ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ର ସେବା ସଂକଳ୍ପ, ସଂକଳ୍ପ ରୁ ବିକଶିତ ଓଡିଶା ପାଇଁ ସାମ୍ବାଦିକ ସମ୍ମିଳନୀ 

ବିଜେପି ର ସେବା ସଂକଳ୍ପ, ସଂକଳ୍ପ ରୁ ବିକଶିତ ଓଡିଶା ପାଇଁ ସାମ୍ବାଦିକ ସମ୍ମିଳନୀ 

ରାଉରକେଲା : ବିଜେପି ରାଉରକେଲା ସାଙ୍ଗଠନିକ ଜିଲ୍ଲା ତରଫରୁ ଆଜି ସେକ୍ଟର -୭ ସ୍ଥିତ ପ୍ରଜାପତି ମଣ୍ଡପ ପରିସରରେ ସେବା ସଂକଳ୍ପ ଅଭିଯାନ:- ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡିଶା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ବିଧାୟକ ଦୁର୍ଗା ଚରଣ ତନ୍ତୀ ସୂଚନା ଦେଇ କହିଲେଯେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ମାସେ ଧରି ଚାଲିବ ଏହି ଅଭିଯାନ । ଏହି ଅଭିଯାନକୁ କେବଳ ଦଳୀୟ କାର୍ଯ୍ୟକ୍ରମ ଭାବେ ନୁହେଁ, ବରଂ ଜନସେବା, ଜନଭାଗିଦାରୀ ଓ ସାମାଜିକ ଦାୟିତ୍ୱର ଏକ ବ୍ୟାପକ ଅଭିଯାନ ଭାବେ ପାଳନ କରାଯିବ। ସେବା ସଂକଳ୍ପର ବାର୍ତ୍ତା ତଳ ସ୍ତରରେ ପହଂଚାଇବା ପାଇଁ ସମସ୍ତଙ୍କ ସହଯୋଗ ଏକାନ୍ତ ଆବଶ୍ୟକ l ବିଶ୍ୱର ଅଦ୍ୱିତୀୟ ନେତା ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅକ୍ଟୋବର ୭ ତାରିଖ ଦିନ ଜନସେବା ଏବଂ ସମର୍ପଣର ୨୫ ବର୍ଷ ପୂରଣ କରିବେ। ୨୦୦୧ ମସିହା ଅକ୍ଟୋବର ୭ ତାରିଖରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ସେ ନିଜର କାର୍ଯ୍ୟକାଳ ଆରମ୍ଭ କରିଥିଲେ ଏବଂ ବିଗତ ୨୫ ବର୍ଷ ମଧ୍ୟରେ ସେ ଜନସେବାକୁ ରାଷ୍ଟ୍ରସେବାରେ ରୂପାନ୍ତରିତ କରିବାର ନୀତି ଦ୍ୱାରା ପରିଚାଳିତ ହୋଇ ନିଜର ସେବା ଯାତ୍ରାକୁ କ୍ରମାଗତଭାବରେ ଆଗେଇ ନେଇଛନ୍ତି। ଏହି ଯାତ୍ରା କେବଳ ଗୋଟେ ସାଧାରଣ ଯାତ୍ରା ନୁହେଁ, ଏହା ସଂଘର୍ଷ ଯାତ୍ରା, ଏ ଯାତ୍ରା ଲୋକମାନଙ୍କ ପାଇଁ ସେବାର ଯାତ୍ରା, ଏ ଯାତ୍ରା ଗୋଟେ ସଂକଳ୍ପର ଯାତ୍ରା, ଏ ଯାତ୍ରା ନିରନ୍ତର ୨୫ ବର୍ଷ ଧରି ଆତ୍ମବିଶ୍ୱାସର ଯାତ୍ରା। ମୋଦୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ, ନିରନ୍ତର ସେବା, ସମର୍ପଣ ଓ ରାଷ୍ଟ୍ର ନିର୍ମାଣର ଯାତ୍ରାକୁ ପ୍ରେରଣା ଭାବେ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜନ କରାଯାଉଛି। ଓଡ଼ିଶାରେ ମଧ୍ୟ ଏହି ଅଭିଯାନକୁ କେବଳ ଦଳୀୟ କାର୍ଯ୍ୟକ୍ରମ ଭାବେ ନୁହେଁ, ବରଂ ଜନସେବା, ଜନଭାଗିଦାରୀ ଓ ସାମାଜିକ ଦାୟିତ୍ୱର ଏକ ବ୍ୟାପକ ଅଭିଯାନ ଭାବେ ପାଳନ କରାଯିବ। ରାଜ୍ୟର ସମସ୍ତ ସାଂଗଠନିକ ଜିଲ୍ଲା, ମଣ୍ଡଳ ଓ ବୁଥ୍ ସ୍ତର ପର୍ଯ୍ୟନ୍ତ ଅଭିଯାନକୁ ନିଆଯିବ। ଯୁବକ, ମହିଳା, ଛାତ୍ରଛାତ୍ରୀ, ଚାଷୀ, ଗରିବ ଓ ବଂଚିତ ବର୍ଗଙ୍କୁ ଏଥିରେ ସାମିଲ କରାଯିବ। 

ଓଡ଼ିଶାରେ ବିଜେପି ସରକାର ଜନସେବା ଓ ବିକାଶକୁ ପ୍ରାଥମିକତା ଦେଇ ଆଗକୁ ବଢ଼ୁଛି। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ ପଦକ୍ଷେପର ଲାଭ ଯେପରି ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଁଚିବ, ଏଥିପାଇଁ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଜନସମ୍ପର୍କ ଓ ସେବା କାର୍ଯ୍ୟକୁ ଆହୁରି ଗତିଶୀଳ କରିବେ। ବିଶେଷକରି ଜନଜାତି ସମାଜ, ମହିଳା, ଯୁବକ, ଚାଷୀ, ଗରିବ ଓ ବଂଚିତ ବର୍ଗଙ୍କ ନିକଟରେ ପହଂଚିି ସେମାନଙ୍କ ଆବଶ୍ୟକତା ଓ ସମସ୍ୟା ଶୁଣିବା ସହିତ ଯଥାସମ୍ଭବ ସହଯୋଗ କରାଯିବ। 

ସ୍ଥାନୀୟ ଲୋକଙ୍କର ମନ ଭିତରେ ବିଶ୍ୱାସ ତିଆରି କରିବା ପାଇଁ “ଭୋକାଲ ଫର ଲୋକାଲ’ଉପରେ ଗୁରୁତ୍ୱ ଦିଆଯାଉଛି। ମୋଦିଜୀଙ୍କ ତାଙ୍କ “ମନ କି ବାତ’ କାର୍ଯ୍ୟକ୍ରମ ଜରିଆରେ ସାଧାରଣଲୋକଙ୍କ ଅସାଧାରଣ କାର୍ଯ୍ୟକୁ ଲୋକଲୋଚନକୁ ଆଣିବାକୁ ଉଦ୍ୟମ କରୁଛନ୍ତି। ସେବା ସଂକଳ୍ପର ବାର୍ତ୍ତାକୁ ତଳ ସ୍ତରରେ ପହଂଚାଇବା ପାଇଁ ଗଣମାଧ୍ୟମର ସହଯୋଗ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ l

ରାଜ୍ୟ ମୁଖପାତ୍ର ଧିରେନ ସେନାପତି କାର୍ଯ୍ୟକ୍ରମର ସୁଚିକୁ ଉପସ୍ଥାପନ କରି କହିଲେ ଯେ “ସେବା ସଂକଳ୍ପ ଅଭିଯାନ’ ର ୧୩ଟି କାର୍ଯ୍ୟକ୍ରମ ମାଧ୍ୟମରେ “ବିକଶିତ ଭାରତ ୨୦୪୭’ର ସଂକଳ୍ପ ନିଆଯିବ। ଏହି କାର୍ଯ୍ୟକ୍ରମ ଗୁଡ଼ିକ ହେଲା ଆଶୀର୍ବାଦର ଦ୍ଵୀପ, ମୋ ସ୍ବପ୍ନର ଭାରତ – ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗିତା, ନମୋ ସେବା ନାଟକ ପ୍ରଦର୍ଶନ, ଆଙ୍ଗନ ମିଲନ ସେବା କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ସାର୍ବଜନୀନ ଅଭିନନ୍ଦନ। ସୋସିଆଲ ସେବାର ସୋସିଆଲ ମିଡିଆରେ ପୋଷ୍ଟ, ସେବା ଜ୍ୟୋତି କଳସ ଯାତ୍ରା, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ‘ବିକଶିତ ଭାରତ ୨୦୪୭, ସଂକଳ୍ପ ଯାତ୍ରା। ସେବାରେ ମୋର ଯୋଗଦାନ ଓ ଜନଭାଗୀଦାରୀ , ସେବା ସେତୁ ଅଭିଯାନ, ରଙ୍ଗୋଲୀ ରାଷ୍ଟ୍ର – ରଙ୍ଗୋଲୀ ମାଧ୍ୟମରେ ଜନକଲ୍ୟାଣକାରୀ ଯୋଜନା ଓ ରାଷ୍ଟ୍ରୀୟ ପ୍ରତୀକ ପ୍ରଦର୍ଶନ, ୱାଡନଗର ବାରାଣସୀ ସେବା ଯାତ୍ରା, ସେବା ଫାଷ୍ଟ ଇନୋଭେସନ, ସୁଶାସନ ସେବା ସଂବାଦ ଅକ୍ଟୋବର ୨୦୨୬ରେ ଦେଶର ୪ଟି ପ୍ରମୁଖ ସହରରେ ସରପଞ୍ଚ ଓ ଜନପ୍ରତିନିଧିଙ୍କୁ ନେଇ ଭବ୍ୟ ସଂବାଦ , ରକ୍ତଦାନ ଶିବିର, ସ୍ୱଚ୍ଛତା ଅଭିଯାନ, ସାମାଜିକ ସେବା ପ୍ରଭୃତି କାର୍ଯ୍ୟକ୍ରମ କରାଯିବ ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ପରିଚାଳନା କରିଥିବା ବେଳେ ଜିଲ୍ଲା ଟୋଲିର ବିବିଧ କାର୍ଯ୍ୟକ୍ରମର ପ୍ରମୁଖ ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜିତ୍ ନାୟକ, ଜିଲ୍ଲା ଉପସଭାପତି ସତ୍ୟପ୍ରିୟ ସାହୁ, ଜିଲ୍ଲା ସମ୍ପାଦକ ସନ୍ତୋଷ ବିରାଟ, ଜିଲ୍ଲା ସମ୍ପାଦିକା ନମ୍ରତା ବାଗ, ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମିଶ୍ର ଓ ଅକ୍ଷୟ କୁମାର ଦାଶ, ଭବାନୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁରେ ଭାଜପାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳିତ

masiha

ଖଇରାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ପାଳିତ 

masiha

ସରକାରୀ ଦଳର ଗୁଣ୍ଡାରାଜକୁ ବରଦାସ୍ତ କରାଯିବ ନାହିଁ ବୋଲି,ଆଜି ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଲେ ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର 

masiha

Leave a Comment

error: Content is protected !!