ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ବଜେଟ ଘୋଷଣା ପରେ ମହଙ୍ଗା ମାଡ , ପୁଣି କ୍ଷୀର ଦାମ୍‌ ବଢ଼ାଇଲା ଅମୂଲ

ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେଶନ (GCMMF) ଅମୁଲ ବ୍ରାଣ୍ଡ ଅନ୍ତର୍ଗତ ଦୁଗ୍ଧଜାତ ଦ୍ରବ୍ୟକୁ ବଜାରରେ ବିକ୍ରି କରୁଥିବା ବେଳେ ଅକ୍ଟୋବରରେ ଏହାର ଗୋଲଡ, ଫ୍ରେଶ୍ ଏବଂ ଶକ୍ତି ଦୁଗ୍ଧ ବ୍ରାଣ୍ଡର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଥିଲା…

ବଜେଟ ଘୋଷଣା ପରେ ଗ୍ରାହକଙ୍କୁ ମହଙ୍ଗା ମାଡ । ପୁଣି କ୍ଷୀର ଦାମ୍‌ ବଢ଼ାଇଲା ଅମୂଲ । ଅମୂଲ କ୍ଷୀରର ଦାମରେ ପ୍ରତି ଲିଟର ପିଛା ୩ଟଙ୍କା ବୃଦ୍ଧି କରିଛି । ଏହି ବର୍ଦ୍ଧିତ ଦର ଆଜି ଠାରୁ ଲାଗୁ ହୋଇଛି । ଏ ନେଇ ଅମୂଲ ପକ୍ଷରୁ ନୂଆ ତାଲିକା ମଧ୍ୟ ଜାରି କରାଯାଇଛି ।ଯେଉଁଥିରେ ଅମୂଲ ତାଜା ୫୦୦ ଏମଏଲର ଦାମ୍ ୨୭ଟଙ୍କା, ଅମୂଲ ତାଜା ଏକ ଲିଟରକୁ ୨୪ ଟଙ୍କା, ଅମୂଲ ତାଜା ୨ ଲିଟର ୧୦୮ ଟଙ୍କା, ଅମୂଲ ତାଜା ୬ଲିଟର ୩୨୪ ଟଙ୍କା , ଅମୂଲ ତାଜା ୧୮୦ ଏମଏଲ ୧୦ ଟଙ୍କା, ଅମୂଲ ଗୋଲ୍ଡ ୫୦୦ ଏମଏଲ ୩୩ଟଙ୍କା, ଅମୂଲ ଗୋଲ୍ଡ ଏକ ଲିଟର ୬୬ ଟଙ୍କା, ଅମୂଲ ଗୋଲ୍ଡ ୬ଲିଟର ୩୯୬ ଟଙ୍କା । ସେହିପରି ଅମୂଲ ଗାଈ କ୍ଷୀର ୫୦୦ ଏମଏଲ ୨୮ ଟଙ୍କା, ଅମୂଲ ଗାଈ କ୍ଷୀର ଏକ ଲିଟର ୫୬ ଟଙ୍କା, ଅମୂଲ ଏ୨ ମଇଁଷି କ୍ଷୀର ୫୦୦ ଏମଏଲ ୩୫ଟଙ୍କା, ଅମୂଲ ଏ୨ ମଇଁଷି କ୍ଷୀର ଏକ ଲିଟର ୭୦ ଟଙ୍କା, ଅମୂଲ ଏ୨ ମଇଁଷି କ୍ଷୀର ୬ଲିଟର ୪୨୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ପୁଣି ବଦଳିବ ଗାଡ଼ିର ନମ୍ବର ପ୍ଲେଟ ? ଅକାମୀ ହୋଇପାରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍, ନୂଆ ନିୟମ ଲାଗୁ କରିବାକୁ ଯାଉଛି NHAI

Sunil Chandra Nayak

ମେ ୨୮ ଦିନ ୧୨ଟାରେ ଉଦଘାଟିତ ହେବ ନୂଆ ସଂସଦ ଭବନ, ସାମ୍ନାକୁ ଆସିଲା ନିମନ୍ତ୍ରଣ ପତ୍ର

ଇତିହାସ ରଚିଛି ଭାରତ –  ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ଦ୍ୱିତୀୟ ଲଞ୍ଚପ୍ୟାଡରୁ ଉତକ୍ଷେପଣ ହୋଇଛି ଚନ୍ଦ୍ରଯାନ-୩

Sunil Chandra Nayak

Leave a Comment

error: Content is protected !!