ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକ ରେ ଥିବା ଭୈରବ ସ୍ନାତକ ମହାବିଦ୍ୟାଳୟରେ “ଜାତୀୟ ସମର ଶିକ୍ଷାର୍ଥୀ” ଶିବିରର ନୂତନ ଶାଖା ଅନୁଷ୍ଠିତ

ଡାବୁଗାଁ, ୨/୨ – (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଥିବା ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସମର ଶିକ୍ଷାର୍ଥୀ ବାହିନୀ ର ନୂତନ ଶାଖା ଉଦଘାଟିତ ସହ ଏକ ସ୍ଵତନ୍ତ୍ର ଶିବିର ଗୁରୁବାର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ୧୩ ଓଡ଼ିଶା ବାଟାଲିୟନ ମୁଖ୍ୟ ସୂଦୀପ ମିଶ୍ରଙ୍କ ସହିତ ନବରଙ୍ଗପୁର ଶାଖାର ତିନି ସ୍ଥଳ ବାହିନୀ ଅଧିକାରୀ ଯୋଗ ଦେଇଥିଲେ । ସୂଦୀପ ମିଶ୍ରଙ୍କ ଉପସ୍ଥିତିରେ ଶିବିର ଆରମ୍ଭ ହୋଇଥିବା ମହାବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ଶିବିରକୁ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ର ଜାତୀୟ ସମର ଶିକ୍ଷାର୍ଥୀ ଶିବିର ର ମୁଖ୍ୟ ମହେନ୍ଦ୍ର ଦେବର୍ପଲ୍ଲି ଶିବିର ର ପରିଚାଳନା କରିଥିଲେ । ଏଥିରେ ୧୩ ବାଟାଲିୟନ ମୁଖ୍ୟ ଶ୍ରୀ ମିଶ୍ର କହିଥିଲେ ସେବା ସହ ସମ୍ପର୍କ ଏଥିସହିତ ପାଠ୍ୟକ୍ରମ ର ଗୁରୁତ୍ୱ ମଧ୍ୟ ରହିଛି, ତେଣୁ ଏହି ଶିବିର ରେ ସମସ୍ତ ପ୍ରକାର ଶିକ୍ଷା ଦିଆଯାଉଛି । ଶିବିରର କାର୍ଯ୍ୟକ୍ରମ ମଧ୍ୟରେ ବିଭିନ୍ନ ପରୀକ୍ଷା ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିସହିତ ଶାରୀରିକ ପରୀକ୍ଷା କରାଯାଇଥିଲା ଏଥିରେ ପେଟ, ଛାତି ଓ ଦୌଡ କାର୍ଯ୍ୟକ୍ରମ କରାଯାଇଥିଲା । ଏହା ପରେ ଏଥିରେ ଶିବିରରେ ଅଂଶ ଗ୍ରହଣ କରିଥିବା ପ୍ରାର୍ଥୀଙ୍କୁ ନେଇ ୨୦ ମାର୍କର ଏକ ଲିଖିତ ପରୀକ୍ଷା କରାଯାଇଥିଲା । ଏଥିରେ କାର୍ଯ୍ୟକ୍ରମ ଆରମ୍ଭ ପରେ ପରୀକ୍ଷା କରାଗଲା | ଏହା ପରେ ଶିବିରରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ନେଇ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ମହାବିଦ୍ୟାଳୟ ର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ମୁଖ୍ୟ ଭାବେ ମହେନ୍ଦ୍ର ଦେବର୍ପଲ୍ଲି ଙ୍କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦାୟିତ୍ଵ ଭାର ଅର୍ପଣ କରିଥିଲେ । ଏଥି ସହିତ ମହାବିଦ୍ୟାଳୟର ଅଧ୍ୟକ୍ଷ କହିଥିଲେ ଯେ ସେବା ଓ ଶିକ୍ଷା ଦୁଇଟି ବିଭାଗ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ପରି ଯେହେତୁ ଜଣେ ଛାତ୍ରୀ ଛାତ୍ର ଭଲ ଭାବରେ ଶାରୀରିକ ଦକ୍ଷତା ସହ ପାଠ୍ୟ କ୍ରମରେ ଆଗକୁ ଗଲେ ହିଁ ସେନା କିମ୍ବା ପୋଲିସ ହୋଇପାରେ । ତେଣୁ ଶାରୀରିକ ଓ ଶିକ୍ଷା ଉଭୟ ପ୍ରତି ଗୁରୁତ୍ଵ ଦେବା ଦରକାର ବୋଲି ଦାୟିତ୍ଵ ଭାର ଗ୍ରହଣ କରିଥିବା ଦେବରପଲ୍ଲୀ ପିଲା ମାନଙ୍କୁ ଖୁବ୍ ଶୀଘ୍ର ଚିହ୍ନଟ ସହ ସେମାନଙ୍କୁ ଜାତୀୟ ସମର ଶିକ୍ଷାର୍ଥୀ ଶିବିରର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯିବ ବୋଲି ସୂଚନା ଦେଇଥିଲେ । ଏଥିରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ମାର୍ଧକ୍ଷ ନାୟକ, ଇତିହାସ ବିଭାଗର ଅଧ୍ୟାପକ ଦୟାରାମ ମନୋହର ଓ ଓଡ଼ିଆ ବିଭାଗର ଅଧ୍ୟାପିକା ମନିସା ସରକାର ଯୋଗ ଦେଇଥିଲେ । ଏଥିସହିତ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କ ସହିତ ସମସ୍ତ ଛାତ୍ରୀ ଛାତ୍ର ଯୋଗ ଦେଇଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କିଶୋରୀ ବାଳିକା ମାନଙ୍କୁ ଆତ୍ମସୁରକ୍ଷା କୌଶଳ ତାଲିମ

masiha

ବକୃତା ପ୍ରତିଗୋଗିତା ରେ ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କଲେ ଶୁଭଦର୍ଶୀ ବେରୁକ୍ 

Sunil Chandra Nayak

ଜର୍ମାନୀରେ ଆରମ୍ଭ ହେଇଥିବା ଆର୍ନ୍ତଜାତୀୟ ଧାତବ ବାଣିଜ୍ୟ ମେଳା ରେ କଳାହାଣ୍ଡି ର ଯୁବଦ୍ୟୋଗୀ ବିଭୁ ପ୍ରସାଦ

Sunil Chandra Nayak

Leave a Comment

error: Content is protected !!