ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧିରେ ଧିରେ ଲୋପ ପାଇବାକୁ ବସିଲାଣି କଂସା ବାସନ ଶିଳ୍ପ 

ଧିରେ ଧିରେ ଲୋପ ପାଇବାକୁ ବସିଲାଣି କଂସା ବାସନ ଶିଳ୍ପ 

ଢେ଼ଙ୍କାନାଳ (ମନିସ)26/9/25 —  ଢେ଼ଙ୍କାନାଳ ସଦର ବ୍ଲକ ଚନ୍ଦ୍ରଶେଖର ପ୍ରସାଦ ପଞ୍ଚାୟତ ଅଉଖମା ଗାଁ ଓ ଓଡ଼ାପଡ଼ା ବ୍ଳକ ଇନ୍ଦୁପୁର ଗାଁ ଏବଂ ଏସିଆ ମହାଦେଶର ସବୁଠାରୁ ବଡ଼ ଗାଁ ଢେ଼ଙ୍କାନାଳ ଜିଲ୍ଲାର ଭୁବନ ଗାଁରେ ଦିନେ ଏଠି ୨୦୦ରୁ ଅଧିକ କଂସାରୀ ଶାଳ ଏଠିଥିଲା । ପ୍ରତ୍ୟେକ ଶାଳରେ ୫ରୁ ଅଧିକ କାରିଗର ମେଳିହୋଇ କଂସା ବାସନ ତିଆରି କରୁଥିଲେ । ଗାଁରେ ପଶିଲେ ଆଉ ସୁଭିବାକୁ ମିଳୁନି କାରିଗରଙ୍କ ଢ଼ାଇଁ ଢାଇଁର ଶବ୍ଦ । କଞ୍ଚାମାଲ ଅଭାବ ଯୋଗୁଁ ବୁଡ଼ିବାକୁ ବସିଲାଣି କୌଳିକ ବୃତ୍ତି । ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବୀ । ୧୯୫୩ ମସିହା ଅଗଷ୍ଟ ୧ ତାରିଖରେ କଂସା ବାସନ ସମବାୟ ସମିତି ଓ ପରେ ୧୯୭୫ ମସିହାରେ ନୂଆ ଭୁବନ କଂସା ପିତ୍ତଳ ସୋସାଇଟି ଗଠନ ହୋଇଥିଲା । ପରେ ପରେ କଂସା ବାସନ ବିକ୍ରୀ କରିବାରେ ସୁଧାର ଆସିଥିଲା । ସୁଦୂର କୋଲକତା ଓଡ଼ିଶାର ବାଳକାଟି,କଣ୍ଟିଲୋ,ଭଟିମୁଣ୍ଡା ଓ କବାଟବନ୍ଧ ଆଦି ସ୍ଥାନରୁ କଞ୍ଚାମାଲ ଆସୁଥିବା ବେଳେ ସମବାୟ ସମିତି ଓ ସୋସାଇଟିରୁ ମଧ୍ୟ କିଛିଟା ମାତ୍ରାରେ କଞ୍ଚାମାଲ ମିଲିଯିବାରୁ ଏହି ଶିଳ୍ପରେ କୌଣସି ସମସ୍ୟା ନଥିଲା । ହେଲେ ଧିରେ ଧିରେ ସେମାନଙ୍କ ସ୍ଥିତି ବଦଳି ଗଲା । ଏବେ କାରିଗରଙ୍କ ଢାଇଁ ଢାଇଁ ଶବ୍ଦଶୁଣା ଯାଉନି କି ଆଗଭଳି କଂସା ବାସନ ତିଆରି ହେଉନି ।୧୯୮୭ମସିହା ଘରପୋଡ଼ି ପରେ ପାଖା ପାଖି ୮୦ଟି କଂସାରୀ ଶାଳ ବନ୍ଦହେବା ସହ ଧୀରେ ଧୀରେ ଚାଇନା ପ୍ଲେଟ,ଫାଇବର ଓ ଷ୍ଟିଲ ଏହି ଶିଳ୍ପ ପାଇଁ ପ୍ରତିବନ୍ଧକ ପାଲଟିଲା । ସମବାୟ ସମିତି ଓ ସୋସାଇଟି ମଧ୍ୟ ସମାନୁକ୍ରମେ ବନ୍ଦ ହୋଇଗଲା । ଫଳରେ ନିଆଁ ସହିତ ଖେଳକରି ଅତି ଯତ୍ନରେ ପ୍ରସ୍ତୁତ କରୁଥିବା କଂସା ବାସନ ଗୁଡ଼ିକୁ ବିକ୍ରୀ କରିବାରେ ସେମାନଙ୍କ ପାଇଁ ସମସ୍ୟା ଉପୁଜିଲା । ଧିରେ ଧିରେ କଞ୍ଚା ମାଲ ଅଭାବ ପାଇଁ ବୋଝ ଉପରେ ଲଳିତାବିଡା ସଦୃଶ ପାଲଟିଲା । ଭୁବନ ଅଞ୍ଚଳରେ ୨୦୦ରୁ ଉର୍ଦ୍ଧ ଶାଳରେ କଂସା ବାସନ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବର୍ତ୍ତମାନ ୫ରୁ ୬ଟି ଶାଳରେ ଦୁଃଖ କଷ୍ଟରେ କାରିଗରମାନେ କାମ କରୁଛନ୍ତି । ଭୁବନ କଂସା ବାସନ ନିର୍ମାଣ କାର୍ଯ୍ୟ ବନ୍ଦ ହେବାକୁ ଯାଉଥିବା ବେଳେ ସରକାରୀ ପ୍ରୋତ୍ସାହନ ମିଳିଲେ,ଏହାକୁ ବୃଦ୍ଧିକରି ହେବବୋଲି କାରିଗରମାନେ କହିଛନ୍ତି । ତେବେ ସମୟକୁ ଅପେକ୍ଷା ରହିଲା କେତେ ଶିଘ୍ର ଏ କଂସା ବାସନ ଶିଳ୍ପସୁସ୍ଥ ହୋଇ ପାରୁଛି ଓ ପୂର୍ବ ଭଳି କଂସା ବାସନ ଶିଳ୍ପ ସୁସ୍ଥ ରହିପାରୁଛି ତାହା ଦେଖିବାକୁ ବାକି ରହିଲା ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାୟଗଡ଼ ଜିଲ୍ଲା ଚଇତି 23କ୍ରୀଡା ପ୍ରତିଯୋଗିତା ମହୋତ୍ସବ ଶୁଭ ଉଦଘାଟନ 

masiha

ନର୍ଲା ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ବାର୍ଷିକ ସମ୍ମିଳନୀ ଉଦଘାଟିତ

masiha

Leave a Comment

error: Content is protected !!