ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡକୁଟୃ ପାତ୍ରବସା ରାସ୍ତା ଶୋଚନୀୟ, ପ୍ରଶାସନର ନିଘା ନାହିଁ

ବଡକୁଟୃ ପାତ୍ରବସା ରାସ୍ତା ଶୋଚନୀୟ, ପ୍ରଶାସନର ନିଘା ନାହିଁ

କଲମପୁର -୧୩/୧୦(ମସିହା) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧିନରେ ସଂପାଦିତ ରାସ୍ତା ଗୁଡିକ ବିଭିନ୍ନ ସ୍ଥାନରେ ଶୋଚନୀୟ ହୋଇ ପଡ଼ିଛି,ଅଳ୍ପ ସମୟ ଭିତରେ ରାସ୍ତାର ଅବସ୍ଥା ବେହାଲ ହୋଇ ପଡିବାରୁ ଲୋକେ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିବାରେ ଲାଗିଛନ୍ତି, କଲମପୁର ବ୍ଲକ ପାତ୍ରବସା ତିନିଛକରୁ ବଡକୁଟୃ ଭାୟା ବଡକୁଟୃ ଛକ ପର୍ଯ୍ୟନ୍ତ ଏହି ରାସ୍ତା ଲମ୍ବିଛି, ହାରାହାରି ଏହା ୫ କିଲୋମିଟର ମଧ୍ୟରେ ହେବ,ଚଳିତ ବର୍ଷ ଆରମ୍ଭରେ ଏହି ରାସ୍ତା ନିର୍ମାଣ କରାଯାଇ ଥିଲା, ରାସ୍ତା ନିର୍ମାଣ କାର୍ଯ୍ୟ ନ ସରୁଣୁ ରାସ୍ତା ଫାଟି ଆଁ କରି ଥିବା ବେଳେ ବିଭିନ୍ନ ସ୍ଥାନରେ ଖାଲଖମାରେ ଭରପୁର ହୋଇ ପଡିଥିବା ବେଳେ ପୋଳ ନିର୍ମିତ ସ୍ଥାନରେ ରାସ୍ତା ଦବି ଯାଇଛି, ଫଳରେ ଗାଡି ଚାଳକ ମାନେ ଝୁମ୍ପୁଡି ପଡି ଦୁର୍ଘଟଣାର ଶିକାର ହୋଇ ପଡ଼ୁଛନ୍ତି, ଏନେଇ ଗ୍ରାମବାସୀମାନେ ଅନେକ ସମୟରେ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଠାରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ନ ପାରିବାରୁ ସେମାନେ ଅସଫଳ ହୋଇ ଆସୁଛନ୍ତି,ଏ ସମ୍ବନ୍ଧରେ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଜନର କନିଷ୍ଠ ଯନ୍ତ୍ରୀ ତରୁଣ ନାଏକଙ୍କୁ ପଚାରିବାରୁ ଆମେ ଠିକାଦାରଙ୍କୁ କହିଛୁ ସେ ମରାମତି କରିବାରେ ଟାଳଟୁଳ ନୀତି ଆପଣାଇବାରୁ କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି ପ୍ରକାଶ କରିଛନ୍ତି,ପାତ୍ରବସା ଗ୍ରାମବାସୀ ତଥା ଆଇନଜୀବୀ ସୁଶିଲ ରାଉତ ଓ ଚିତ୍ତ ନାଏକ ବିଭାଗ ଧନ ଜୀବନ ହାନିକୁ ଅପେକ୍ଷା କରିଛନ୍ତି,ବଡ ଧରଣର ଦୁର୍ଘଟଣା ଘଟିଲେ ଯାଇ ସେମାନେ ଚେତିବେ, ଯଦି ମରାମତି ନ ହୁଏ ତେବେ ଆନ୍ଦୋଳନ ପନ୍ଥା ଆପଣାଇବାକୁ ବାଧ୍ୟ ହେବୁ ବୋଲି ମତ ପ୍ରକାଶ କରିଛନ୍ତି ! 

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ଭାଷା ବିକାଶ ମଞ୍ଚ ର ସ୍ବଭାବକବି ଗଙ୍ଗାଧର ମେହେର ଙ୍କ ତିରୋଧାନ ଦିବସ ପାଳିତ

Sunil Chandra Nayak

୧- ଛଦେଶ ମାଟିର ସୁଯୋଗ୍ୟ ସନ୍ତାନ,ଲଢୁଆ ପୁଅ ତଥା ଯୁବ ସାମ୍ବାଦିକ – ମହେଶ୍ୱର ସାହୁ , ୨-ଇନ୍ଦ୍ରଜିତଙ୍କ ଅତିଭୌତିକ ଗଳ୍ପ ସଙ୍କଳନ ‘ଇନ୍ଦ୍ରଜାଲ’ ଉନ୍ମୋଚିତ,୩- ଗଁଦିଆରେ ଶିକ୍ଷକମାନଙ୍କୁ ନେଇ ଚକ୍ଷୁ ପରୀକ୍ଷା ତାଲିମ ଶିବିର ଅନୁଷ୍ଠିତ, ୪- ଦୁର୍ଘଟଣାରେ ବୃଦ୍ଧା ମୃତ । କଙ୍କଡାହାଡ଼-ଗଡ଼ପଳାଶୁଣି ପୂର୍ତ୍ତ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ,୫- ରାମେଶ୍ୱର ମନ୍ଦିର ପରିଚାଳନା କମିଟି ବୈଠକ , ୬-ଶିଶୁ ଶ୍ରମିକ ନିରୋଧ ସଚେତନତା କାଯ୍ୟକ୍ରମ, ୭- ଦନ୍ତା ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ , ୮- ଢେଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠାନ ନିମନ୍ତେ ପ୍ରସ୍ତୁତି ବୈଠକ., ୯- ସ୍ୱର୍ଗତା ସଂଯୁକ୍ତା ବେହେରାଙ୍କ ସ୍ମୃତିରେ ବର୍ଣ୍ଣାଢ୍ୟ ‘ସ୍ୱର ଅଗଣା ସଙ୍ଗୀତର ଝରଣା-୨୦୨୬’, ୧୦- ଢେଙ୍କାନାଳ ଜିଲ୍ଲା ଗସ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍‌. ଏସ୍‌. ଗୋପାଳନ , ୧୧- ସରକାରୀ ଉଚ୍ଚ ବିଦ୍ୟାଳୟରେ ଏବେ ଅବ୍ୟବସ୍ତା , ୧୨- ଅଜଣା ଗାଡି ଧକାରେ ୧୫ ରୁ ଉର୍ଧ ଗୋରୁ ମୃତ୍ୟୁ, ୧୩- ପସାସିଂହ ଗ୍ରାମରରେ ବିଦ୍ୟୁତ ସଟ ସର୍କିଟରେ ଜଳିଗଲା ଘର ଓ ଆସବାହ ପତ୍ର ,୧୪- ମହିଷା ପାଟ ନିକଟ କୁବୋଟାରେ ଚାଷି ସମାବେଶ., ୧୫- ଶିକ୍ଷକ ବଦଳିକୁ ବିରୋଧ କରି ସ୍କୁଲ ଫାଟକରେ ତାଲା ପକେଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ , ୧୬- ହାତୀ-ମଣିଷ ସହବସ୍ଥାନ ନେଇ ଆଲୋଚନାଚକ୍ର , ୧୭-ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଭାଗବତ ସପ୍ତାହ ଓ ଜଗନ୍ନାଥ ଦାସ ଜୟନ୍ତୀ ପାଳିତ , ୧୮- କାମାକ୍ଷାନଗରରେ ଦଶହରା ପ୍ରସ୍ତୁତି ବୈଠକ

Sunil Chandra Nayak

ବାଲିଗୁଡା : ଗ୍ୟାସ ହାଣ୍ଡି ଫାଟି ଚିକେନ ଦୋକାନୀ ଗୁରୁତର

masiha

Leave a Comment

error: Content is protected !!