ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା ଟ୍ରଷ୍ଟ,ଓଡ଼ିଶା, ରାଇରଙ୍ଗପୁର ତରଫରୁ ଜାତୀୟ ଆଲୋଚନା ଚକ୍ର ” ଓଡ଼ିଆ ସାହିତ୍ୟ ଓ ସଂସ୍କୃତିରେ ଶ୍ରୀଜଗନ୍ନାଥ”

ରାଇରଙ୍ଗପୁରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା ଟ୍ରଷ୍ଟ,ଓଡ଼ିଶା, ରାଇରଙ୍ଗପୁର ତରଫରୁ ଜାତୀୟ ଆଲୋଚନା ଚକ୍ର ” ଓଡ଼ିଆ ସାହିତ୍ୟ ଓ ସଂସ୍କୃତିରେ ଶ୍ରୀଜଗନ୍ନାଥ”

ମୟୂରଭଞ୍ଜ – ୦୧/୦୯ ( ମସିହା)ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଅସ୍ମିତା । ଜଗନ୍ନାଥ ସଂସ୍କୃତି ସାରା ବିଶ୍ବରେ ଅନନ୍ଯ । ଜଗନ୍ନାଥ ସଂସ୍କୃତି ର ପ୍ରଚାର ଓ ପ୍ରସାର ପାଇଁ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା ଟ୍ରଷ୍ଟ,ଓଡ଼ିଶା, ରାଇରଙ୍ଗପୁର ତରଫରୁ ଵର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।ଆଜି ଏହି ଟ୍ରଷ୍ଟ ଆନୁକୂଲ୍ୟରେ ରାଇରଙ୍ଗପୁରର ସ୍ଥାନୀୟ ଲିଟିଲ୍ ଫ୍ଲାଓ୍ବାର ସ୍କୁଲ ସଭାଗୃହ ପରିସରରେ ଏକ ଜାତୀୟ ଆଲୋଚନାଚକ୍ର କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ପ୍ରଶାସକ ଶ୍ରୀ ଗୋକୁଳାନନ୍ଦ ସାହୁ, ମୁଖ୍ୟବକ୍ତା ଜଗନ୍ନାଥ ଗବେଷକ ଡଃ ଅସିତ ମହାନ୍ତି, ଉପଦେଷ୍ଟା ଇଂ ରାଧେଶ୍ୟାମ ପାତ୍ର, ସଭାପତି ଶିଶୁ ଏବଂ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଜଗନ୍ନାଥ ଗବେଷକ ଯୋଗ ଦେଇଥିଲେ ।ବିଷୟ ବସ୍ତୁ ଥିଲା ” ଓଡ଼ିଆ ସାହିତ୍ୟ ଓ ସଂସ୍କୃତିରେ ଶ୍ରୀ ଜଗନ୍ନାଥ” । ସମସ୍ତେ ନିଜ ନିଜର ଉଚ୍ଚ କୋଟୀର ଲିଖିତ ସନ୍ଦର୍ଭ ପାଠ ,ପ୍ରବନ୍ଧ ଉପସ୍ଥାପନ, ପ୍ରବନ୍ଧ ସମୀକ୍ଷା, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ତିମିର ରଂଜନ ପଣ୍ଡା ସଭାପତିତ୍ବ କରିଥିଲାବେଳେ ସଂପାଦକ ରଂଜନ ନନ୍ଦ ମଂଚ ପରିଚାଳନା କରିଥିଲେ । ସେମିନାର ମୁଖ୍ୟ ଦାୟିତ୍ଵ ପାରଳା କରିଥିଲେ ଅଧ୍ଯାପକ ଡଃ ଦିଗମ୍ବର ଗିରି ।ଏଥିରେ ରାଇରଙ୍ଗପୁର ସହରର ବହୁ ଜଗନ୍ନାଥ ପ୍ରେମୀ,ଗବେଷକ,କବି, ସାହିତ୍ୟକ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। ଡଃ ଜ୍ୟୋତିର୍ମୟୀ ତ୍ରୀପାଠୀଙ୍କ ପୁସ୍ତକ ସମ୍ପର୍କର ସେତୁ ଉନ୍ମୋଚିତ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରେମୀ ମଦନ ମୋହନ ମିଶ୍ରଙ୍କୁ ସେବା ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ଅଧ୍ୟାପକ ମାନସ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ଯକ୍ରମରେ ୧୪ ଲବ୍ଧ ପ୍ରତିଷ୍ଠିତ ଜଗନ୍ନାଥ ଗବେଷକ ରୋଟାରୀଆନ କାଳୀପ୍ରସନ୍ନ ମହାନ୍ତି,ରାଜେଶ୍ବରୀ ପଟ୍ଟନାୟକ,ଡଃ ତନ୍ମୟୀ ରଥ, ଜୟଶ୍ରୀ ରଥ, ଜଗନ୍ନାଥ ଵଳ,ପୁଷ୍ପଲତା ମହାନ୍ତି,ଗୋପାଳ ମହାନ୍ତି,ବିଜୟ ରାମ, ଡଃ ଭାଗବତ ଲେଙ୍କା,ପ୍ରଶାନ୍ତ ସାହୁ,ଲଳିତ ମହାନ୍ତ,କୌଶିକ କାଶ୍ୟପ ମହାନ୍ତି ପ୍ରମୁଖ ୧୪ ଜଣ ସନ୍ଦର୍ଭ ପାଠ କରିଥିଲେ । ପରିଚାଳନାରେ ରେଡି ଭଲ୍ଯୁଣ୍ଟର ସଦସ୍ୟ/ ସଦସ୍ୟା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ତେରେସିଂହା +୨ କଲେଜରେ ସଚେତନତା କର୍ମଶାଳା

masiha

ଛାତ୍ର ଛାତ୍ରୀ ଙ୍କ ନବରଙ୍ଗପୁର ଜିଲ୍ଲା କୋର୍ଟ ପରିଦର୍ଶନ 

masiha

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ସଭା‌ 

masiha

Leave a Comment

error: Content is protected !!