ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ ଆକ୍ରମଣରେ ଜଣେ ମୃତ 

ଭାଲୁ ଆକ୍ରମଣରେ ଜଣେ ମୃତ 

ଡାବୁଗାଁ, ୧୧/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମେଦନା ଗ୍ରାମରେ ଭାଲୁ ଆକ୍ରମରେ ବୁଧବାର ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ମେଦନା ଗ୍ରାମର ବନମାଳୀ ମାଝି (୫୪) ଆଜି ସକାଳ ୫ ଘ. ସମୟରେ ଗ୍ରାମ ପାଖ ଜମିକୁ ଶୌଚ ପାଇଁ ଯାଇଥିଲେ | ସେହି ସମୟରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା | ଗ୍ରାମର ମନସିଂ ମାଝି, ଯୁଧିଷ୍ଠି ମାଝି ଓ ଲକି ମାଝି ସେହି ସ୍ଥାନକୁ ଯାଉଥିବା ବେଳେ ଦୂରରୁ ଦେଖିଥିଲେ ଯେ ବନମାଳୀକୁ ଭାଲୁ ଆକ୍ରମଣ କରିଛି | ସେ ସଙ୍ଗେ ସଙ୍ଗେ ପାଟି କରି ବାରୁ ଗ୍ରାମର ଲୋକେ ଆସି ଭାଲୁ ଟିକୁ ଗୋଡାଇ ଥିଲେ | ଯାହାଦ୍ୱାରା ଭାଲୁ ଟି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲା | ପରେ ବନମାଳୀକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏନେଇ ମୃତକର ସାନ ଭାଇ ହିରେଣ୍ୟ ମାଝି ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଚନ୍ଦ୍ର ଶେଖର ହଜାରୀ ଡାକ୍ତରଖାନା ରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଡାବୁଗାଁ ଥାନା କେସ ନଂ ୩୬/୨୪ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସୁଲୋଚନା ସେବା ସଙ୍ଘ ତରଫରୁ ବାବା ଖଲେସ୍ଵର୍ ପୀଠର୍ ପୁନରୁଦ୍ଧାର ଓ ଉନ୍ନତିକରଣ 

Sunil Chandra Nayak

ପ୍ରକାଶ ପାଇଲା ‘ଲକଡାଉନ’ର ଅନ୍ତର୍ଜାତୀୟ ସମୀକ୍ଷା ‘ଏ ଟେପେଷ୍ଟ୍ରି ଅଫ ୱର୍ଡସ’

Sunil Chandra Nayak

କଳଚୁରି କଳାର ସମାଜ ପକ୍ଷରୁ ଶ୍ରୀ ଶହସ୍ରାର୍ଜୁନ ଜନ୍ମ ଜୟନ୍ତୀ ଓ ବନ୍ଧୁ ମିଳନ ଉତ୍ସବ ପାଳନ

masiha

Leave a Comment

error: Content is protected !!