ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଶଳ ରାଜ୍ୟ ଗଠନ ପାଇଁ ଦିଲ୍ଲୀ ରୁ ସମର୍ଥନ ଦେଲେ ପଞ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀ 

କୋଶଳ ରାଜ୍ୟ ଗଠନ ପାଇଁ ଦିଲ୍ଲୀ ରୁ ସମର୍ଥନ ଦେଲେ ପଞ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀ                           

ସ୍ଵତନ୍ତ୍ର କୋଶଳ ରାଜ୍ୟ ପାଇଁ ଦିଆଯାଇଥିବା ବନ୍ଦ ଡାକରା ସମର୍ଥନ ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ର ଆର୍ଟସ୍ ଫାକଲ୍ଟୀ ପରିସର ରେ ଆଜି ୱଷ୍ଟର୍ନ ଓଡିଶା ଷ୍ଟୁଡେଣ୍ଟ୍ ଫୋରମ୍, ନୂଆଦିଲ୍ଲୀ ପକ୍ଷରୁ କୋଶଳ ରାଜ୍ୟ ସମନ୍ୱୟ ସମିତି କୁ ସମର୍ଥନ ଜଣାଇ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ସୁଜିତ ଲୁହା ଏବଂ ପପୁନ ସାହୁ ଙ୍କ ନେତୃତ୍ୱରେ ଦିଲ୍ଲୀ ର ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ପଢୁଥିବା ପଶ୍ଚିମ ଓଡ଼ିଶା ତଥା ଅନ୍ୟ ରାଜ୍ୟ ର ଛାତ୍ରଛାତ୍ରୀ, ବୁଦ୍ଧଜୀବୀ ଏବଂ ଗବେଷକ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ l ଭାରତୀୟ ସମ୍ବିଧାନ ର ଅନୁଚ୍ଛେଦ ୨ ଏବଂ ୩ ଅନୁସାରେ ଏକ ସ୍ଵତନ୍ତ୍ର ରାଜ୍ୟ ର ଦାବୀ କୁ ସାମ୍ବିଧାନିକ ଦର୍ଶାଇ ପଶ୍ଚିମ ଓଡ଼ିଶା ର ଭାଷା, ସଂସ୍କୃତି, ଶିକ୍ଷା, ଶିଳ୍ପ, ଅର୍ଥନୀତି ପ୍ରତି ସର୍ବଦା ବୈମାତୃକ ମନୋଭାବ ପୋଷଣ କରାଯାଉଥିବା ନେଇ ଛାତ୍ରମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା l ପଶ୍ଚିମ ଓଡ଼ିଶା ର ଜନସାଧାରଣ ଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଲୋକଙ୍କ ଭାବାବେଗ ସହିତ ଜଡିତ ନେଇ ପ୍ରତ୍ୟେକଟି ଆନ୍ଦୋଳନରେ ଛାତ୍ର ସଂଗଠନ ପ୍ରମୁଖ ସାମିଲ୍ ହେବା ସହିତ ଏଥିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଛାତ୍ର ମାନଙ୍କ ମଧ୍ୟରେ ମତପ୍ରକାଶ ପାଇଥିଲା l ପ୍ରଫେସର ତିଳ କୁମାର ଙ୍କ ଅଧ୍ୟକ୍ଷତା ରେ ହୋଇଥିବା ଆଲୋଚନା ରେ ଅନ୍ୟମାନଙ୍କ ସହିତ ସୁମନ୍ତ ସାହୁ,ପବିତ୍ର ସାହା, ସୌମ୍ୟ ବଡ଼ପଣ୍ଡା, ରଜତ ସାହୁ,ରାହୁଲ ମେହେର,ପଦ୍ମନାଭ ପଧାନ, ସତ୍ୟଜିତ ଧରୁଆ,ପଦ୍ମନାଭ ଚୌହାନ, ରୋହିତ ନାୟକ, ମୁକେଶ ସାହୁ,ରୁବି, ଝିଲି, ଅନିତା, ମଞ୍ଜୁ,ଏବଂ ଅନ୍ୟାନ୍ୟ ଛାତ୍ର ଛାତ୍ରୀ ଗ୍ରହଣ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମହମ୍ମଦ ଅସଲମ୍ ସ୍ମୃତି ସମାରୋହ ଯୁବ ସାମ୍ବାଦିକା ଶତରୂପା ସାମନ୍ତରାୟ ଙ୍କୁ ରାଜ୍ୟ ସ୍ତରୀୟ ମହମ୍ମଦ ଅସଲମ୍ ସ୍ମୃତି ସମ୍ମାନ

Sunil Chandra Nayak

ମର୍ମନ୍ତୁତ ସଡ଼କ ଦୁର୍ଘଟଣା , ୧ ମୃତ

Sunil Chandra Nayak

ରାଷ୍ଟ୍ରୀୟ ଏକତା ଦିବସ ପାଳିତ 

masiha

Leave a Comment

error: Content is protected !!