ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଭାରତୀୟ ଯୁବ ହଷ୍ଟେଲସ ର ମୁକ୍ତ ସନ୍ତରଣ ପ୍ରତିଯୋଗିତା

 ରାଉରକେଲା / ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଓ ରାଉରକେଲା କ୍ଲବ ର ମିଳିତ ଆନୁକୂଲ୍ୟରେ ମୁକ୍ତ ସନ୍ତରଣ ପ୍ରତିଯୋଗିତା ରାଉରକେଲା କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଦୁଇ ଭାଗରେ ମହିଳା ଓ ପୁରୁଷ ମାନଙ୍କ ମଧ୍ୟରେ ବିଭିନ୍ନ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତା ଟି କୁ ପତାକା ଦେଖାଇ ଆର୍ ଏସ ପି ର ସହର ପ୍ରଶାସନ ଓ ସିଏସ ଆର୍ ବିଭାଗ ର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ ଶୁଭାରମ୍ଭ କରିଥିଲେ। ସକାଳ ୭ ଘଟିକା ସମୟରେ ରାଉରକେଲା କ୍ଲବ ସଭ୍ୟ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ ସକାଳ ୯ ଘଟିକା ସମୟରେ ମୁକ୍ତ ସନ୍ତରଣ ପ୍ରତିଯୋଗିତା ବିଭିନ୍ନ ବର୍ଗରେ ଅନୁଷ୍ଠିତ ହୋଇଥିଲା। ମହିଳା ଓ ପୁରୁଷ ବର୍ଗରେ ଫ୍ରି ଷ୍ଟାଇଲ ଓ ବ୍ୟାକ ଷ୍ଟ୍ରୋକ ପ୍ରତିଯୋଗିତା ୪ଟି ଗ୍ରୁପ୍ ରେ ଅନୁଷ୍ଠିତ ହେବାପରେ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆର୍ ଏସ ପି ର ନିର୍ବାହୀ ନିର୍ଦ୍ଦେଶକ (ସାମଗ୍ରୀ ପରିଚାଳନା) ସୋମନାଥ ତ୍ରିପାଠୀ ତାଙ୍କ ବକ୍ତବ୍ଯରେ ସନ୍ତରଣ ଯୋଗୁ ଜନସାଧାରଣ ଙ୍କ ମଧ୍ୟରେ ମାନସିକ ସ୍ତରରେ ଅଭିବୃଦ୍ଧି ହେବା ସହିତ ସ୍ବାସ୍ଥ୍ୟ ସମୃଦ୍ଧି ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଯୁବ ହଷ୍ଟେଲସ ରାଉରକେଲା ଶାଖା ଉପସଭାପତି ପ୍ରତାପ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାଉରକେଲା କ୍ଲବ ର ସମ୍ପାଦକ ମାନସ ମହାରଣା,କୋଷାଧ୍ୟକ୍ଷ ମନୋରଞ୍ଜନ ଶର୍ମା,ଯୁବ ହଷ୍ଟେଲସ ରାଉରକେଲା ଶାଖା ଅଧ୍ୟକ୍ଷ ବୁଦ୍ଧ ଦେବ ବାସୁ,ଜାତୀୟ ପରିଷଦ ସଭ୍ୟ ନିରଞ୍ଜନ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ।ଏହି ପ୍ରତିଯୋଗିତାରେ ରାଉରକେଲା କ୍ଲବ ଗ୍ରୁପ୍ ରୁ ୭୮ ଜଣ ଏବଂ ମୁକ୍ତ ସନ୍ତରଣ ପ୍ରତିଯୋଗିତା ରେ‌‌ ୧୦୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ଓ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ। ପୂର୍ବରୁ ସଭାପତି ଶ୍ରୀ ସ୍ବାଇଁ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ସାଗରିକା ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ ଓ ଶେଷରେ ଜାତୀୟ ପରିଷଦ ସଦସ୍ୟ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ପ୍ରତିଯୋଗିତା କୁ ଯୁବ ହଷ୍ଟେଲସ ପରିବେଶ ସୁରକ୍ଷା ସମିତି ର ଅଧ୍ୟକ୍ଷ ଡ଼ଃ ଶକ୍ତି ପ୍ରସାଦ ସାମନ୍ତରାୟ ଙ୍କ ନେତୃତ୍ୱରେ ରବି ଦାସ, ସରୋଜ ପଟ୍ଟନାୟକ, ଦେବାଶିଷ ମହାନ୍ତି,ଆଶିଷ ବିର୍ସା ହେମ୍ବ୍ରମ ‌,ସଚ୍ଚିଦାନନ୍ଦ ଲେଙ୍କା, ନିରଞ୍ଜନ ସାମଲ, ସମରକାନ୍ତ ମଲ୍ଲିକ, ସରୋଜ ପାତ୍ର ,ରଞ୍ଜନ ବାରିକ,ପି ବି ସାଜି,ଲୁସି ଦାଶ, ସୁଚିତ୍ରା ମଲ୍ଲିକ, ଶାନ୍ତା କୋଲା, ଵିଣାପାଣୀ ଦାସ,ମିନାକ୍ଷୀ ପାଢ଼ୀ,କାପ୍ରା ହାଂସଦା, ଶାନ୍ତି ଦାସ ,ଇନ୍ଦିରା ପଟ୍ଟନାୟକ ,ଶ୍ରଧା ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିବା ବେଳେ ବୈଷୟିକ କାର୍ଯ୍ୟ କୁ ରାଉରକେଲା କ୍ଲବ ର ଅରୁଣ ସାମଲ,ଯୁଗଳ କିଶୋର ମୁଣ୍ଡାରୀ,ପ୍ରେମ ପ୍ରକାଶ ଏକ୍କା,ଧନରାଜ ସିଂହ ଓ ବିଷ୍ଣୁ ଚରଣ ନାୟକ ସମ୍ପାଦନା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଚିଲିଗୁଡା ଚମ୍ପିୟାନ

Sunil Chandra Nayak

ଗୋପାଳପୁର ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ପଟାଙ୍ଗପଡାକୁ ହରାଇ ବାଗପୁର ଚମ୍ପିୟାନ  

masiha

ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଇ.ୱାଇ . ଡି. ପି.କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!