ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ କରିଛି ସଫ୍ଟ ଲ୍ୟାଣ୍ଡିଂ। ଏହି ସଫଳତା ପରେ ଭାରତର ଚନ୍ଦ୍ରଯାତ୍ରା ସ୍ୱପ୍ନ ସାକାର ହୋଇଛି। ଆଉ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ଭାରତ।
ଅବତରଣର ପ୍ରାୟ ୪ ଘଣ୍ଟା ପରେ ବିକ୍ରମ ଲ୍ୟାଣ୍ଡର ଭିତରୁ ରୋଭର ‘ପ୍ରଜ୍ଞାନ’ ଏକ ପାର୍ଶ୍ୱ ପ୍ୟାନେଲ ଦେଇ ବାହାରକୁ ଆସିବ । ରୋଭର ‘ପ୍ରଜ୍ଞାନ’ର ମୁଖ୍ୟ କାମ ହେଉଛି ଚନ୍ଦ୍ର ପୃଷ୍ଠରୁ ତଥ୍ୟ ସଂଗ୍ରହ କରି ଏହାକୁ ଇସ୍ରୋକୁ ପଠାଇବା । ‘ପ୍ରଜ୍ଞାନ’ ରୋଭର ମଧ୍ୟ ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ କରିବ । ଏହାଛଡ଼ା ଏଥିରେ ନିୟୋଜିତ ଚାରି ପେଲୋଡ୍ ଚନ୍ଦ୍ରର ମ୍ୟାପିଂ ବ୍ୟତୀତ ଅନ୍ୟ ମହତ୍ତ୍ୱପୂର୍ଣ୍ଣ ପରୀକ୍ଷଣ ମଧ୍ୟ କରିବେ ।
ଇସ୍ରୋର ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଏପରି ସଫଳତା ହାସଲ କରିବାରେ ଭାରତ ବିଶ୍ବର ୪ର୍ଥ ଦେଶ ଭାବେ ଚନ୍ଦ୍ରରେ ଅବତରଣ କରିଛି । ପୂର୍ବରୁ ଆମେରିକା, ରୁଷ ଓ ଚୀନ ଏହି ସଫଳତା ହାସଲ କରିଛନ୍ତି । ତେବେ ଆଜି ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲାଣ୍ଡିଂ ହୋଇଛି। ଏହାପରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡରଠୁ ଅଲଗା ହୋଇଯାଇଛି।
ତେବେ ଚନ୍ଦ୍ରଯାନ-୩ର ଲ୍ୟଣ୍ଡିଂ ସମୟରେ ଦକ୍ଷିଣ ଆଫ୍ରିକାରୁ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନ୍ଫରେନ୍ସ ଜରିଆରେ ଯୋଡି ହୋଇଥିଲେ | ଆଉ ଇସ୍ରୋର ମିଶନ ମୁନ ସଫଳ ହେବାପରେ ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଇସ୍ରୋ ବୈଜ୍ଞାନିକ ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଭାରତର ଉଦୟର କ୍ଷଣ ବୋଲି ସେ କହିଛନ୍ତି ।
ଇତିହାସ ରଚିଲା ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ କରିଛି ସଫ୍ଟ ଲ୍ୟାଣ୍ଡିଂ। ଏହି ସଫଳତା ପରେ ଭାରତର ଚନ୍ଦ୍ରଯାତ୍ରା ସ୍ୱପ୍ନ ସାକାର ହୋଇଛି। ଆଉ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ଭାରତ।
ଇସ୍ରୋର ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଏପରି ସଫଳତା ହାସଲ କରିବାରେ ଭାରତ ବିଶ୍ବର ୪ର୍ଥ ଦେଶ ଭାବେ ଚନ୍ଦ୍ରରେ ଅବତରଣ କରିଛି । ପୂର୍ବରୁ ଆମେରିକା, ରୁଷ ଓ ଚୀନ ଏହି ସଫଳତା ହାସଲ କରିଛନ୍ତି । ତେବେ ଆଜି ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲାଣ୍ଡିଂ ହୋଇଛି। ଏହାପରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡରଠୁ ଅଲଗା ହୋଇଯାଇଛି।
ତେବେ ଚନ୍ଦ୍ରଯାନ-୩ର ଲ୍ୟଣ୍ଡିଂ ସମୟରେ ଦକ୍ଷିଣ ଆଫ୍ରିକାରୁ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନ୍ଫରେନ୍ସ ଜରିଆରେ ଯୋଡି ହୋଇଥିଲେ | ଆଉ ଇସ୍ରୋର ମିଶନ ମୁନ ସଫଳ ହେବାପରେ ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଇସ୍ରୋ ବୈଜ୍ଞାନିକ ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଭାରତର ଉଦୟର କ୍ଷଣ ବୋଲି ସେ କହିଛନ୍ତି ।
ଦକ୍ଷିଣ ଧ୍ରୁବ ଏଥି ପାଇଁ ଜଟିଳ କାରଣ ଏହା ବହୁତ ରହସ୍ୟମୟ ସ୍ଥାନ। ଏଠାରେ ସୁର୍ଯ୍ୟ ସବୁବେଳେ ଦିଗବଳୟରେ ଥାନ୍ତି। ଏଣୁ ଏଠାରେ ଛାଇ ବହୁତ ଦୀର୍ଘ। ଏହା ଛଡା ସୂର୍ଯ୍ୟଙ୍କ କିରଣ ଏତେ ଧିମା ଯେ ଏହି ଆଲୋକରେ ଚନ୍ଦ୍ର ପୃଷ୍ଠ ସ୍ପଷ୍ଟ ଦେଖାଯାଏନା। ରୋଭର ମଡ୍ୟୁଲର ଲ୍ୟାଣ୍ଡିଂ କାଳରେ ବହୁତ ଧୂଳି ଉଡିବାର ସମ୍ଭାବନା ଥିଲା। ଏଣୁ ଏହା ଯୋଗୁ ସେନସର ଓ ଥ୍ରଷ୍ଟର ଖରାପ ହେବାର ଅନେକ ସମ୍ଭାବନା ରହିଛି। କ୍ୟାମେରା ଲେନସ୍ରେ ଧୂଳି ଲାଗିବା ଯୋଗୁ ହୁଏତ ଦେଖିବା ମଧ୍ୟ କଷ୍ଟକର ହେବ।
ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାର ନାମକରଣ କେମିତି ହେଲା ?
ତେବେ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବା ଏଥି ପାଇଁ କଠିନ ସେଠାରେ ବାୟୁମଣ୍ଡଳ ନାହିଁ। ଏଣୁ ଚନ୍ଦ୍ରରେ ପାରାସ୍ୟୁଟ୍ ନେଇ ଲ୍ୟାଣ୍ଡର ଅବତରଣ କରିବା ଅସମ୍ଭବ। ଏଣୁ ତଳକୁ ଓହ୍ଲାଇବା ପାଇଁ ଥ୍ରଷ୍ଟରର ଜରୁରି ଆବଶ୍ୟକତା ଥାଏ। ଥ୍ରଷ୍ଟର୍ସ ଲାଗି ବହୁ ପରିମାଣରେ ଇନ୍ଧନ ଆବଶ୍ୟକ ହୋଇଥାଏ। ଏଣୁ ସୀମିତ ଇନ୍ଧନ ଯୋଗୁ ତ୍ରୁଟିର ସମ୍ଭାବନା କମଥାଏ। ଏହା ଛଡା ଚନ୍ଦ୍ରରେ ଜିପିଏସ୍ ମଧ୍ୟ ନାହିଁ। ଏଣୁ ଲୋକେସନ ଜଣାଉଥିବା ଉପଗ୍ରହ କାମ କରି ନଥାଏ। ଏଣୁ ଲ୍ୟାଣ୍ଡିଂର ସଠିକ ପୋଜିସନ ଜାଣିବା ମଧ୍ୟ ଏବେ କଷ୍ଟକର ।
ଚନ୍ଦ୍ରଯାନ-୩ ମିସନ ସବୁ ପର୍ଯ୍ୟାୟରେ ତା’ର ଶ୍ରେଷ୍ଠତା ପ୍ରତିପାଦିତ କରିଛି। ଜୁଲାଇ ୧୪ରେ ଇସ୍ରୋର ଏଲ୍ଭିଏମ୍୩ ଏମ୍୪ ରକେଟ୍ ଚନ୍ଦ୍ରଯାନ-୩କୁ ଏହାର ଉଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କରିଥିଲା। ଜୁଲାଇ ୨୨ରେ ମହାକାଶଯାନକୁ ୭୧,୩୫୧ କିମି x ୨୩୩ କିମି କକ୍ଷପଥରେ ସଫଳତାର ସହ ସ୍ଥାନିତ କରାଯାଇଥିଲା। ଅଗଷ୍ଟ ୧ରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ତମ୍ଭ ହାସଲ ସ୍ବରୂପ, ଚନ୍ଦ୍ରଯାନ-୩ ଏକ ୨୮୮ କିମି x ୩,୬୯,୩୨୮ କିମି ଟ୍ରାନ୍ସଲୁନାର୍ କକ୍ଷପଥରେ ପ୍ରବେଶ କଲା। ଅଗଷ୍ଟ ୧୭ ତାରିଖରେ ବିକ୍ରମ ଲ୍ୟାଣ୍ଡର୍ ଏବଂ ପ୍ରଜ୍ଞା ରୋଭରକୁ ନେଇ ଲ୍ୟାଣ୍ଡିଂ ମଡ୍ୟୁଲ୍ ପ୍ରପଲ୍ସନ ସିଷ୍ଟମ୍ରୁ ଅଲଗା ହୋଇଥିଲା। ଗତ ୨୦ ତାରିଖ ଦିନ ଚନ୍ଦ୍ରଯାନ-୩ର ଦ୍ୱିତୀୟ ତଥା ଅନ୍ତିମ ଡିବୁଷ୍ଟିଂ ଅପରେସନ୍ କରାଯାଇ ଏହାର ଏଲ୍ଏମ୍ କକ୍ଷପଥକୁ ୨୫ କିମି x ୧୩୪ କିମିକୁ ହ୍ରାସ କରାଯାଇଥିଲା ଏବଂ ସବୁକିଛି ଠିକ୍ଠାକ୍ ରହିବାରୁ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଦକ୍ଷିଣ ମେରୁରେ ଆଜି ନିର୍ଦ୍ଦିଷ୍ଟ ସ୍ଥାନରେ ନରମ ଅବତରଣରେ ସକ୍ଷମ ହେଲା।
ଦକ୍ଷିଣମେରୁ କାହିଁକି ?
ଏହି ନିୟନ୍ତ୍ରିତ ମନ୍ଥରତା ଏହାର ପ୍ରାରମ୍ଭିକ ବେଗକୁ ଏକ ଚତୁର୍ଥାଂଶକୁ ହ୍ରାସ କରିବା ସହ ଚନ୍ଦ୍ରର ମାଧ୍ୟାକର୍ଷଣ ବିକ୍ରମ ଲ୍ୟାଣ୍ଡରକୁ ପ୍ରତି ସେକେଣ୍ଡରେ ପ୍ରାୟ ୬୦ ମିଟର ବେଗରେ ତଳକୁ ତଳକୁ ଟାଣିଲା। ଏହି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ, ଏହା ଚନ୍ଦ୍ରପୃଷ୍ଠଠାରୁ ପ୍ରାୟ ୭.୫ କିଲୋମିଟର ଉଚ୍ଚରେ ନିର୍ଦ୍ଧାରିତ ଅବତରଣ କ୍ଷେତ୍ରଠାରୁ ୩୨ କିଲୋମିଟର ଦୂରରେ ଚକ୍କର କାଟିଥିଲା। ଅବତରଣ ସ୍ଥାନ ସୁରକ୍ଷିତ ଅଛି କି ନାହିଁ ତାହା ଯାଞ୍ଚ କରାଯିବା ସହ ଅବତରଣ ପ୍ରକ୍ରିୟା ଜାରି ରହିଲା। ଏହି ପର୍ଯ୍ୟାୟରେ ବିକ୍ରମ ଲ୍ୟାଣ୍ଡରର ସମସ୍ତ ସେନ୍ସର ସୂକ୍ଷ୍ମ ଭାବରେ ସମନ୍ବିତ ଥିଲା ଏବଂ ସଫଳ ଅବତରଣକୁ ସୁନିଶ୍ଚିତ କଲା। ଶେଷରେ, ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠକୁ ସ୍ପର୍ଶ କରି ମହକାଶ ଇତିହାସରେ ଭାରତର ସ୍ବର୍ଣ୍ଣିମ ଅଧ୍ୟାୟକୁ ଯୋଡ଼ିଲା।
ଚନ୍ଦ୍ର ଅଭିମୁଖେ ଭାରତର ପ୍ରଥମ ଅଭିଯାନ
ଚନ୍ଦ୍ରଯାନ-୧….
୨୦୦୮ ମସିହା ଅକ୍ଟୋବର ୨୨ ତାରିଖ ସକାଳ ୬ଟା ୨୨ ମିନିଟରେ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୧୧ଦ୍ୱାରା ଏହି ଯାନର ପ୍ରକ୍ଷେପଣ କରାଯାଇଥିଲା । ନଭେମ୍ବର ୮ରେ ଏହି ଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା ଏବଂ ଅଗଷ୍ଟ ୨୦୦୯ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ଥିଲା ।
୨୦୦୩ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ଅଭିଭାଷଣରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଚନ୍ଦ୍ରଯାନ ଅଭିଯାନ ସମ୍ବନ୍ଧରେ ଘୋଷଣା କରିଥିଲେ । ଚନ୍ଦ୍ରପୃଷ୍ଠକୁ ଭାରତର ଏକ ବୈଜ୍ଞାନିକ ଅଭିଯାନର ପରିକଳ୍ପନା ୧୯୯୯ ମସିହାରେ ପ୍ରଥମେ ଭାରତୀୟ ବିଜ୍ଞାନ ଏକାଡେମୀର ଏକ ସଭାରେ ହୋଇଥିଲା । ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ତରଫରୁ ଚନ୍ଦ୍ର ଅଭିଯାନ ପାଇଁ ବିଶଦ ବିଶ୍ଳେଷଣ ଏବଂ ଅଧ୍ୟୟନରୁ ଜଣାପଡିଥିଲା ଯେ ଇସ୍ରୋର ବୈଷୟିକ ଜ୍ଞାନ ଏଭଳି ଅଭିଯାନ ପାଇଁ ସମର୍ଥ ଅଟେ । ୨୦୦୩ ମସିହାରେ ପଦାର୍ଥ, ରସାୟନ, ମହାକାଶ ଭଳି ବିଭିନ୍ନ ବିଭାଗର ପାଖାପାଖି ୧୦୦ ଜଣ ବୈଜ୍ଞାନିକ ଚନ୍ଦ୍ର ଅଭିଯାନ ପାଇଁ ସହମତି ପ୍ରକାଶ କରିଥିଲେ ଏବଂ ସେଇ ବର୍ଷ ନଭେମ୍ବରରେ ଭାରତ ସରକାର ଏହି ଅଭିଯାନ ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ ।
ଅଭିଯାନ କାଳକ୍ରମ….
୨୨ ଅକ୍ଟୋବର ୨୦୦୮: ସକାଳ ୬ଟା ୨୨ ମିନିଟରେ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୧୧ଦ୍ୱାରା ଚନ୍ଦ୍ରଯାନର ପ୍ରକ୍ଷେପଣ କରାଯାଇଥିଲା ।
୨୩ ଅକ୍ଟୋବରରୁ ୪ ନଭେମ୍ବର ୨୦୦୮: ଏହି ସମୟ ମଧ୍ୟରେ ଚନ୍ଦ୍ରଯାନ ପୃଥିବୀ ଚାରିପଟେ ଘୁରୁଥିବା ସମୟରେ ଏହାର ପରିକ୍ରମଣ କକ୍ଷପଥକୁ ୫ଥର ବଦଳାଯାଇ ଊର୍ଦ୍ଧକୁ ନିଆଯାଇଥିଲା ।
୮ ନଭେମ୍ବର ୨୦୦୮: ଅପରାହ୍ନ ୪ଟା ୫୧ମିନିଟରେ ଚନ୍ଦ୍ରଯାନକୁ ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ କରାଯାଇଥିଲା।
୯ ନଭେମ୍ବରରୁ ୧୨ ନଭେମ୍ବର ୨୦୦୮: ଏହି ସମୟ ମଧ୍ୟରେ ଚନ୍ଦ୍ର ଚାରିପଟେ ଘୁରୁଥିବା ଚନ୍ଦ୍ରଯାନର ପରିକ୍ରମଣ କକ୍ଷପଥକୁ ୪ଥର ବଦଳାଯାଇ ଚନ୍ଦ୍ରର ନିକଟତର କରାଯାଇଥିଲା ।
୧୪ ନଭେମ୍ବର ୨୦୦୮: ସନ୍ଧ୍ୟା ୮ଟା ୩୧ ମିନିଟରେ ଚନ୍ଦ୍ରଯାନରୁ ଅଲଗା ହେଇ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା “ମୁନ୍ ଇମ୍ପାକ୍ଟ ପ୍ରୋବ”( ଚନ୍ଦ୍ରର ପୃଷ୍ଠଭୂମି ଏବଂ ବାୟୁମଣ୍ଡଳର ତଥ୍ୟ ସଂଗ୍ରହ ପାଇଁ ଇସ୍ରୋଦ୍ୱାରା ନିର୍ମିତ ସ୍ୱୟଂଚାଳିତ ଉପକରଣ) ।
୨୯ ଅଗଷ୍ଟ ୨୦୦୯: କୌଣସି କାରଣ ଯୋଗୁଁ ଚନ୍ଦ୍ରଯାନ ସହ ସମ୍ପର୍କ ହେଇପାରିଲା ନାହିଁ, ତେଣୁ ଆନୁଷ୍ଠାନିକ ଭାବେ ଏହି ଅଭିଯାନର ସମାପ୍ତି ଘୋଷଣା କରାଯାଇଥିଲା ।
ଅଭିଯାନର ଲକ୍ଷ୍ୟ….
ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ ଯାନକୁ ଚନ୍ଦ୍ର କକ୍ଷପଥରେ ପହଞ୍ଚାଇ ପରିକ୍ରମଣ କରାଇବା,ଚନ୍ଦ୍ରରେ ଜଳର ସନ୍ଧାନ,ଚନ୍ଦ୍ରପୃଷ୍ଠର ଅନୁଧ୍ୟାନ, ବିଶେଷ କରି ରସାୟନ ପଦାର୍ଥର ଅଧ୍ୟୟନ।
ଯଦିଓ ଅଭିଯାନଟି ଶୀଘ୍ର ସମାପ୍ତ ହୋଇଯାଇଥିଲା, ଏହି ସମୟ ସୁଦ୍ଧା ଏହା ୯୫% ଲକ୍ଷ୍ୟ ହାସଲ କରିସାରିଥିଲା ।
ସମ୍ପୂର୍ଣ୍ଣ ଚନ୍ଦ୍ରଯାନ ମିସନରେ ପାଖାପାଖି ୩୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା
ଚନ୍ଦ୍ରଯାନ-୨
ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଥିଲା । ଚନ୍ଦ୍ରଯାନ-୧ର ସଫଳତା ପରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋଦ୍ୱାରା ଏହି ମିଶନର ପରିକଳ୍ପନା କରାଯାଇଥିଲା । ଚନ୍ଦ୍ରଯାନ-୨ ଅଭିଯାନରେ ଇସ୍ରୋକୁ ୯୫ ପ୍ରତିଶତ ସଫଳତା ମିଳିଥିଲା ।
ଚନ୍ଦ୍ରଯାନ ୨
ଏହାର ପୂର୍ବବର୍ତ୍ତୀ ଅଭିଯାନ ଚନ୍ଦ୍ରଯାନ-୧ ପରି ଚନ୍ଦ୍ରଯାନ-୨ ସାଇଣ୍ଟିଫିକ୍ ପେଲୋଡ୍ ସହିତ ଏକ ମୁନ୍-ଅର୍ବିଟର ଚନ୍ଦ୍ର ଚାରିପଟେ ପ୍ରଦିକ୍ଷଣ କରିଥିଲା । ଯୋଜନା ମୁତାବକ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବା ପରେ, ପ୍ରଜ୍ଞାନ ରୋଭରକୁ ନେଇ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଏକ ଅପେକ୍ଷାକୃତ ଉଚ୍ଚ ମଇଦାନରେ ଅବତରଣ କରିବାକୁ ଚେଷ୍ଟା କରିଥିଲା । ଚନ୍ଦ୍ର ଭୂମିପୃଷ୍ଠକୁ ଅବତରଣ କରିବାବେଳେ ବିକ୍ରମ ଲ୍ୟାଣ୍ଡରଟି ନିର୍ଦ୍ଧାରିତ କକ୍ଷପଥରୁ ବିଚ୍ୟୁତ ହୋଇଥିଲା ଏବଂ ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଉଚ୍ଚତାରେ ଥିବା ସମୟରେ ଇସ୍ରୋ ସହ ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା। ଅର୍ବିଟର ଜରିଆରେ ପ୍ରାପ୍ତ ଥର୍ମାଲ୍ ଅପଟିକାଲ ଚିତ୍ରକୁ ଅନୁଧ୍ୟାନ କରି ବିକ୍ରମ ଲ୍ୟାଣ୍ଡର ହାର୍ଡ ଲ୍ୟାଣ୍ଡିଙ୍ଗ୍ କରିଛି ବୋଲି ବୋଲି ଇସ୍ରୋ ମୂଖ୍ୟ କେ. ଶିବନ ମତବ୍ୟକ୍ତ କରିଥିଲେ। ଲ୍ୟାଣ୍ଡିଂର ୧୪ ଦିନ ମଧ୍ୟରେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ପାଇଁ ଇସ୍ରୋ ଏବଂ ନାସା ପକ୍ଷରୁ ଉଦ୍ୟମ କରାଯାଇଥିଲା। କିନ୍ତୁ କୌଣସି ସଫଳତା ହାସଲ ହୋଇନଥିଲା।
ଅନ୍ୟପକ୍ଷରେ ଚନ୍ଦ୍ରଯାନ-୨ର ଅର୍ବିଟର୍ ଅତି କମରେ ୭.୫ ବର୍ଷ ଧରି ଜହ୍ନ ଚାରିପଟେ ପରିକ୍ରମା କରିବ ଏବଂ ଏଥିରେ ଥିବା ଅୱଲୋହିତ (infrared) କ୍ୟାମେରାଦ୍ୱାରା ଜହ୍ନର ଦକ୍ଷିଣ ମେରୁ ଅଞ୍ଚଳରେ ଜଳ କିମ୍ବା ବରଫର ଚିହ୍ନଟ କରିବାକୁ ଚେଷ୍ଟା କରିବା,
ଗବେଷଣା ନିମିତ୍ତ ତଥ୍ୟ ସଂଗ୍ରହ କରିବା,
ଚନ୍ଦ୍ରପୃଷ୍ଠର ବିଶ୍ଳେଷଣ, ବିଶେଷ କରି ସେଠାରେ ଥିବା ବିଭିନ୍ନ ରସାୟନ ପଦାର୍ଥ ତଥା ଖଣିଜ ସମ୍ପଦର ଅନୁସନ୍ଧାନ ନିମିତ୍ତ ତଥ୍ୟ ସଂଗ୍ରହ କରିବା ।ଚନ୍ଦ୍ରର ଉତ୍ପତ୍ତିର ସମ୍ବଦ୍ଧିତ ତଥ୍ୟ ସଂଗ୍ରହ କରିବା।
୩୮୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ମହାକାଶ ଯାନକୁ ଜିଏସଏଲଭି ଏମକେ-୩ ରକେଟ ଜରିଆରେ ଶ୍ରୀହରିକୋଟା ପ୍ରକ୍ଷେପଣ କେନ୍ଦ୍ରରୁ ପଠାଯାଇଥିଲା । ଏହି ମିଶନରେ ଜୁନ ୨୦୧୯ ପର୍ଯ୍ୟନ୍ତ ସମୂଦାୟ ୯୭୮ କୋଟି ଟଙ୍କା ପ୍ରଦାନ କରାଯାଇଛି ।ମହାକାଶ ଯାନ ପାଇଁ ୬୦୩ କୋଟି ଏବଂ ‘ଜିଏସଏଲ୍ଭି ଏମ୍କେ-୩’ ରକେଟ୍ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଚନ୍ଦ୍ରଯାନ-୧ରେ ଦୁଇଟି ଯନ୍ତ୍ରାଂଶ ବା ମଡ୍ୟୁଲ (ମୁନ୍-ଅର୍ବିଟର୍ ଓ ଇମ୍ପାକ୍ଟର୍) ଥିବାବେଳେ ଚନ୍ଦ୍ରଯାନ-୨ରେ ସମୂଦାୟ ତିନୋଟି ଅଂଶ ବା ମଡ୍ୟୁଲ ରହିଥିଲା । ସେଗୁଡିକ ହେଉଛି ମୁନ୍-ଅର୍ବିଟର୍,ମୁନ୍-ଲ୍ୟାଣ୍ଡର୍-ବିକ୍ରମ ଓ ମୁନ୍-ରୋବର୍-ପ୍ରଜ୍ଞାନ ।
ଏହି ମିଶନରେ ଅର୍ବିଟର୍ଟି ଚନ୍ଦ୍ରକକ୍ଷରେ ପାଖାପାଖି ୨ବର୍ଷ ପରିକ୍ରମା କରିବାର ଥିଲା। ତତ୍ ସଲଗ୍ନ ବିକ୍ରମ ଅର୍ବିଟର୍ରୁ ବିଛ୍ଛିନ୍ନ ହେବା ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାପରେ ମୁନ୍-ଲ୍ୟାଣ୍ଡରର ଅନ୍ତଃଗର୍ଭରେ ଥିବା ସ୍ୱଃଚାଳିତ ରୋବଟ୍ ମୁନ୍-ରୋବର୍ (ପ୍ରଜ୍ଞାନ) ଚନ୍ଦ୍ରପୃଷ୍ଠରେ ଗୋଟିଏ ଚନ୍ଦ୍ର ଦିନ (ଅର୍ଥାତ ପୃଥିବୀର ୧୪ ଦିନ) ଚଳପ୍ରଚଳ କରିବାର ଯୋଜନା ଥିଲା ।[୨୨] ୬ଟି ଚକଯୁକ୍ତ ରୋଭର ଚନ୍ଦ୍ର ପୃଷ୍ଠରେ ଚଳପ୍ରଚଳ ହୋଇ ଚନ୍ଦ୍ର ପୃଷ୍ଠର ରାସାୟନିକ ବିଶ୍ଳେଷଣ କରିବାର ଯୋଜନା ଥିଲା । ଏହି ସମୟରେ ସେହି ଯାନ ଚନ୍ଦ୍ରପୃଷ୍ଠର ମାଟି କିମ୍ବା ଚଟାଣର ନମୁନା ମଧ୍ୟ ସଂଗ୍ରହ କରିଥାନ୍ତା । ଏହି ବିଶ୍ଳେଷଣର ଫଳାଫଳ ସଂପର୍କିତ ତଥ୍ୟ କକ୍ଷଯାନ ମାଧ୍ୟମରେ ପୃଥିବୀସ୍ଥିତ ଇସ୍ରୋର ଗବେଷଣାଗାରରେ ଉପଲବ୍ଧ ହେବାର ଥିଲା
ଏହି ମିଶନରେ ରୋବଟିକ ରୋଭରଟିର ନାମ ପ୍ରଜ୍ଞାନ ରଖାଯାଇଥିଲା । ଏହା ସୌର ଶକ୍ତିଦ୍ୱାରା ପରିଚାଳିତ ଏବଂ ଏହାର ଓଜନ ପାଖାପାଖି ୨୭ କିଗ୍ରା ଥିଲା । ୬ଟି ଚକ ବିଶିଷ୍ଟ ଏହି ରୋଭରଟି ୧ ସେଣ୍ଟିମିଟର ପ୍ରତି ସେକେଣ୍ଡ ବେଗରେ ପ୍ରାୟ ୫୦୦ ମିଟର ଯାତ୍ରା କରିବାର ଥିଲା । ଏହି ସମୟରେ ଅନେକ ବୈଜ୍ଞାନିକ ପରୀକ୍ଷଣ କରି ଏହାର ତଥ୍ୟକୁ ଲ୍ୟାଣ୍ଡର୍-ବିକ୍ରମକୁ ପ୍ରେରଣ କରିବାର ଯୋଜନା ଥିଲା । ଲ୍ୟାଣ୍ଡର୍-ବିକ୍ରମ ପୁଣି ସେହି ତଥ୍ୟକୁ ଅର୍ବିଟର୍ ପୃଥିବୀକୁ ପ୍ରେରଣ କରିବାରଥିଲା । ଚନ୍ଦ୍ରପୃଷ୍ଠରୁ ପୃଥିବୀ ପୃଷ୍ଠକୁ ତଥ୍ୟ ପହଞ୍ଚିବାକୁ ପାଖାପାଖି ୨ ସେକେଣ୍ଡ ସମୟ ଲାଗିଥାନ୍ତା।
ଧାର୍ଯ୍ୟ ଅବଧି ଅନୁସାରେ ଅର୍ବିଟର୍ର ଆୟୁ ୧ ବର୍ଷ, ଲ୍ୟାଣ୍ଡର୍ ବିକ୍ରମର ଆୟୁ ୧୪-୧୫ ଦିନ ଏବଂ ରୋବର୍ ପ୍ରଜ୍ଞାନର ଆୟୁ ୧୪-୧୫ ଦିନ ରଖାଯାଇଥିଲା । ସୌର ଶକ୍ତି ସମ୍ପର୍ଣ୍ଣ ରୋବରଟି ଧାର୍ଯ୍ୟ ସମୟରୁ ଅଧିକା ଦିନ କାର୍ଯ୍ୟକ୍ଷମ ରହିବ ବୋଲି ଆଶା କରାଯାଉଥିଲା ।
ଲ୍ୟାଣ୍ଡର୍ ବିକ୍ରମରେ ଥିବା ବ୍ୟାଟେରୀ ଯୋଗୁ ଏହା ୧୪-୧୫ ଦିନ କାର୍ଯ୍ୟକରିପାରିବ ବୋଲି ବିଶ୍ୱାସ କରି ଇସ୍ରୋ ପକ୍ଷରୁ ଯୋଗାଯୋଗ ପାଇ ଉଦ୍ୟମ କରାଯାଇଥିଲା। ନାସାର ଜେଟ୍ ପ୍ରୋପୁଲସନ ଲ୍ୟାବ(ଜେପିଏଲ) ପକ୍ଷରୁ ଡିପ୍ ସ୍ପେଶ ନେଟୱର୍କ(ଡିଏସଏନ)ଦ୍ୱାରା ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ବାର୍ତ୍ତା ପଠାଯାଇଥିଲା। ହେଲେ ସଫଳ ହୋଇନଥିଲା।। ପୃଥିବୀର ୧୪ ଦିନ ଚନ୍ଦ୍ରର ଗୋଟିଏ ଦିନ ସହିତ ସମାନ। ଆଜି ଅପରାହ୍ନ ଅବତରଣ କ୍ଷେତ୍ରରେ ସୂର୍ଯ୍ୟାସ୍ତ ହେବ ଓ ସୌର ସଂପନ୍ନ ହୋଇଥିଲେ ସୂଦ୍ଧା ଶକ୍ତିଭାବ ଯୋଗୁ କାର୍ଯ୍ୟ କରିବାରେ ଅସମର୍ଥ ହେବ।ଏହାପରେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ସମ୍ଭବ ନୁହେଁ ବୋଲି ପୂର୍ବରୁ ଇସ୍ରୋ ପକ୍ଷରୁ କୁହାଯାଇଥିଲା।
ତେବେ ଚନ୍ଦ୍ରଯାନ-୩ ସଫଳତାର ସହ ଅବତରଣ କରିବା ପରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)କୁ ଛୁଟୁଛି ଶୁଭେଚ୍ଛାର ସୁଅ। ଭାରତ ସମେତ ସମଗ୍ର ବିଶ୍ବରୁ ଇସ୍ରୋକୁ ପ୍ରଶଂସା କରାଯାଉଛି। ଭାରତର ଚନ୍ଦ୍ରଯାନ-୩ ସଫଳ ହେବା ପଛରେ ଇସ୍ରୋ ବୈଜ୍ଞାନିକମାନଙ୍କ ରହିଛି ବଳିଷ୍ଠ ଭୂମିକା । ସେମାନଙ୍କ ତପସ୍ୟା, ନିଷ୍ଠା ଯୋଗୁଁ ଆଜି ସାରା ଦେଶ ଗର୍ବିତ । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଏବଂ ବିକ୍ରମ ସରାଭାଇ ମହାକାଶ ଗବେଷଣା କେନ୍ଦ୍ର (ଭିଏସ୍ଏସ୍ସି)ର ବୈଜ୍ଞାନିକମାନଙ୍କ ମିଳିତ ଉଦ୍ୟମ ଆଜି ଦେଶକୁ ଏହି ସଫଳତା ଆଣିଦେଇଛି । ଏହି ସଫଳତା ମିଳିବା ପରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଅଧ୍ୟକ୍ଷ ଏସ. ସୋମନାଥ ସଫଳତାର ପଥ ବିଷୟରେ କହିଛନ୍ତି।