ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୁଳ ରାମପୁର ବ୍ଳକ ଠାରୁ ବିଛିନ୍ନାଞ୍ଚଳ ଭାବରେ ପୋଡାପଦର ଗ୍ରାମପଞ୍ଚାୟତ, ଗମନାଗମନ ସୁବିଧାରୁ ବଞ୍ଚିତ ଅଞ୍ଚଳବାସୀ

ଥୁଆମୁଳ ରାମପୁର ବ୍ଳକ ଠାରୁ ବିଛିନ୍ନାଞ୍ଚଳ ଭାବରେ ପୋଡାପଦର ଗ୍ରାମପଞ୍ଚାୟତ, ଗମନାଗମନ ସୁବିଧାରୁ ବଞ୍ଚିତ ଅଞ୍ଚଳବାସୀ

ଥୁଆମୁଳ ରାମପୁର;୨୫/୦୨ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ଇନ୍ଦିରାବତୀ ଜଳଭଣ୍ଡାର ଘେର ମଧ୍ୟରେ ରହିଛି ପୋଡାପଦର ଗ୍ରାମପଞ୍ଚାୟତର। ଇନ୍ଦିରାବତୀ ଜଳ ବିଦ୍ଯୁତ ପ୍ରକଳ୍ପ ମୁଖିଗୁଡା ଠାରେ ସ୍ଥାପନର ଦୀର୍ଘ ବର୍ଷ ଅତିକ୍ରମ କରିସାରିଛି। କିନ୍ତୁ ପୋଡାପଦର ଗ୍ରାମପଞ୍ଚାୟତ ଅଞ୍ଚଳବାସିନ୍ଦା କଣ ସୁବିଧା ପାଇଲେ କିମ୍ବା ସେମାନେ ଯାତାୟାତ ପାଇଁ ଇନ୍ଦିରାବତୀ ଜଳ ଭଣ୍ଡାର ଉପରେ ସେତୁ ଟିଏ ନିର୍ମାଣ ହେଲା ନାହିଁ। ଉକ୍ତ ଗ୍ରାମପଞ୍ଚାୟତ ବର୍ତ୍ତମାନ ଜଳବନ୍ଦୀ ଅବସ୍ଥାରେ ରହିଛି, ଲୋକେ ଡଙ୍ଗା ସାହାଯ୍ୟରେ ଇନ୍ଦିରା ବତୀ ଜଳ ଭଣ୍ଡାରରେ ଜୀବନ ସହିତ ବାଜି ଲଗେଇ ପାରି ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି୍। ନିଜ ମୁଖ୍ଯାଳୟ ଥୁଆମୂଳ ରାମପୁର ବ୍ଳକ ହେଲେ ମଧ୍ୟ ପଞ୍ଚାୟତବାସୀଙ୍କୁ ବିଛିନ୍ନ ଅଞ୍ଚଳ ଭାବରେ ଜୀବନ ଯାପନ କରିବା ପାଇଁ ବାଧ୍ୟ ହେଉଛନ୍ତି। ଗ୍ରାମପଞ୍ଚାୟତ ବାସିନ୍ଦା ବିଭିନ୍ନ କାମ ନେଇ ବ୍ଳକକୁ ଯିବା ପାଇଁ ହେଲେ ଇନ୍ଦିରାବତୀ ଜଳ ଭଣ୍ଡାର ହିଁ ସେମାନଙ୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିଛି, ଗ୍ରାମପଞ୍ଚାୟତ ବସବାସ କରୁଥିବା ଜନସାଧାରଣ ଅନେକ ସମୟରେ ବିଭିନ୍ନ ସମସ୍ୟା ଦେଇ ଜୀବନ ସହିତ ସଂଗ୍ରାମ କରି ବଞ୍ଚିବା ପାଇଁ ବାଧ୍ୟ ହେଉଛନ୍ତି। ରାସ୍ତାଘାଟ, ଅଭାବ ଯୋଗୁଁ ଜରୁରୀ ସମୟରେ ସ୍ବାସ୍ଥ୍ୟ,ଶିକ୍ଷା, ବିଶୁଦ୍ଧ ପାନୀୟ ଜଳ ଭଳିଶବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରୁ ଅଞ୍ଚଳବାସୀ ବଞ୍ଚିତ ହେବି ପାଇଁ ପଡୁଛି। ଅଞ୍ଚଳବାସୀ ନାଳ, ନଈ ଜଳକୁ ପାନୀୟ ଜଳ ଭାବରେ ସଂଗ୍ରହ କରି ଜୀବନ ନିର୍ବାହ କରୁଛନ୍ତି।। ସେହିଭଳି ସ୍ବାସ୍ଥ୍ୟ, ଶିକ୍ଷା, ମୋବାଇଲ ସେବା, ରାସ୍ତାଘାଟ ସମସ୍ୟା ବିଷୟରେ ନକହିବା ଭଲ, ଇନ୍ଦିରାବତୀ ଜଳ ବିଦ୍ଯୁତ ପ୍ରକଳ୍ପ ସ୍ଥାପନ ହେବା ପର୍ବରୁ ଦୁଇଗୋଟି ଗ୍ରାମପଞ୍ଚାୟତ ରହିଥିଲା ଇନ୍ଦିରାବତୀ ଜଳ ବିଦ୍ଯୁତ ପ୍ରକଳ୍ପ ସ୍ଥାନ ହେବା ପରେ ଦୁଇଗୋଟି ଗ୍ରାମପଞ୍ଚାୟତ ଯଥା ଯୁବରାଜପୁର ଓ ଘୁଟ୍ରୃଖାଲ ଏବେ ଜଳମଗ୍ନ ହେବା ପୂର୍ବରୁ ଦୁଇ ଗୋଟି ଗ୍ରାମ ପଞ୍ଚାୟତର ଅଧିକାଂଶ ଗ୍ରାମ ମାନଙ୍କର ବାସିନ୍ଦାଙ୍କୁ ବିସ୍ଥାପିତ କରାଯାଇଥିଲା ପରବର୍ତ୍ତୀ ସମୟରେ ଅନ୍ଯାନ୍ଯ ଗ୍ରାମ ଏହିଠାରୁ ବାଦ ପଡିଲେ ସେହିସବୁ ଗାଁ ଗୁଡିକ ବର୍ତ୍ତମାନ ସେମାନେ ଜଳବନ୍ଦୀ ଜୀବନ କାଟୁଥିବା ବେଳେ ସେମାନଙ୍କୁ ଜୀବନ ସହିତ ସଂଗ୍ରାମ କରୁଛନ୍ତି ହେଲେ ଇନ୍ଦିରାବତୀ ଜଳ ବିଦ୍ଯୁତ ପ୍ରକଳ୍ପ ଏହି ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କର ପାରିପାର୍ଶ୍ବିକ ବିକାଶ କଥା ପାଶୋରି ଦେଇଛି। ଏହାଛଡା ଏହି ଅଞ୍ଚଳର ଜନସାଧାରଣ ପାଇଲେ କଣ ସେନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଜଣାପଡିଛି।, ଆଜି ମଧ୍ୟ ଅନେକ ଗ୍ରାମବାସୀ ନାହିଁନଥିବା ଅସୁବିଧା ଭୋଗୁଛନ୍ତି, ସେମାନଙ୍କ ପାଇଁ ପ୍ରହସନ ପାଲଟିଛି ଇନ୍ଦ୍ରାବତୀ ଜଳ ବିଦ୍ଯୁତ ପ୍ରକଳ୍ପ, ଏହି ଅଞ୍ଚଳର ବିକାଶ ପାଇଁ ଇନ୍ଦିରାବତୀ ଜଳ ବିଦ୍ଯୁତ ପ୍ରକଳ୍ପ ଏ ଦିଗରେ କିଭଳି ଯତ୍ନବାନ ରହିଛି ତାହା ସେ ଅଞ୍ଚଳ ବାସିନ୍ଦା ହିଁ କହି ପାରିବେ। ଜଳବନ୍ଦୀ ଜୀବନ ବିତୁଥିବା ଏହି ଅଞ୍ଚଳବାସୀଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ପାଇବାକୁ ହେଲେ ଆଉ କେତେ ବର୍ଷ ଅପେକ୍ଷା କରିବାକୁ ପଡିବ ତାହା ଏବେ ଚର୍ଚ୍ଚା ଜୋରଧରିଛି। ଇନ୍ଦିରାବତୀ ଜଳଭଣ୍ଡା ରହିଥିବା ଯୋଗୁଁ ସରକାରୀ ଯୋଜନା ମଧ୍ୟ ଏହି ବିସ୍ଥାପିତ ଅଞ୍ଚଳ ପାଇଁ ପ୍ରହସନ ପାଲଟିଛି, ଏହାକୁ ଦୃଷ୍ଟିରେ ରଖି ଗୋଲାଘାଟ ନଦୀ ଉପରେ ଏକ ପୋଲ ନର୍ମାଣ ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଅନୁମୋଦନ ହେବା ପରେ ଏହି ପୋଲ ନିର୍ମାଣ ନାଁରେ କିଛି ଟଙ୍କା ବ୍ଯୟ କରାଗଲା, ତଥାପି ପୋଲ ନିର୍ମାଣ କାର୍ଯ୍ୟ ଠଫ୍ ରହିଛି। ବର୍ତ୍ତମାନ କୁହାଯାଇଛି ଯେ ଭୂଲ ଡାଜାଇନ୍ ଯୋଗୁଁ ପୋଲ ନିର୍ମାଣ କାର୍ଯ୍ଯ ଆଉ ହେବା ସମ୍ଭାବନା ନାହିଁ।ବୋଲି କୁହାଯାଉଛି୍।ତେବେ ପୋଲ ନିର୍ମାଣ ବିଷୟରେ ଆଗରୁ କାହିଁକି ଏଚିନ୍ତା କରାଗଲା ନାହିଁ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ନିରବଦ୍ରଷ୍ଠା ସାଜିବା କେତେଦୂର ଯୁକ୍ତିଯୁକ୍ତ, ଭୋଟ ହାତେଇବା ଏହି ଗୋଲିଘାଟ ପୋଲ ନିର୍ମାଣ କରିବା ଏହା ଏକ ଚାଲ ଥିଲାବୋଲି କୁହାଯାଉଛି୍। ପୋଲ ନିର୍ମାଣ ପରବର୍ତ୍ତୀ ସମୟରେ ଅଞ୍ଚଳ ପାଇଁ ପୋଲ ନିର୍ମାଣଳଏକ ପ୍ରହସନ ବୋଲି କୁହାକୁହି ହେଉଥିବା ସହିତ ଅଞ୍ଚଳ ପାଇଁ ଏହା ଏକ ଧକ୍କା ହୋଇ ଥାଇପାରେ। ଏହି ଅଞ୍ଚଳର ଗୋଲାଘାଟ ନଦୀ ଉପରେ ଉକ୍ତ ପୋଲ ଟିଏ ନିର୍ମାଣ କାର୍ଯ୍ଯ ଶେଷ କରାଯାଇପାରିଥିଲେ। ଅଞ୍ଚଳର ଜନସାଧାରଣ କିଛି ମାତ୍ରାରେ ସୁବିଧା ପାଇପାରିବେ ବୋଲି ଆଶା କରାଯାଉଥିଲା ଏନେଇ ଅଞ୍ଚଳବାସୀ ବାରମ୍ବାର ଜିଲ୍ଳା ପ୍ରଶାସନଙ୍କ ପାଖରେ ବାରମ୍ବାର ଏକ ପୋଲ ନିର୍ମାଣ ପାଇଁ ଜଣାଇ ଆସୁଥିବା ସତ୍ତ୍ୱେ କିଛି ସୁଫଳ ମିଳି ପାରୁନାହିଁ। ତେବେ ପୋଡାପଦର ଗ୍ରାମପଞ୍ଚାୟତ ବାସିନ୍ଦା ଜଳବନ୍ଦୀ ଜୀବନ ନେଇ ଆଉ କେତେ ବର୍ଷ ଅପେକ୍ଷା କରିବେ ତେବେ ଯାଇ ଇନ୍ଦିରାବତୀ ଜଳ ଭଣ୍ଡାର ଉପରେଏକ ପୋଲ ନିର୍ମାଣ କରାଗଲେ ଅଞ୍ଚଳର ଲୋକମାନେ ସୁବିଧା ସୁଯୋଗ ପାଇବେ ବୋଲି ଆଲୋଚନା ହେଉଥିବା ଜଣାପଡିଛି। ତେବେ ପୋଡାପଦର ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ଅଞ୍ଚଳବାସୀଙ୍କ ସୁବିଧା ପାଇଁ କେବେ ପୋଲ ଟିଏ ନିର୍ମାଣ ହେବ ତାହା ଆଗକୁ ଦେଖିବାକୁ ବାକି ରହିଲା,।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଧର୍ମ ପରାୟଣ ସମାଜସେବୀ ସୁରେନ୍ଦ୍ର ନାଥ ବେହେରାଙ୍କ ସ୍ମୃତି ସଭା 

Sunil Chandra Nayak

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

masiha

ଅବିଭକ୍ତ ଢେଙ୍କାନାଳର ପାଇକ ଦହିଖୋରସ୍ଥିତ ପ୍ରଥମ ଆବାସିକ ବିଦ୍ୟାର୍ଥୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବର୍ଣ୍ଣାଢ଼୍ୟ ୭୯ତମ ସ୍ଵାଧୀନତା ଦିବସ -୨୦୨୫ ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!