ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଥାପତ୍ୟ ଙ୍କ ଦ୍ବିଦିବସୀୟ ଜାତୀୟ ସମ୍ମିଳନୀ 

ସ୍ଥାପତ୍ୟ ଙ୍କ ଦ୍ବିଦିବସୀୟ ଜାତୀୟ ସମ୍ମିଳନୀ 

ରାଉରକେଲା: ଦି ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟର (ଭାରତ) ର ରାଉରକେଲା ଶାଖା ଓ ଏନ୍ଆଇଟି ତରଫରୁ ମିଳିତ ଆନୁକୂଲ୍ୟରେ ଏ ଏନ୍ ପଟେଲ ମେମୋରିଆଲ ହଲ୍ ଠାରେ ସ୍ଥାପତ୍ୟ ମାନଙ୍କର ଦ୍ବିଦିବସୀୟ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ” ଟ୍ରେଣ୍ଡସ୍ ଇନ୍ ଆଡଭାନ୍ସ ବିଲଡିଂ କନଷ୍ଟ୍ରକସନ ଆଣ୍ଡ ଇନୋଭେଟିଭ ବିଲଡିଂ ମେଟେରିଆଲ” ସମ୍ପର୍କରେ ଆଲୋଚନା ଓ ସନ୍ଦର୍ଭ ପାଠ କରାଯାଇଥିଲା। ଅନୁଷ୍ଠାନ ରାଉରକେଲା ଶାଖା ର ଅଧ୍ୟକ୍ଷ ଇଂ ଏସ୍ କେ ପୋଲାକିଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକ୍ରମର ଆବାହକ ସ୍ଥପତି ଅଭିଷେକ ଦାସ ଓ ସାଧାରଣ ସମ୍ପାଦକ ପ୍ରଫେସର ଡ଼ଃ ଅଜିତ ବେହେରା ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଆରଏସପି ଟାଉନ ବିଭାଗର ସିଜିଏମ ବିଜୟ କୁମାର ଯୋଯୋ, କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଟପୋଷକ ଏନ୍ଆଇଟି ର ନିର୍ଦ୍ଦେଶକ ଦାୟିତ୍ବରେ ଥିବା ପ୍ରଫେସର ପ୍ରଦୀପ ସରକାର ଅତିଥି ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ବକ୍ତବ୍ୟ ରଖିବା ସହ ଏଭଳି କାର୍ଯ୍ୟକ୍ରମ ର ଆବଶ୍ୟକତା ଓ ସମାଜ ପ୍ରତି ପ୍ରତିବଦ୍ଧତା, ତଥା ରାଉରକେଲା ଇସ୍ପାତ କାରଖାନାର ବିିଭିନ୍ନ କାର୍ଯ୍ୟକ୍ରମରେ ସ୍ଥାପତ୍ୟ ଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଫେସର ଅଙ୍କୁର ବାଘେଲ ଓ ପ୍ରଫେସର ବିନିତ କୁମାର ଅନ୍ୟତମ ଆବାହକ ରୂପେ ଯୋଗଦେଇ ଥିଲେ । ଦ୍ବିତୀୟ ପର୍ଯ୍ୟାୟ ଟେକ୍ନିକାଲ ସେସନ୍ ରେ ପ୍ରଫେସର ନୁଆମାନ ନିଜାମୁଦ୍ଦିନ,ସ୍ଥପତି ଗୈାତମ ଅଗ୍ରୱାଲ, ସ୍ଥପତି ଯୋଗେଶ ଛତ୍ରିଆ, ସାରଙ୍ଗ ଶୋଭନ ପଟେଲ, ଗୈାରବ କୁମାର ସିହ୍ନା,ସରୋଜବିନ୍ଦୁ ମହନ୍ତ, ପ୍ରଫେସର ଅଙ୍କୁର ବାଘେଲ, ପ୍ରଫେସର ସୀମନ୍ତନୀ ବେହେରା,ସୁମିତ ଚାନ୍ଦୁକା, ପ୍ରଫେସର ବିନିତ କୁମାର ଓ ସ୍ଥପତି ଅଭିଷେକ ଦାସ ପ୍ରମୁଖ ସେମାନଙ୍କ ବିଷୟ ଭିତ୍ତିକ ରିସର୍ଚ୍ଚ ପେପର୍ ଉପସ୍ଥାପନା କରିଥିଲେ। ଉଭୟ ଅନଲାଇନ୍ ଓ ଅଫ୍ ଲାଇନ ରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ବିଷୟ ବିଶେଷଜ୍ଞମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଯାହା ନିର୍ମାଣ ହେଉଛି, ତାହା କିପରି ବିନା ବାତାନୁକୁଳିତ ଯନ୍ତ୍ରରେ ଥଣ୍ଡା, ବର୍ଷାଜଳ ସଂରକ୍ଷଣ,ମାଟି କାନ୍ଥକୁ ସୁନ୍ଦର ଓ ଦୀର୍ଘସ୍ଥାୟୀ ତଥା କମ୍ ଖର୍ଚ୍ଚରେ ପ୍ରଭାବଶାଳୀ ମାଧ୍ୟମରେ କିପରି ସ୍ଥାପତ୍ୟ ହୋଇପାରିବ ସେ ସମ୍ପର୍କରେ ତଥ୍ୟ ସମ୍ବଳିତ ରିପୋର୍ଟ ଓ ସେହିପରି ଲୈ।ହଖଣିରେ ଥିବା ଖଣିଜ ପଥର କୁ ସଂଗ୍ରହ କରାଯାଇ ସେଥିରେ ସୁନ୍ଦର ରୂପ ଦେଇ ଘର କରଣାରେ ଲଗାଯାଇ ପାରିବ ଓ ଏଥିରେ ଉପଯୁକ୍ତ ମେସିନ ଦ୍ବାରା ତାକୁ ସୁନ୍ଦର ରୂପ ଦିଆଯାଇପାରୁଛି,ସେ ସମ୍ପର୍କରେ ତଥ୍ୟ ତଥା ଆଲୋଚନା କରିଥିଲେ। 

     ସେହିପରି ଦ୍ବିତୀୟ ଦିବସ ଉଦଯାପନୀ କାର୍ଯ୍ୟକ୍ରମରେ ଆଇଆଇଏ ର ଓଡ଼ିଶା ଚାପ୍ଟର ର ଅଧ୍ୟକ୍ଷା ସ୍ଥପତି ସ୍ବପ୍ନାଦତ୍ତ ମହାନ୍ତି ମୁଖ୍ୟଅତିଥି ଓ ଆରଡିଏ ର ପ୍ରାକ୍ତନ ପ୍ଲାନିଂ ମେମ୍ବର ରାମମୋହନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆବାହକ ସ୍ଥପତି ଶ୍ରୀ ଦାସ ସମ୍ମିଳନୀର ଆଭିମୁଖ୍ୟ, ଅଧ୍ୟକ୍ଷ ଇଂ ପୋଲାକି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଓ ଶେଷରେ ସାଧାରଣ ସମ୍ପାଦକ ପ୍ରଫେସର ଡ଼ଃ ବେହେରା କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଦ୍ବିଦିବସୀୟ କାର୍ଯ୍ୟକ୍ରମକୁ ଅର୍ପିତା ସାହୁ ପରିଚାଳନା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଲୁଙ୍କେଶ୍ବର ଝାନ୍ସୀରାଣୀ ଗାଇଡ ବିଦ୍ୟାର୍ଥିଙ୍କ ଦ୍ବାରା ଜଳ ସେବା ଶିବିର 

masiha

ଏବିଭିପି ତରଫରୁ ମକ୍ ଡ୍ରିଲ୍ ପାଇଁ ପ୍ରସ୍ତୁତି

masiha

ନାୟକ ଅକ୍ଷୟ ରାଜହସ୍ତୀ ଙ୍କୁ ମିଳିଲା “ଦରବାର ସାହିତ୍ୟଚକ୍ର ସମ୍ମାନ”

Sunil Chandra Nayak

Leave a Comment

error: Content is protected !!