ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମ୍ଭାରୀ ବଜାରରେ ମହୁମାଛି ଆକ୍ରମଣରେ ଦୁଇ ଗୁରୁତର

ଗୋଳାମୁଣ୍ଡା/୨୩/୫/ନିର୍ଭୟ, ନିରପେକ୍ଷ //କଳାହାଣ୍ଡି ଜିଲ୍ଲା ଦଶପୁର ଫାଣ୍ଡି ଅଧୀନରେ ଥିବା ଆଜି ମଙ୍ଗଳବାର ଦିନ କୁମ୍ଭାରୀ ବଜାରକୁ ବ୍ୟବସାୟ ପାଇଁ ଆସିଥିବା ଦୁଇ ବ୍ୟବସାୟୀ ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର ବ୍ୟକ୍ତି ହେଉଛନ୍ତି ଧର୍ମଗଡ ବ୍ଲକ ଖଇରପଦର ଗ୍ରାମର ପ୍ରବୀଣ ବିହାର ଏବଂ ହିମାଂଶୁ ବିହାର । ସେ ଦୁହେଁ ସପ୍ତାହକୁ ଥରେ କୁମ୍ଭାରୀ ବଜାରକୁ ବ୍ୟବସାୟ କରିବାକୁ ଆସନ୍ତି । ଆଜି ହଠାତ ମହୁମାଛି ଆକ୍ରମଣ କରିଥିଲା । ଆକ୍ରମଣରେ ଅନେକ ଲୋକଙ୍କ କ୍ଷୟକ୍ଷତି ଘଟିଛି ହେଲେ ପ୍ରବୀଣ ଓ ହିମାଂଶୁ ଅଧିକ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଦୁଇ ଗୁରୁତର ବ୍ୟକ୍ତିଙ୍କୁ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ ।ଏବେ ବି ତାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ସଞ୍ଜୁକ୍ତା ସେବା ନିକେତନ ତରଫରୁ ଅସହାୟତାକୁ ସେବା କାର୍ଯ୍ୟକ୍ରମ

Sunil Chandra Nayak

ଜାତୀୟ ଅଗ୍ନିଶମ ସୁରକ୍ଷା ବା ସହିଦ ସପ୍ତାହ ପାଳନ 

masiha

“ସୁବର୍ଣ୍ଣରେଖା “ଓ “ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ” ଆନୁକୁଲ୍ୟରେ “ଫକୀରମୋହନ ଜୟନ୍ତୀ ଓ ୨୭ତମ ବାର୍ଷିକ ଉତ୍ସବ” ପାଳନ

masiha

Leave a Comment

error: Content is protected !!