ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶ ଆବାସିକ ବିଦ୍ୟାଳୟରେ ଗ୍ରାଣ୍ଡ ପେରେଣ୍ଟସ ଡେ ପାଳିତ

ବିକାଶ ଆବାସିକ ବିଦ୍ୟାଳୟରେ ଗ୍ରାଣ୍ଡ ପେରେଣ୍ଟସ ଡେ ପାଳିତ

ସାମାଜିକ ଓ ପାରିବାରିକ ଭିତ୍ତି ଭୂମିକୁ ସୁଦୃଢ ରଖିବା ସହିତ ବୟୋଜ୍ୟେଷ୍ଠ ମାନଙ୍କ ପ୍ରତି ଯଥୋଚିତ ସମ୍ମାନ ଉଦ୍ଦେଶ୍ୟରେ ବିକାଶ ଆବାସିକ ବିଦ୍ୟାଳୟରେ ଗ୍ରାଣ୍ଡ ପେରେଣ୍ଟସ ଡେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଅଜୟ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ଶ୍ୟାମ , ଶିକ୍ଷା ପ୍ରଭାରୀ ଶ୍ରୀମତୀ ଡି.ବିଜୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ । ସମସ୍ତ ବୟୋଜ୍ୟେଷ୍ଠ ଅଜା ଆଈ ଜେଜେବାପା ଓ ଜେଜେମାଙ୍କର ପାଦ ପ୍ରକ୍ଷାଳନ ସହ ବନ୍ଦାପନା କରି ସେମାନଙ୍କୁ ସ୍ବାଗତ କରାଯାଇଥିଲା । ଅତୀତର ସ୍ମୃତି ଚାରଣ ସହ ଅନେକ ମନୋରଞ୍ଜନ ଧର୍ମୀ କ୍ରୀଡା , କାଠ ପୂତୁଲି ମାଧ୍ୟମରେ କାହାଣୀ ଓ ଛାତ୍ର ଛାତ୍ରୀଙ୍କ ଦ୍ଵାରା ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା। ଶ୍ରୀମତୀ ରିଙ୍କି ଶୁକ୍ଳାଙ୍କ ଦ୍ଵାରା ସୁଚାରୁ ରୂପେ ମଞ୍ଚ ପରିଚାଳନା କରାଯାଇଥିବା ବେଳେ ଶ୍ରୀମତୀ ସୁଖଜିତ୍ କୌର ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

କିଶନ ଶର୍ମା ଙ୍କ ରିପୋର୍ଟ 

 

Related posts

ଯାଜପୁର ଠାରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ

masiha

The 15th Bharat Muni Samman Samaroh will have a triveni of entertainment, artists from outside the state will participate

masiha

ବହୁ ଚର୍ଚ୍ଚିତ ବନ୍ୟା ପାଣିରେ ଭାସିଯାଇଥିବା ଖବର କାଗଜ ବିକ୍ରେତାଙ୍କ ମୃତଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!