ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁସ୍ତକ ମେଳାର ଦ୍ୱିତୀୟ ଦିବସ…ଉତ୍କଳ ଗୀତିକବି ସମାଜ ର ସାହିତ୍ୟ ସଂଧ୍ୟା ….

ରାଉରକେଲା/ ଆଦର୍ଶ ପାଠାଗାର ଆୟୋଜିତ ୨୮ତମ ପୁସ୍ତକ ମେଳାର ଦ୍ୱିତୀୟ ସଂଧ୍ୟାରେ ଉତ୍କଳ ଗୀତିକବି ସମାଜ ର ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ସମାଜର ସଭାପତି ତାରିଣୀ ଚରଣ ସାହୁ ଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ଭୋଳେଶ୍ବର ବେହେରା ଙ୍କ ଆବାହକତ୍ବ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଂ ଅଭୟ କୁମାର ଦାସ ମୁଖ୍ୟଅତିଥି, ରାଧାକାନ୍ତ ମିଶ୍ର ଓ ଡାକ୍ତର ତରୁଣାଦିତ୍ୟ ମିଶ୍ର ସମ୍ମାନିତ ଅତିଥି ଓ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗୀତିକବିତା ର ଭାବଧାରା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଶ୍ରୀ ରାଉତ ତାଙ୍କ ବକ୍ତବ୍ଯରେ କହିଲେ ଯେ ଜଣାଣ, ଭଜନ, ଆତ୍ମନିଷ୍ଠ ଭକ୍ତି କବିତା, ଲୌକିକ ପ୍ରେମାନୁଭୂତିକୁ ଅବଲମ୍ବନ କରି ପ୍ରାଚୀନ ଓ ମଧ୍ୟଯୁଗରେ ଗୀତିକବିତା ର ବିକାଶ ହୋଇଥିଲା । ଗୀତି କବିତାରେ ପ୍ରେମଭକ୍ତି, ଅନୁରାଗ ବିରାଗ, ଆନନ୍ଦ ନିରାନନ୍ଦ ପ୍ରଭୃତି ଅଭିବ୍ୟକ୍ତି ଲାଭ କରିଥାଏ । ସେହିପରି ଅନୁଭୂତି ଯେତେ ଗଭୀର ହୁଏ କବିତା ସେତିକି ହୃଦୟ ଗ୍ରାହୀ ହୋଇଥାଏ । ତେଣୁ ମନ୍ମୟତା ଗୀତିକବିତାର ମୁଖ୍ୟ ଲକ୍ଷଣ। ମୁଖ୍ୟଅତିଥି ଇଂ ଦାସ ଅନୁଷ୍ଠାନର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଦ୍ବୟ ଶ୍ରୀ ମିଶ୍ର ଓ ଡାକ୍ତର ମିଶ୍ର ଗୀତିକବିତା କିପରି ଆମ ମନ ଓ ପ୍ରାଣକୁ ପ୍ରଚୋଦିତ କରିଥାଏ ତାହା ବର୍ଣ୍ଣନା କରିଥିଲେ । ସଭାପତିତ୍ବ ଅଭିଭାଷଣ ରେ ଶ୍ରୀ ସାହୁ ଗୀତିକବିତା ହୃଦୟାନୁଭୂତିର ସ୍ବଭାବିକ ଭାଷା ହେବା ଉଚିତ ବୋଲି ମତ ରଖିଥିଲେ । ସଂପାଦକୀୟ ବିବରଣୀ ସହ ଶ୍ରୀ ବେହେରା ବିଭିନ୍ନ ଉଦାହରଣ ଦେଇ ଗୀତିକବିତା କିପରି ତାର ଜୟଯାତ୍ରା ଜାରି ରଖିଛି ତାହା ବର୍ଣ୍ଣନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମନୋରଞ୍ଜନ କରଙ୍କ ସଭାପତିତ୍ବ ଓ ସୁମିତ୍ରା ମିଶ୍ର ତଥା ସୁସ୍ମିତା ମହାପାତ୍ର ଙ୍କ ସଂଯୋଜନାରେ ବହୁ କବି ଛନ୍ଦବୋଧ ଯୁକ୍ତ କବିତା ପାଠ କରିଥିଲେ । ଶେଷରେ ଉପସଭାପତି ରାମକୃଷ୍ଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଜ୍ୟସ୍ତରୀୟ ବାବା ଗୋରେଖନାଥ ଆଧ୍ୟାତ୍ମିକ ସାହିତ୍ୟ ସମ୍ମିଳନୀ 

masiha

ପ୍ରଧାନମନ୍ତ୍ରୀ ଆବାସ ସମ୍ଭାବ୍ଯ ତାଲିକା ପ୍ରକାଶ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ

Sunil Chandra Nayak

ସିଆର୍‌ପିଏଫ୍ ତରଫରୁ ଜନ ସଂପର୍କ ଶିବିର

Sunil Chandra Nayak

Leave a Comment

error: Content is protected !!