ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଶୀର୍ବାଦ ର ବିଶ୍ୱ ଶୌଚାଳୟ ଦିବସ ପାଳିତ

ଆଶୀର୍ବାଦ ର ବିଶ୍ୱ ଶୌଚାଳୟ ଦିବସ ପାଳିତ

ଅଦ୍ୟ ତା 19.11.2025 ରିଖ ବୁଧବାର ଢେଙ୍କାନାଳ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଶୀର୍ବାଦ ମାଧ୍ୟ୍ୟମରେ FANSA, I.I. Y. D ସହାୟତାରେ ଢେଙ୍କାନାଳ ର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ world Toilet Day ପାଳିତ ହୋଇଯାଇଛି l ବିଦ୍ୟାଳୟ ର ପ୍ପ୍ରିନସିପାଲ ଅଜୟ କୁମାର ବଳ,ସହକାରୀ ଶିକ୍ଷକ ଶରତ ଭଞ୍ଜ ଓ ଶିକ୍ଷୟତ୍ରୀ ନମିତାରାଣୀ ମିଶ୍ର, ଅର୍ଚନା ଭଞ୍ଜ ତଥା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅନୁଷ୍ଠାନ ର ଉପ ସଭାପତି ବନଜା ମାନସିଂହ ଉପସ୍ଥିତ ରହି ବାହାରେ ମଳତ୍ୟାଗ କରିବା ବନ୍ଦ କରିବା ଓ ନିଜେ, ନିଜ ପରିବାର, ସାହି ପଡିଶା ବନ୍ଧୁ ବାନ୍ଧବ ତଥା ଅନ୍ୟ ମାନଙ୍କୁ ବାହାରେ ମଳତ୍ୟାଗ ବନ୍ଦ କରିବା ସହିତ ସବୁବେଳେ ପାଇଖାନା ବ୍ୟବହାର କରିବାକୁ ଶପଥ ନେଇଥିଲେ l ସେହିପରି ଅନୁରୂପ ଭାବରେ ଭଦ୍ରକ ଜ଼ିଲ୍ଲାର କୋଠାର ପଞ୍ଚାୟତ ରେ ମହିଳା ମହାସଂଘର ସଭ୍ୟାମାନେ , ସି ଆର ପି, ଏମ ବି କେ ମାନଂକୁ ନେଇ ଆଶୀର୍ବାଦ ର ସମ୍ପାଦକ ଶ୍ରୀ ଅମ୍ବିକା ପ୍ରସାଦ ମିଶ୍ର ଓ ଅନୁଷ୍ଠାନ ର ସଭାପତି ଶୁଭଶ୍ରୀ ପ୍ରଧାନ, ଖଗେଶ୍ୱର ରାଉତ, ଅନାଦି ସାହୁ, ଯୋଗେନ୍ଦ୍ର ପାତ୍ର, ରଞ୍ଜୁବାଳା ନାଏକ ପ୍ରମୁଖ ଉପସ୍ଥିତ ରହି ଗ୍ରାମରେ ପାଇଖାନା ବ୍ୟବହାର ସମ୍ବଦ୍ଧରେ ସ୍ଲୋଗାନ ଦେଇ ସଚେତନ ରାଲି କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର କୋଷାଧ୍ୟକ୍ଷ ସତୀଶ ପ୍ରଧାନ ପରିଚାଳନା କରିଥିଲେ l

ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

 

Related posts

ରାମନାଗୁଡାରେ ଜିଲ୍ଲାପାଳ, ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

ମା ତାରିଣୀ ମହିଳା ଆରୋଗ୍ୟ ସମିତି ତରଫରୁ ଦହିପାଣି ବଣ୍ଟନ

masiha

ବିଶିଷ୍ଟ ରାଜସ୍ବ ନିରୀକ୍ଷକ ତଥା ହୋମିଓ ଚିକିତ୍ସକ ହର ନାରାୟଣ ମିଶ୍ରଙ୍କ ମହାପ୍ରୟାଣ 

Sunil Chandra Nayak

Leave a Comment

error: Content is protected !!