ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବଶତ୍ରୁତା କୁ କେନ୍ଦ୍ର କରି ଫସଲ ନଷ୍ଟ କୁ ନେଇ ଥାନାରେ ଏତଲା

ପୂର୍ବଶତ୍ରୁତା କୁ କେନ୍ଦ୍ର କରି ଫସଲ ନଷ୍ଟ କୁ ନେଇ ଥାନାରେ ଏତଲା

ନବରଙ୍ଗପୁର:(୧|୯)-ପୂର୍ବଶତ୍ରୁତା କୁ କେନ୍ଦ୍ର କରି ଲଗାଯାଇଥିବା ଧାନ ଫସଲ ନଷ୍ଟ କରିଦେଇଥିବା ନେଇ ରାଇଘର ଥାନାରେ ହୋଇଛି ଏତଲା | ସୂଚନାଅନୁଯାଇ ରାଇଘର ବ୍ଲକ ର ପାରୁଆ ପଞ୍ଚାୟତ ର ଇନ୍ଦ୍ରାନଗର ଗ୍ରାମର କୀର୍ତ୍ତନ ଶାନ୍ତl କରିଛନ୍ତି ଅଭିଯୋଗ ସେହି ଗ୍ରାମର ଚିତ୍ତ ଶାନ୍ତl ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଲଗା ଯାଇଥିବା ଧାନ ଫସଲକୁ ଔଷଧ ପକାଇ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି |ପ୍ରକାଶ ଥାଉକି ଗତ ଦଶ ବର୍ଷ ତଳେ କୀର୍ତ୍ତନ ଙ୍କ ବାପା ରାମନାଥ ଶାନ୍ତl ଙ୍କୁ ଗୁଣି ଗାରେଡି ସନ୍ଦେହରେ ଗ୍ରାମରୁ ବାହାର କରିଦେଇଥିଲେ ଗ୍ରାମ ବାସି |ଏହା ପରେ ସେ ନିଜ ଭିଉଣୀ ଘରେ ଯାଇ ରହୁଥିଲେ |ଗତ ବର୍ଷ ଶରୀର ଖରାପ ଥିବା ଜାଣି ପୁଅ କୀର୍ତ୍ତନ ନିଜ ପାଖକୁ ନେଇ ଆସିଥିଲେ |ବାପା ଆସିବା ପରେ ଚାଷ ଜମି ଥିବା ଜାଣି କୀର୍ତ୍ତନ ଜମି ପଟ୍ଟା ନେଇ ତହସିଲ ଅଫିସ ଯାଇ ଅମିନ ସାହାଯ୍ୟରେ ଜମି ଚିହ୍ନଟ କରି ଜାଣିଥିଲେ ତାଙ୍କର ୫ ଏକର ୨0 ଡ଼ିସିମିଲ ଜମି ବୋଲି |ଅମିନ ଚିହ୍ନଟ କରାଇବା ପରେ ଏ ବର୍ଷ ପ୍ରଥମ କରି ନିଜ ଜମିରେ ଧାନ ଲଗାଇଥିଲେ |ଧାନ ଗଛ ଭଲ ମଧ୍ୟ ହୋଇଥିଲା |ଏହା ଭିତରେ ବନ୍ଧୁ ଘରକୁ ବୁଲିବାକୁ ଯାଇ ସେଠାରୁ ଫେରି ଦେଖିଲା ବେଳକୁ ଗଛ ସବୁ ମରି ସୋଇଛି |ଯେହେତୁ ଚିତ୍ତ ପୂର୍ବରୁ ବହୁବାର ଧମକ ଚମକ ଦେବା ସହ ଚାଷ ନ କରିବାକୁ କହୁଥିଲା ସେହିଁ ଏହି କାମ କରିଥାଇପାରେ ବୋଲି ସନ୍ଦେହ କରି ରାଇଘର ଥାନାରେ ଏତଲା ଦେଇଥିବା କୀର୍ତନ କହିଛନ୍ତି |ଏ ସମ୍ପର୍କ ରେ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ କେଉଁ କାରଣ ରୁ ଏହା ନଷ୍ଟ ହୋଇଛି ତାହା ଜାଣି ପଦକ୍ଷେପ ନିଆଯିବ ବୋଲି କହିଥିଲେ |

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ 

Related posts

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫

masiha

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ବିଜୁ ଶ୍ରମିକ ସମୁଖ୍ୟର କେନ୍ଦ୍ରୀୟ ସଂଯୋଜକ ନିଯୁକ୍ତି

masiha

ଦସ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ବିସାଳ ରାଲି

Sunil Chandra Nayak

Leave a Comment

error: Content is protected !!