ଭୁବନେଶ୍ୱର (୨୩/୦୫) : ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ର ଉଦୟମାନ ଗାୟକ ଶ୍ରୀମାନ ଶିଶିର କୁମାର ଦାଶ ପ୍ରଥମ ଥର ପାଇଁ “ମା ଦୁର୍ଗା ରଜତ ଜ୍ୟୋତି ପ୍ରଡୁକ୍ସନ ” ଦ୍ୱାରା ନିର୍ମିତ ନୂତନ ଓଡ଼ିଆ ସିନେମା ” ଅଧୁରା ପ୍ରେମ କାହାଣୀ ” ରେ ନିଜର କଣ୍ଠ ଦାନ କରିଛନ୍ତି l ସେ ଫିଲ୍ମ ର ଟାଇଟେଲ ଗୀତର ଦୁଃଖ ଭାଗଟିକୁ ଗାଇଛନ୍ତି l ଫିଲ୍ମ ର ପ୍ରଯୋଜକ ଶ୍ରୀମାନ ରଜତ ମହାପାତ୍ର ଏବଂ ଶ୍ରୀମାନ ଜ୍ୟୋତି କିଶୋର ଦାଶ ତାଙ୍କ ଉପରେ ଯୋଉ ବିଶ୍ୱାସ ଦେଖାଇଛନ୍ତି, ସେ ମଧ୍ୟ ପ୍ରଯୋଜକଙ୍କ ବିଶ୍ୱାସକୁ ସମ୍ପୂର୍ଣ୍ଣ ଭାବରେ ବଜାଇ ରଖିଛନ୍ତି l ସେ ଗୀତଟିକୁ ଏମିତି ଭାବରେ ଗାଇଛନ୍ତି, ଯେତେ ଶୁଣିଲେ ଵି ବାରମ୍ବାର ଶୁଣିବାକୁ ଇଚ୍ଛା ହେବ l ଗୀତଟି ରିଲିଜ ହେବା ପରେ ସମଗ୍ର ଓଡିଶା ବାସୀଙ୍କ ମନକୁ ଏବଂ ହୃଦୟ କୁ ନିଶ୍ଚିତ ଭାବରେ ଆକର୍ଷଣ କରିବ ବୋଲି ଆମର ବିଶ୍ୱାସ l
previous post