ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନ ମୋହିନେଲେ ମୋହିନୀ “ମା”

ମନ ମୋହିନେଲେ ମୋହିନୀ “ମା”

କେନ୍ଦ୍ରାପଡ଼ା :-ସତରେ ସତ୍ କର୍ମ ର ନିଶ୍ଚିତ ଫଳ ରହିଛି। ଜଣେ ମଣିଷ କିପରି ଗୋଟିଏ ଅଞ୍ଚଳ ତା ପରେ ନିଜର କର୍ମ ଫଳ ରେ ଅନେକ ଅଞ୍ଚଳ ବାସୀଙ୍କର “ମା” ହୋଇପାରେ ଓ ମା ନାମ ର ଯଥାର୍ଥତା ପ୍ରତିପାଦନ କରିଛନ୍ତି ମା ମୋହିନୀ ନାୟକ। ସେ କେନ୍ଦ୍ରାପଡ଼ା ଜିଲ୍ଲା ର ଗରଦପୁର ବ୍ଲକ୍ ଅନ୍ତର୍ଗତ ମାହାଳ ନିକଟ ରେ ଥିବା ହୁରାସାହି ବିଦ୍ୟାଳୟ ରେ ଶିକ୍ଷକତା କରନ୍ତି। ସେ ଆଜି ଅବସର ନେଇଛନ୍ତି। ଆଜି ତାଙ୍କର କର୍ମ ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ “ପ୍ରଣାମ ଦେବଦାସୀ” ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୋହିନୀ ମା ମାହାଳ ଜଗନ୍ନାଥ ମନ୍ଦିର ର ଦେବଦାସୀ ମଧ୍ୟ ଅଟନ୍ତି। ତାଙ୍କର ଜୀବନ ର ସମୟ କୁ ମହାପ୍ରଭୁ ଙ୍କ ସେବା ରେ ନିୟୋଜିତ ସହ ଅନେକ ସାମାଜିକ କାମ ପାଇଁ ସେ ଚୀର ବନ୍ଦିତ । ତାଙ୍କର ଦରମା ର ୭୦ ଭାଗ ରୋଗୀ ସେବା, ଗରିବ ଝିଅ ର ବିଭାଘର, ଭୋକିଲା ପେଟ ରେ ଖାଦ୍ୟ ଓ ଅଭାବି ଆବଶ୍ୟକୀୟ ଙ୍କ ପାଇଁ ଉଦ୍ଦିଷ୍ଟ ରହିଥାଏ। ଅନେକ ହୃଦୟ ର ମା ହେବାପାଇଁ ଗୋଟାଏ ବିଶାଳ ଚରିତ୍ର ସହ ସୁନ୍ଦର ମନ ର ଆବଶ୍ୟକ ବୋଲି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ମତ ଦେଇଛନ୍ତି। ଆଜି ମା ଙ୍କ ପାଇଁ ହୋଇଥିବା ମଞ୍ଚ ରେ ଅତିଥି ଭୂମିକା ରେ ଥିଲେ କଳିଙ୍ଗ ଆବାସିକ ବିଦ୍ୟାଳୟ ର ମୁଖ୍ୟ ମନୋଜ କୁମାର ପ୍ରଧାନ, ଅବସରପ୍ରାପ୍ତ ସେନା କର୍ମଚାରୀ ବ୍ରଜ କିଶୋର ସାହୁ, ଅବସର ପ୍ରାପ୍ତ ଶିକ୍ଷକ ଆର୍ତ୍ତତ୍ରାଣ ନାୟକ, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଉପସଭାପତି ରଶ୍ମି ରଞ୍ଜନ ବାରିକ ଏବଂ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଟ୍ରଷ୍ଟ ର ସଂସ୍ଖୁତି ବିଭାଗୀୟ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୀବ କୁମାର ତରାଇ। ଏହି ମଞ୍ଚ ରେ ମୋହିନୀ ମା ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ସମସ୍ତ କର୍ମକର୍ତା ଙ୍କ ସହଯୋଗ ରେ ମା ଙ୍କୁ ନେଇ ଏକ ପଦ ଶୋଭାଯାତ୍ରା ବାହାରିଥିଲା। ଏହି ସମୟ ର ଦୃଶ୍ୟ ଅତ୍ୟନ୍ତ ନିଆରା ଥିଲା ମା ଙ୍କ ପାଇଁ ଏହି ଅଞ୍ଚଳ ବାସୀ ଙ୍କ ର ଭଲ ପାଇବା ସେହି ଅଞ୍ଚଳ ରେ ଦେଖିବାକୁ ମିଳିଥିଲା। କିଏ ନମସ୍କାର କରୁଥିଲା ତ କିଏ କାନ୍ଦି ପକାଉଥିଲା, କିଏ କୁଣ୍ଢାଇ ପକାଉଥିଲା ତ କିଏ କହୁଥିଲା ମା ସତରେ ତୁମେ ଆମକୁ ଛାଡ଼ି ପଳାଇବ। ଝିଅ ବୋହୂ ମାନେ ବନ୍ଦାପନା କରୁଥିଲେ। ଜୟ ଜଗନ୍ନାଥ ଓ ହୁଳହୁଳି ରେ ସ୍ଥାନ ପ୍ରକମ୍ପିତ ହେଉଥିଲା। ପରିଶେଷ ରେ ସମସ୍ତେ ମା ଙ୍କୁ ନେଇ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ। ଆଜି ର ଏହି ସୁନ୍ଦର କାର୍ଯ୍ୟକ୍ରମ କୁ ସହଯୋଗ କରିଥିବା ବ୍ୟକ୍ତି ମାନେ ହେଲେ ସୁନିଲ କୁମାର ନାୟକ, ଗଙ୍ଗାଧର ସାମଲ, ଭବନାଥ ନାୟକ, ଅଂଶୁମାନ ସ୍ବାଇଁ, ସୁରେନ୍ଦ୍ର, ରଣା, ପ୍ରିତମ ନାୟକ, ସୌମ୍ୟ ରଞ୍ଜନ ବସନ୍ତିଆ, ଦିବ୍ୟଜ୍ୟୋତି ବେହେରା, ସନ୍ତୋଷ ପରିଡ଼ା, ଅଭୟ କୁମାର ନାୟକ, ସଂଗ୍ରାମ ଦାସ, ପ୍ରତ୍ୟୁଷ କୁମାର ଚୌଧୁରୀ, ଭବ ଦ୍ୟୁତି ନାୟକ, ଅଭୟ କୁମାର ନାୟକ, ଲଲାଟେନ୍ଦୁ ମହାପାତ୍ର, କାଳନ୍ଦୀ ମଲ୍ଲିକ, ମନୋଜ କୁମାର ରାଉତ, ପ୍ରିତମ ନାୟକ, କେଦାର ସ୍ବାଇଁ, ତପନ କୁମାର ନାଥ ଓ ହୁରାସାହି ଯୁବକ ସଂଘ ର କର୍ମକର୍ତା।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ମାଟକାମବେଡ଼ା ବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ , ନିଶାକୁ ନା, ଜୀବନକୁ ହଁ ର ସଂକଳ୍ପ ନେଲେ ଛାତ୍ରଛାତ୍ରୀ

Sunil Chandra Nayak

କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ କାୟକଲ୍ପ ଟିମ

Sunil Chandra Nayak

ବଜ୍ରପାତ ଘଟି ୧ ମୃତ, ୩ ଆହତ 

masiha

Leave a Comment

error: Content is protected !!