ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚତତ୍ତ୍ବରେ ଲୀନ ହେଲେ ଯାତ୍ରା ଜଗତର ମହାନ କଳାକାର

ପଞ୍ଚତତ୍ତ୍ବରେ ଲୀନ ହେଲେ ଯାତ୍ରା ଜଗତର ମହାନ କଳାକାର

ଖଇରା, ୦୩/୫/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ଅନ୍ତର୍ଗତ ବଣପାରିଆ ଗ୍ରାମର ସୁରେନ୍ଦ୍ର ଦାସ ପିତା କୃଷ୍ଣ ପ୍ରସାଦ ଦାସଙ୍କ ଘର । ଯାତ୍ରା ଜଗତରେ ସେ ଜଣେ ମହାନ କଳାକାର ଥିଲେ । ଦୀର୍ଘ ପ୍ରାୟ ୩୦ ବର୍ଷରୁ ଉର୍ଦ୍ଧ୍ବ ହେବ ବିଭିନ୍ନ ଅପେରା ପାର୍ଟିରେ ଅଭିନୟ କରି ଦର୍ଶକ ମାନଙ୍କର ପ୍ରିୟପାତ୍ର ହୋଇଥିଲେ । କିନ୍ତୁ ସମୟ ତାଙ୍କ ପାଇଁ କାଳ ହେଲା । ଘୋଟିଲା ଅକାଳ ରୋଗ । ବହୁ ଚିକିତ୍ସା ପରେ ମଧ୍ୟ ରୋଗରୁ ନିସ୍ତାର ପାଇଲେ ନାହିଁ । ଚିକିତ୍ସା ନିମନ୍ତେ ପରିବାର ଲୋକେ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ କରିଛନ୍ତି । କୌଣସି ଚିକିତ୍ସା କାମ ନ ଦେବାରୁ ଦୀର୍ଘ ୬ ମାସରୁ ଉର୍ଦ୍ଧ୍ବ ହେବ ଘରେ ପଡି ରହିଥିଲେ । ଆଜି ତା ୦୩/୫/୨୦୨୪ ରିଖ ଶୁକ୍ରବାର ସକାଳେ ନିଜ ବାସଭବନରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏ ଖବର ପ୍ରଚାରିତ ହେବା ପରେ ବହୁ ଲୋକ ବଣପାରିଆ ସ୍ଥିତ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ଯାତ୍ରା ଜଗତ ଜଣେ ମହାନ କଳାକାରଙ୍କୁ ହରାଇଲା ବୋଲି ଦେଖଣାହାରୀ ମାନେ ପ୍ରକାଶ କରିଛନ୍ତି । ସ୍ବର୍ଗତ ଦାସ ଜଣେ ଅତି ସରଳ, ନିରୀହ, ମିଷ୍ଟଭାଷୀ, ଉଦାର ହୃଦୟେଷୁ, ସଚ୍ଚୋଟ, ନିଷ୍କପଟ ଓ ଧାର୍ମିକ ପରାୟଣ ବ୍ଯକ୍ତି ଥିଲେ । ସମସ୍ତଙ୍କ ସହିତ ତାଙ୍କର ଉତ୍ତମ ସମ୍ପର୍କ ଥିଲା । କାହାରିକୁ କେବେ ସମ୍ମାନ ପ୍ରଦାନରେ ଅବହେଳା କରୁନଥିଲେ । ମୃତ୍ୟୁ ବେଳକୁ ତାଙ୍କର ବୟସ ୭୩ ବର୍ଷ ହୋଇଥିଲା । ବିଧବା ପତ୍ନୀ ସମେତ ତାଙ୍କର ୨ ପୁଅ ଓ ୧ ଝିଅ ଅଛନ୍ତି । ବେସାହାରା ଅଭାବୀ ପରିବାର ପ୍ରତି ଦୃଷ୍ଟି ଦେବାକୁ ସମାଜସେବୀ, ସରକାର ଓ ରାଜନେତାଙ୍କୁ ନିବେଦନ କରିଛନ୍ତି ଗ୍ରାମବାସୀ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ କାୟକଲ୍ପ ଟିମ

Sunil Chandra Nayak

ବସ୍ତା ଅଞ୍ଚଳ ସମାଚାର

masiha

ଚଳିତ ମାସ 13ତାରିଖରେ ରାୟଗଡl ଜିଲ୍ଲାରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

Leave a Comment

error: Content is protected !!