ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଅଭ୍ୟାସ ଉଞ୍ଚ ବାଳିକା ବିଦ୍ୟାଳୟର ପୁରସ୍କାର ବିତରଣ ଉତ୍ସବ 

ସରକାରୀ ଅଭ୍ୟାସ ଉଞ୍ଚ ବାଳିକା ବିଦ୍ୟାଳୟର ପୁରସ୍କାର ବିତରଣ ଉତ୍ସବ 

କଟକ : କଟକ ସ୍ଥିତ ସରକାରୀ ଅଭ୍ୟାସ ଉଞ୍ଚ ବାଳିକା ବିଦ୍ୟାଳୟରେ ୨୦୨୨-୨୩ ମସିହା ଦଶମ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ମାନଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଶିଷ୍ଟ ସମାଜସେବୀ ତଥା କଟକ ବାଲୁବଜାର ପୂଜା କମିଟି ସଭାପତି ଶ୍ରୀ ପୃଥ୍ୱୀରାଜ ସାହୁଙ୍କ ଦ୍ୱାରା ଆୟୋଜିତ ହୋଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନମନ୍ତ୍ରୀ ଶିକ୍ଷୟତ୍ରୀ ଶ୍ରୀମତୀ ଅଙ୍କୁରବାଳା ସାହୁ ସଭାପତିତ୍ୱ କରିଥିବା ବେଳେ ମୂଖ୍ୟ ଅତିଥି ଜୀବନବିନ୍ଦୁ ସଂଯୋଜକ ଡକ୍ଟର ରଞ୍ଜନ କୁମାର ବିଶ୍ୱାଳ ଓ ବରିଷ୍ଠ ଫଟୋ ସାମ୍ବାଦିକ ସରୋଜ କୁମାର ମଲ୍ଲିକ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଭାଷଣ ମାଧ୍ୟମରେ ପିଲାଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଓ ଅତିଥିମାନଙ୍କ ଦ୍ୱାରା କୃତି ଛାତ୍ରୀ ତୃପ୍ତି ରେଖା ପ୍ରଧାନ,ଅର୍ପିତା ରାଓ,ଅନ୍ନପୂର୍ଣ୍ଣା ରାଉତରାୟ ଓ ବିଷ୍ନୁପ୍ରିୟା ସାହୁଙ୍କୁ ମାନପତ୍ର ଓ ଟଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମିତା ବେହେରା,ଶ୍ରୀମତୀ ମଧୁସ୍ମିତା ମଲ୍ଲିକ ଶ୍ରୀମତୀ ପ୍ରୀତି ଦାସ ଅନ୍ନପୂର୍ଣ୍ଣା ମହାରଣା,ନିହାରିକା ନାୟକ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ଶେଷରେ ବିଜ୍ଞାନ ଶିକ୍ଷୟତ୍ରୀ ଅନିତା ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ଵାନ କ୍ରମେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ         

masiha

ଆଗଲପୁର ବ୍ଲକ ରୋତ ଗାଁ ରେ ବିନ୍ଧ୍ୟବାସିନୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କଲେ ରାଜ୍ୟସଭା ସାଂସଦ

masiha

ବାସନ୍ତୀ କଲୋନୀ ଏ,ବି,ସି ଦୁର୍ଗାପୂଜା କମିଟି ଗଠିତ 

masiha

Leave a Comment

error: Content is protected !!