ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧୁପୁର ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମଧୁପୁର ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଲାଞ୍ଜିଗଡ,୦୭/୦୨(ମନିସ)-ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା। ଏଇଠି କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ା ହୋଇଥାଏ। ସେହିପରି ପ୍ରତିଟି ଛାତ୍ରଛାତ୍ରୀ ପାଠ ପଢିବାକୁ ପାଇଥିବା ସୁଯୋଗର ସଦୁପଯୋଗ କରିବାର ଆବଶ୍ୟକତା ରହିଛି। ଏହାସହିତ ସୁଯୋଗର ସଦୁପଯୋଗ କରିପାରିଲେ ମଣିଷକୁ ଆଗକୁ ବଢିବାକୁ ପ୍ରେରଣା ଦେଇଥାଏ ବୋଲି ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ମଧୁପୁରସ୍ଥିତ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗ ଦେଇଥିବାବେଳେ ମୁଖ୍ୟଵକ୍ତା ଭାବେ ଶିକ୍ଷାବିତ ତପନ କୁମାର ଭୋଇ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଜାନକୀବଲ୍ଳଭ ସାମନ୍ତରାୟ, ଦେବସ୍ମିତା ଦୀପ, ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, ସମିତିସଭ୍ୟା ସୁଚିତ୍ରା ମାଝୀ, ସମାଜସେବୀ ହରିଶଙ୍କର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଧାନ ଶିକ୍ଷକ ଗିରିଧାରୀ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଶିକ୍ଷକ ସଞ୍ଜୀବ କୁମାର ପଣ୍ଡା ସଭା ପରିଚାଳନା କରିଥିବାବେଳେ ଚିତ୍ତରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସନ୍ତୋଷ ପାତ୍ର, ମଧୁସୂଦନ ରାଉତ ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଲଳିତା ହରପାଲ, ଶିକ୍ଷକ ଅନିଲ ଧଙ୍ଗଡାମାଝୀ, ୱାର୍ଡେନ ଚାରୁଲତା ଦୁବେ, ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ସପୁର ଛତରଙ୍କ ସମେତ ଶକୁନ୍ତଳା ମାଝୀ, କାହ୍ନୁ ଛତର, ମନ୍ଦାକିନୀ ମାଝୀ, କ୍ଷିତିସୂତା ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଦକ୍ଷିଣି ଶୌଣ୍ଢିକ ମହାସଂଘର  ଧର୍ମଗଡ ଓ ଜୁନାଗଡ ବ୍ଲକ ଆଞ୍ଚଳିକ କମିଟିର ବୈଠକ

Sunil Chandra Nayak

ଏନ ଏ ସି ର ମଣ୍ଡି ଦାୟିତ୍ୱ ନେଲେ ପାର୍ବତୀ ସ୍ୱୟଂ ସହାୟକ ଗୋଷ୍ଠି

masiha

ବସ୍ତିବାସିନ୍ଦା ପାଳନ କଲେ ଆନ୍ତର୍ଜାତୀୟ ବିଶ୍ୱ ମହିଳା ଦିବସ 

masiha

Leave a Comment

error: Content is protected !!