ଜୁନାଗଡ଼ ଠାରେ ଭାଜପା ର ମିଶ୍ରଣ ପର୍ବ ଅନୁଷ୍ଠିତ
ଭାଜପା ରେ ଯୋଗଦେଲେ ଗୋଳମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ
ଜୁନାଗଡ଼, ତା.୨୭/୪(ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି | ମିଶ୍ରଣ ପର୍ବରେ ଗୋଲାମୁଣ୍ଡା ବହୁଚର୍ଚ୍ଚିତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପୂର୍ବତନ ବିଜେଡି କର୍ମୀ ବିନ୍ଦୁ ମହାନନ୍ଦ ହଜାର ହଜାର ସମର୍ଥକ ଙ୍କ ସହ ବିଜେପି ରେ ଯୋଗଦାନ କରିଥିଲେ | ବିନ୍ଦୁ ମହାନନ୍ଦଙ୍କ ଯୋଗଦାନ ପରେ ଦଳ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଉକ୍ତ ମିଶ୍ରଣ ପର୍ବରେ ଜିଲା ବିଜେପି ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ତଥା ଜୁନାଗଡ଼ ବିଧାୟକ ପ୍ରାର୍ଥୀ ମନୋଜ ମେହେର ଅଧ୍ୟକ୍ଷତା କରିଥିଲେ | ପୂର୍ବତନ ଗୋଲାମୁଣ୍ଡା ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଭିଜିଲାନ୍ସ ର ସମ୍ବୁଖୀନ ହୋଇ ଜେଲ ରେ କିଛି ଦିନ ରହିଥିଲେ | ଜେଲ ରୁ ମୁକୁଳିଲା ପରେ ସେ ସିଧା ସଳଖ ଏକ ଶୋଭାଯାତ୍ରାରେ ନିଜ ସମର୍ଥକ ଙ୍କ ସହିତ ଜୁନାଗଡ଼ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ | ବିଜେଡି ଉପରେ ଅନେକ ଅଭିଯୋଗ ଆଣିବା ସହିତ ଦଳିତ ବିରୋଧୀ ପାର୍ଟି ବୋଲି କହିଥିଲେ | ଭିଜିଲାନ୍ସ ବିଭାଗ ଦ୍ୱାରା ମିଥ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସେ ଅଭିଯୋଗ ଆଣି ଥିଲେ | ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହର, ହିମାଂଶୁ ବରାଡ଼, କାଞ୍ଚନ ବାଗ,ସୁଧାଂଶୁ ବରାଡ଼ ପ୍ରମୁଖ ଉପସ୍ଥିତ ଥିଲେ |