଛା ବାବା ପୂରଣ କରିଥାନ୍ତି ଅପୁତ୍ରିକ କୁ ପୁତ୍ର ବରଦାନ କରିଥାନ୍ତି । ଚଳିତଵର୍ଷ ଆଜି ଶ୍ରାବଣ ମାସ ତୃତୀୟ ସୋମବାର । କାଉଡ଼ିଆ ଏବଂ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ପାଇଁପ୍ରଵଳ ଗହଳି ଲାଗିଥିଲା । ବହୁ ଦୂର‌ଦୂରାନ୍ତରୁ ଆସିଥିବା କାଉଡ଼ିଆ ଏବଂ ମାନସିକଧାରୀଙ୍କ ସମାଗମରେ ସମଗ୍ର ପୀଠଟି ଗେରୁଆମୟ ହୋଇଥିଲା ।ଶହ ଶହ ଶ୍ରଦ୍ଧାଳୁ ଦୁରୁଦୂରାନ୍ତ ଜଳ ଆଣି ବାବାଙ୍କ ପାଖରେ ଜଳ ଲାଗି କରିଥିଲେ । ଏହି ଅବସରରେ ଆଜି ଭୋର୍ ୫ ଟା ରେ ମନ୍ଦିରର ପୂଜକମାନ ମନ୍ଦିର ଦ୍ବାର ଖୋଲି ଦୈନନ୍ଦିନ ପୂଜା ନୀତି କାନ୍ତି କରିଥିଲେ । କାଉଡ଼ିଆ ମାନେ ୬୦/୭୦ କିମି ଦୂର ଖିଚିଂର କେଶନା ନିକଟସ୍ଥ ବୈତରଣୀ ନଦୀରେ ବୁଡ଼ ପକାଇ ଜଳ ସଂଗ୍ରହ କରି ରାସ୍ତା ପାଦରେ ଚାଲି ଚାଲି ଆସି ଜଳାଭିଶେକ କରିଥିଲେ । ରାସ୍ତାରେ ବର୍ଷା,ଘଡଘଡିକ,ବିଜୁଳି ଏବଂ ପଥୁରିଆ ରାସ୍ତାକୁ ଖାତିର ନ କରି କାଉଡିଆମାନେ ଶ୍ରୀ ଶ୍ରୀ ଐଶ୍ବାନେଶ୍ଵର ଶୈବପୀଠରେ ଜଳଲାଗି କରିଥିଲେ ।ସମଗ୍ର ଅଞ୍ଚଳ ଭୋଲେ ବାବା ପାର କରେଗା ଏବଂ ଓମ୍ ନମ୍ଃ ଶିବାୟ ଉଚ୍ଚାରଣରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଂଚଳ ।କମିଟି ତରଫରୁ ଶ୍ରଦ୍ଧାଳୁଙ୍କ ଗହଳିକୁ ଲକ୍ଷ୍ୟ କରାଯାଇ ଶୃଙ୍ଖଳା ଦର୍ଶନ ଵ୍ଯଵସ୍ଥା କରାଯାଇଥିଲା। ।ଶ୍ରଦ୍ଧାଳୁଙ୍କ ପାଇଁ କମିଟି ତରଫରୁ ଅନ୍ନ ପ୍ରସାଦ,ମିଲପା,ଖିରି ବଣ୍ଟନ କରାଯାଇଥିଲା ।

ମୟୂରଭଂଜରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ନୂଆ ଆଳତୁମା ଗ୍ରାମରେ ଦୋଳ ଯାତ୍ରା 

Sunil Chandra Nayak

ସରିଲା ଓଡ଼ିଶା ପ୍ରସିଦ୍ଧ ବାଣପୁର ପଞ୍ଚୁଦୋଳ ଯାତ୍ରା : ଲକ୍ଷାଧିକ ଭକ୍ତଙ୍କ ସମାବେଶ !!! 

Sunil Chandra Nayak

ଦ୍ଵିତୀୟ ବର୍ଷରେ ମାଁ ଭୂମେତ ସାର୍ବଜନୀନ ଦୂର୍ଗା ପୂଜା 

Sunil Chandra Nayak

Leave a Comment

error: Content is protected !!