ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ବାଚିତ ସରପଞ୍ଚ ମାନଙ୍କୁ ନେଇ ଗଠନ ହେଲା ସରପଞ୍ଚ ସଂଘ

ନିର୍ବାଚିତ ସରପଞ୍ଚ ମାନଙ୍କୁ ନେଇ ଗଠନ ହେଲା ସରପଞ୍ଚ ସଂଘ

ବାଲେଶ୍ଵର,୧୧/୯/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟରତ ସରପଞ୍ଚ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରତ୍ନାକର ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖଇରା ବ୍ଲକର ୩୭ ଗୋଟି ପଞ୍ଚାୟତର ସରପଞ୍ଚ ମାନେ ଉପସ୍ଥିତ ଥିଲେ । ବର୍ତ୍ତମାନ ସମୟରେ ସରକାରୀ କିମ୍ବା ବେସରକାରୀ କ୍ଷେତ୍ରରେ ଏକ ସଂଘର ଆବଶ୍ୟକତା ଦେଖାଦେଇଛି । ଯାହାଦ୍ୱାରା ବ୍ଲକ ସ୍ତରରେ ନିଜ ନିଜ ପଞ୍ଚାୟତର ହକ ପାଇବା ପାଇଁ ନିର୍ବାଚିତ ପ୍ରତିନିଧିମାନେ ନିଜ ପଞ୍ଚାୟତର ପ୍ରତ୍ୟେକ ଦାବିକୁ ସରକାରଙ୍କ ନିକଟରେ ରଖି ପାରିବେ । ଏଥି ନିମନ୍ତେ ସମଗ୍ର ରାଜ୍ୟରେ ସମସ୍ତ ସରପଞ୍ଚ ମାନଙ୍କୁ ନେଇ ସରପଞ୍ଚ ମହାସଂଘ ଗଠନ ହେବାରେ ଲାଗିଛି । ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା ଓ ପର୍ଯ୍ଯାଲୋଚନା ପରେ ସଂଘ ଗଠିତ ହୋଇଥିଲା । ଯେଉଁଥିରେ ସଭାପତି ଭାବେ ଜୟନ୍ତୀ ପତି, ସମ୍ପାଦକ ମଦନ ମୋହନ ସାନ୍ତରା, କୋଷାଧ୍ୟକ୍ଷ ଦୟାନିଧି ନାୟକ ଓ ଉପସଭାପତି ଭାବେ ରବିନ୍ଦ୍ର ନାୟକଙ୍କୁ ଉପସ୍ଥିତ ସମସ୍ତ ସରପଞ୍ଚ ମାନଙ୍କ ସହମତିରେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ଏଥିରେ ମୋଟ ୧୫ ଗୋଟି ଦାବି ଉପରେ ଆଲୋଚନା ହୋଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଜୟ ନାୟକ ।।

ବାଲେଶ୍ଵର ରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମୈତ୍ରୀ କମ୍ପାନୀ ସହାୟତାରେ ବାଳକର ହୃତପିଣ୍ଡର ସଫଳ ଅସ୍ତ୍ରୋପଚାର

Sunil Chandra Nayak

ଶ୍ରୀମାଙ୍କ ଜୟନ୍ତୀ ପାଳିତ

masiha

ନିର୍ବାଚନ ପୂର୍ବରୁ କୋକସରା ଓ ଆମପାଣି ପୋଲିସ ପକ୍ଷରୁ ଯାଞ୍ଚ କଡାକଡି

masiha

Leave a Comment

error: Content is protected !!