ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ମେ ୨୮ ଦିନ ୧୨ଟାରେ ଉଦଘାଟିତ ହେବ ନୂଆ ସଂସଦ ଭବନ, ସାମ୍ନାକୁ ଆସିଲା ନିମନ୍ତ୍ରଣ ପତ୍ର

ନୂଆ ସଂସଦଭବନ ଉଦଘାଟନ ପୂର୍ବରୁ ଆରମ୍ଭ ହେଲା ବିବାଦ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ନକରିବା ପ୍ରସଙ୍ଗ ଉଠାଇ ବିରୋଧ କଲା କଂଗ୍ରେସ ….

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୮ ତାରିଖ ମଧ୍ୟାହ୍ନ ୧୨ଟାରେ ନବନିର୍ମିତ ସଂସଦ ଭବନର ଉଦଘାଟନ କରିବେ । ଏଥିପାଇଁ ବିଧିବଦ୍ଧ ଭାବେ ସକାଳୁ ପୂଜାପାଠ ଆରମ୍ଭ କରାଯିବ । ନୂଆ ସଂସଦ ଭବନକୁ ନିର୍ମାଣ ପାଇଁ ୧୨ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ନୂଆ ଭବନରେ ଅନେକ ପ୍ରକାରର ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି । ଏହାର ହଲରେ ୧୨୨୪ ସାଂସଦଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।

ନୂଆ ସଂସଦ ଭବନର ଉଦଘାଟନ ପାଇଁ ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ମେ ୨୮ ମଧ୍ୟାହ୍ନ ୧୨ଟାରେ ପ୍ରଧାନମନ୍ତ୍ରୀ ନୂଆସଂସଦ ଭବନର ଉଦଘାଟନ କରିବେ । କାର୍ଡରେ ନୂଆ ସଂସଦ ଭବନର ଫଟୋଚିତ୍ର ମଧ୍ୟ ଉଲ୍ଲେଖ ରହିଛି । ସମସ୍ତ ଅତିଥିଙ୍କୁ କୁହାଯାଇଛି ଯେ ସେମାନେ ୧୧.୩୦ ସୁଦ୍ଧା କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିବେ ।

ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ୨୦୧୯ ଅଗଷ୍ଟ ୧୫ ତାରିଖରେ କେନ୍ଦ୍ର ସରକାର ନୂଆ ସଂସଦ ଭବନ ନିର୍ମାଣ ପାଇଁ ଅନୁରୋଧ କରିଥିଲେ । ଏହା ପରେ ୨୦୨୦ ଡିସେମ୍ବର ୧୦ତାରିଖରେ ନୂଆ ସଂସଦ ଭବନର ଅଧାର ରଖାଯାଇଥିଲା ଏହାର ନିର୍ମାଣ କାମର ଟେଣ୍ଡର ଟାଟା ପ୍ରୋଜେକ୍ଟକୁ ଦିଆଯାଇଥିଲା । ପ୍ରଥମେ ଏହାର ନିର୍ମାଣ ଖର୍ଚ୍ଚ ୮୬୧ କୋଟି ରହିଥିଲା । ତେବେ ପରେ ଏହାକୁ ବଢାଇ ୧୨ ଶହ କୋଟି କରାଯାଇଥିଲା ।

ଆସନ୍ତା ୨୮ ତାରିଖରେ ନୂଆ ସଂସଦ ଭବନ ଉଦ୍‌ଘାଟନ ହେବାକୁ ଯାଉଥିବ‌ା ବେଳେ ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଏହି ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନୁହେଁ, ରାଷ୍ଟ୍ରପତି ଉଦ୍‌ଘାଟନ କରିବା ଉଚିତ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଦାବି କରିବା ପରେ ଏଭଳି ପରିସ୍ଥିତି ସୃ୍ଷ୍ଟି ହୋଇଛି। ରାହୁଲଙ୍କୁ ସମର୍ଥନ କରି କଂଗ୍ରେସ ସଭାପତି ଓ ଅନ୍ୟ ନେତାମାନେ ବିବୃତି ଜାରି କରୁଛନ୍ତି। ତେ‌ବେ କଂଗ୍ରେସ ନେତାମାନଙ୍କ ତୀବ୍ର ସମାଲୋଚନା କରି ବିଜେପି କହିଛି ଯେ ସେମାନେ ଶସ୍ତା ରାଜନୀତି କରୁଛନ୍ତି।

ନୂଆ ସଂସଦ ଭବନ ଉଦ୍‌ଘାଟନ ପାଇଁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ କାହିଁକି ନିମନ୍ତ୍ରଣ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ସେ କହିଛନ୍ତି ଯେ ଯାହା ଜଣାପଡ଼ୁଛି ରାଷ୍ଟ୍ରପତିଙ୍କ ପ୍ରତି ମୋଦୀ ସରକାରର ସମ୍ମାନ ରହୁନି। ବିଜେପି ସରକାର ଲଗାତାର ସାମ୍ବିଧାନିକ ମର୍ଯ୍ୟାଦାକୁ ଅପମାନିତ କରୁଛି ଏବଂ ରାଷ୍ଟ୍ରପତିଙ୍କ ଅଫିସ କେବଳ ଏକ ଟୋକେନିଜମ୍‌ ବା ପ୍ରତୀକବାଦ ପାଲଟିଛି। ସଂସଦ ହେଉଛି ଦେଶର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା ଏବଂ ଭାରତର ରାଷ୍ଟ୍ରପତି ହେଉଛନ୍ତି ସର୍ବୋଚ୍ଚ ସାମ୍ବିଧାନିକ କର୍ତ୍ତୃପକ୍ଷ। ସେ ହେଉଛନ୍ତି ଭାରତର ପ୍ରଥମ ନାଗରିକ। ତେଣୁ ସେ ନୂଆ ସଂସଦ ଭବନ ଉଦଘାଟନ କରିବା ଉଚିତ। ରାଷ୍ଟ୍ରପତି ନୂଆ ସଂସଦ ଭବନ ଉଦ୍‌ଘାଟନ କଲେ ଏହା ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ମର୍ଯ୍ୟାଦା ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ଏକ ପ୍ରତୀକ ହେବ ବୋଲି ଖଡ଼ଗେ କହିଛନ୍ତି। ଉଦ୍‌ଘାଟନ ଉତ୍ସବକୁ କଂଗ୍ରେସ ବର୍ଜନ କରିପାରେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ଗତ ୧୮ ତାରିଖରେ ଲୋକସଭା ସଚିବାଳୟ ପକ୍ଷରୁ କୁହାଯାଇଥିଲା ଯେ ନୂଆ ସଂସଦ ଭବନ ଉଦ୍‌ଘାଟନ ପାଇଁ ବାଚସ୍ପତି ଓମ୍‌ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ତାଙ୍କୁ ନିମନ୍ତ୍ରିତ କରିଛନ୍ତି। ରବିବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧି ଏହାର ବିରୋଧ କରି କହିଥିଲେ ଯେ ରାଷ୍ଟ୍ରପତି ନୂଆ ସଂସଦ ଭବନ ଉଦ୍‌ଘାଟନ କରିବା ଉଚିତ। ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଅୱେସି କହିଥିଲେ ଯେ ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କୁ କାହିଁକି ସଂସଦ ଭବନ ଉଦ୍‌ଘାଟନ ପାଇଁ ବଛାଗଲାନି? ପ୍ରଧାନମନ୍ତ୍ରୀ କାହିଁକି ସଂସଦ ଉଦ୍‌ଘାଟନ କରିବେ ବୋଲି ସେ ପ୍ରଶ୍ନ କରିଥିଲେ। ଟିଏମ୍‌ସି ସାଂସଦ ସୁଖେନ୍ଦୁ ଶେଖର ରାୟ ମଧ୍ୟ ଉଦ୍‌ଘାଟନ ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସାବରକରଙ୍କ ଜନ୍ମ ଜୟନ୍ତୀ ଦିନ ଉଦ୍‌ଘାଟନ ଉତ୍ସବ ପଡ଼ୁଥିବାରୁ ‌ସେ ଆପତ୍ତି ଜଣାଇଛନ୍ତି।

ତେ‌ବେ କେନ୍ଦ୍ର ମନ୍ତ୍ରୀ ହରଦିପ ସିଂହ ପୁରୀ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେଉଛନ୍ତି ସରକାରର ମୁଖ୍ୟ, ତେଣୁ ସଂସଦ ଭବନ ସେ ଉଦଘାଟନ କଲେ କିଛି ଅସୁବିଧା ନାହିଁ। ସେହିଭଳି ବିଜେପି କହିଛି, କଂଗ୍ରେସ ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନେଇ ଅଯଥା ବିବାଦ ସୃଷ୍ଟି କରୁଛି। ବିଜେପିର ମୁଖ୍ୟ ମୁଖପାତ୍ର ଅନୀଲ ବାଲୁନି କହିଛନ୍ତି, ଯେତେବେଳେ ବି କିଛି ଭଲ କାମ ହେଉଛି କଂଗ୍ରେସ ‌ନେତାମାନେ ଶସ୍ତା ରାଜନୀତି କରୁଛନ୍ତି। ରାହୁଲ ଗାନ୍ଧିଙ୍କ ଅଧୀନରେ ଏହା କଂଗ୍ରେସର ହଲ୍‌ମାର୍କରେ ପରିଣତ ହୋଇଯାଇଛି। ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନେଇ ସମଗ୍ର ଦେଶ ଗର୍ବ ଅନୁଭବ କରୁଥିବା ବେଳେ କଂଗ୍ରେସ ନେତାମାନେ ଏବେ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରିବା ଠିକ୍ ନୁହେଁ।ସଂସଦ ରାଷ୍ଟ୍ରପତି ଉଦ୍‌ଘାଟନ କରନ୍ତୁ ବୋଲି କଂଗ୍ରେସ ଦାବୀ କରୁଥିବା ବେଳେ କଂଗ୍ରେସ ଶସ୍ତା ରାଜନୀତି କରୁଛି ବୋଲି କହିଛି ବିଜେପି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସାରାରାଜ୍ୟରେ ହକି ଫିଭର: ରାଜ୍ୟବାସୀ ଦେଖିଲେ ହକି ବିଶ୍ୱକପ୍ ଉଦଘାଟନୀ

Sunil Chandra Nayak

ଓଡ଼ିଶାର ରେଳ ବିକାଶ ପାଇଁ ୧୦ ହଜାର କୋଟି ବ୍ୟୟବରାଦ

Sunil Chandra Nayak

ଆଜିଠୁ ଚେକିଂ ହେବ ହାଇ ସିକ୍ୟୁରିଟି ନମ୍ବର , HSRP ନଥିଲେ ଗଣିବେ ୫ରୁ ୧୦ ହଜାର ଫାଇନ୍‌

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort