ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସରେ ମିଶିଲେ ଶତାଧିକ ଯୁବକ 

କଂଗ୍ରେସରେ ମିଶିଲେ ଶତାଧିକ ଯୁବକ 

ନୂଆପଡା,୧୩/୧୦  — ନୂଆପଡା ଏବିଟି ସମ୍ମିଳନୀ କକ୍ଷରେ ସୋମବାର ଜିଲା କଂଗ୍ରେସ କମିଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ନୂଆପଡା ସହରର ଶତାଧିକ ଯୁବକ କଂଗ୍ରେସରେ ଯୋଗଦେଇଛନ୍ତି । ଏହି ସମୟରେ ରାଜଗାଙ୍ଗପୁର ବିଧାୟକ ରାଜନ୍ ଏକ୍କା,ନୂଆପଡା ଜିଲ୍ଲା ପର୍ଯ୍ୟବେକ୍ଷକ ମୂରଲୀଧର ନାୟକ,ଗରିବସେନା ଜିଲା ଆବାହକ ରବି ମଙ୍ଗରାଜ,ପବନ ଶର୍ମା,ଜାତୀୟ କଂଗ୍ରେସ ମୁଖପାତ୍ର ହମିତ୍ ହୁସେନ ପ୍ରମୁଖ ଉପସ୍ଥିତି ଥିଲେ । ବିଜେଡି ଓ ବିଜେପି ପ୍ରାର୍ଥୀ ଦେଇ ପାରୁ ନାହିଁ । ସେମାନଙ୍କୁ ପ୍ରାର୍ଥୀ ମିଲୁ ନାହିଁ । ନିର୍ବାଚନର ବିଜୟୀ ହେବ କଣ । ଚଳିତ ଉପ ନିର୍ବାଚନର ଜାତୀୟ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ବିଜୟୀ ହୋଇ ବିଧାନ ସଭାକୁ ଯିବେ ବୋଲି ପିସିସି ସଭାପତି ଦାସ କହିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜୋରଦାର ଚାଲିଛି କଂଗ୍ରେସ ଦଳର ପ୍ରଚାର

masiha

ବିଧାୟକ ଓ ସାଂସଦ ପାର୍ଥୀଙ୍କୁ ସମ୍ବର୍ଦ୍ଧନା 

masiha

ରାଉରକେଲା ବିଧାନସଭାର ପୁନର୍ବାର ବିଜେଡିପ୍ରାର୍ଥୀ ଘୋଷଣା ପରେ ରାଉରକେଲରେ ସାରଦାଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଧନା 

masiha

Leave a Comment

error: Content is protected !!