ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାବିଷୁବ ସଂକ୍ରାନ୍ତି  ଅବସରରେ ରେ ପୁରୀସ୍ଥିତ ଟାଉନ ହଲ୍‌ରେ ଆନ୍ତର୍ଜାତିୟ ଶ୍ରୀ ଜଗନ୍ନାଥ ଦିବସ ପାଳିତ

ବ୍ୟୁରୋ ନିୟୁଜ୍ -:  ଆଜି ତା ୧୪/୦୪/୨୦୨୩ ରିଖ, ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଅବସରରେ ରେ, ଆନ୍ତର୍ଜାତୀୟ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତୀକରଣ ପରିଷଦ (IC3E.ORG) ଓ ଇନଷ୍ଟିଚ୍ୟୁଟ ଅଫ୍‌ ଡିଜିଟାଲ୍‌ ମିଡିଆ ଟେକ୍ନୋଲୋଜି (IDMT.IN)ର ମିଳିତ ସହଯୋଗରେ ଆନ୍ତର୍ଜାତିୟ ଶ୍ରୀ ଜଗନ୍ନାଥ ଦିବସ ପୁରୀସ୍ଥିତ ଟାଉନ ହଲ୍‌ରେ ପାଳିତ ହୋଇ ଯାଇଛି । ଏହି ଉତ୍ସବ ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶାସ୍ତ୍ର ବର୍ଣ୍ଣିତ ୧୦୮ ନାମକୁ ନେଇ ଏକ ଦୃଶ୍ୟଶ୍ରାବ୍ୟର ଅନାବରଣ କରାଯାଇଛି । ଏହି ଦୃଶ୍ୟଶ୍ରାବ୍ୟଟି ଇନଷ୍ଟିଚ୍ୟୁଟ ଅଫ୍‌ ଡିଜିଟାଲ୍‌ ମିଡିଆ ଟେକ୍ନୋଲୋଜି ଦ୍ବାରା ପ୍ରସ୍ତୁତ କରାଯାଇଛି। ଏହି ଉତ୍ସବକୁ ପରିଚାଳନା କରିଥିଲେ ଇନଷ୍ଟିଚ୍ୟୁଟ ଅଫ୍‌ ଡିଜିଟାଲ୍‌ ମିଡିଆ ଟେକ୍ନୋଲୋଜିର ନିର୍ଦେଶକ ଶ୍ରୀଯୁକ୍ତ ପ୍ରଦୀପ କୁମାର ତ୍ରିପାଠୀ।

ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି ବିଶେଷ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଡ଼ଃ ଭାସ୍କର ମିଶ୍ର, ରାଜେନ୍ଦ୍ର କୃଷି ବିଦ୍ୟାଳୟ ର କୁଳପତି ଶ୍ରୀ ପ୍ରଫୁଲ୍ଲ ମିଶ୍ର, ପୂର୍ବତନ କୁଳପତି ଡ଼ଃ ହରିହର ହୋତା, ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀ ମଧୁସୂଦନ ମିଶ୍ର , ଛାତିଶା ନିଯୋଗ ମହାନାୟକ ତଥା ଶ୍ରୀ ଜଗନ୍ନାଥ ସେବକ ଶ୍ରୀ ଜନାର୍ଦନ ପାଟଜୋଶୀ ମହାପାତ୍ର, ବରିଷ୍ଠ ସେବାୟତ ଶ୍ରୀ ମଧୁସୂଦନ ସିଂହାରୀ, ପାଇକ ନିଯୋଗ ସଂପାଦକ ଶ୍ରୀନୀଳମଣି ଗୁରୁ, ଗଙ୍ଗାରାମ ମଠ ମହନ୍ତ ଶ୍ରୀ ବଳରାମ ଦାସ ଗୋସ୍ଵାମୀ , ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ଼ା ବିକାଶ କୁମାର ପ୍ରସାଦ, ଶ୍ରୀଜଗନ୍ନାଥ ସେନାର ସେନାପତି ଶ୍ରୀ ପ୍ରିୟଦର୍ଶି ପଟ୍ଟନାୟକ, ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକଶ୍ରୀ ଗୁରୁ ଚରଣ ଦାସ, ବରିଷ୍ଟ ସାମ୍ବାଦିକ ଶ୍ରୀ ସମରେନ୍ଦ୍ର ରାଉତ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷିକା ଓ ଲେଖିକା ଶୃତ କୀର୍ତ୍ତି ତ୍ରିପାଠୀ ଓ ଅନେକ କାର୍ଯ୍ୟରତ ଶ୍ରୀମନ୍ଦିର ର ସେବାୟତ ମାନେ ଯୋଗଦାନ କରିଥିଲେ।

ଶ୍ରୀଜଗନ୍ନାଥ ମହାପ୍ରଭୁ, ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ଅଟନ୍ତି। ନୀଳାଦ୍ରୀ ମହୋଦୟ ବର୍ଣ୍ଣନା ଅନୁସାରେ, ମହାବିଷୁବ ସଂକ୍ରାନ୍ତିରେ ମହାପ୍ରଭୁଙ୍କୁ ସକାଳଧୂପ ପରେ ମହାସ୍ନାନ, ଚନ୍ଦନଲାଗି, ନୂତନ ବସ୍ତ୍ର ପରିଧାନ, ଅନେକ ପ୍ରକାରର ପିଠା ଓ ପଣା ଭୋଗ ଅର୍ପଣ କରାଗଲା । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପରମ ପ୍ରୀତି ନିମନ୍ତେ ପ୍ରତ୍ୟେକ ଶ୍ରୀଜଗନ୍ନାଥ ଭକ୍ତ ଏବଂ ପ୍ରତି ଓଡିଆ ଘରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହ ଓ ଚିତ୍ର ପ୍ରତିମାରେ ନୂତନ ବର୍ଷର ସକଳ ଶୁଭ ନିମନ୍ତେ ଆନ୍ତରିକ ଭକ୍ତି ଓ ଶ୍ରଦ୍ଧା ସହ ସାମର୍ଥ୍ୟ ଅନୁସାରେ ଅର୍ଚ୍ଚିନା ପୂର୍ବକ ଜୟ ଶ୍ରୀଜଗନ୍ନାଥ ଦିବସ ପାଳନ କରାଗଲା। ସ୍କନ୍ଦ ପୁରାଣ ଅନୁସାରେ ମହାପ୍ରଭୁଙ୍କ ସେବାପୂଜାଠାରୁ ଅଧିକ ମହାପ୍ରଭୁଙ୍କ ଆନ୍ତରିକ ଭକ୍ତ ମାନଙ୍କର ସେବା ଅଟେ। ତେଣୁ ଏହି ଦିନ ଗରିବ, ଅବହେଳିତ ଭକ୍ତ ମାନଙ୍କୁ ମହାପ୍ରଭୁଙ୍କ ପ୍ରସାଦ ବଣ୍ଟନ କରିଲେ କୋଟି ପୁଣ୍ୟର ଫଳ ମିଳେ। ପ୍ରତ୍ୟେକ ଶ୍ରୀଜଗନ୍ନାଥ ଭକ୍ତ ପ୍ରତିବର୍ଷ ମହାବିଷୁବ ସଂକ୍ରାନ୍ତିରେ ଜୟ ଶ୍ରୀଜଗନ୍ନାଥ ଦିବସ ପାଳନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନନ୍ତ କୃପା ଲାଭ କରନ୍ତୁ।

ସମଗ୍ର ଜଗତରେ ମହାପ୍ରଭୁଙ୍କ ଅପାର କରୁଣା ଓ ମହିମାର ପ୍ରଚାର ଓ ପ୍ରସାର କରିବା ପାଇଁ ଆନ୍ତର୍ଜାତୀୟ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତିକରଣ ପରିଷଦ ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜିଟାଲ୍ ମିଡିଆ ଟେକ୍ନୋଲୋଜିଙ୍କ ମିଳିତ ଉଦ୍ୟମ ଏକ ପ୍ରଶଂସନୀୟ ପ୍ରୟାସ । ପ୍ରତି ବର୍ଷ ଓଡ଼ିଆ ନୂଆ ବର୍ଷ ମହାବିଷୁବ ସଂକ୍ରାନ୍ତିକୁ – “ଆନ୍ତର୍ଜାତୀୟ ଜୟ ଶ୍ରୀଜଗନ୍ନାଥ ଦିବସ” ଭାବେ ପାଳନ କରିବା କୁ ଆହ୍ଵାନ କରାଯାଇଛି।

ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ପୂର୍ବତନ କୁଳପତି ଡ଼ଃ ହରିହର ହୋତା। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅତିଥି ତଥା ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଉତ୍ସବର ବିଶେଷ ଅତିଥି ଶ୍ରୀମନ୍ଦିର ଛାତିଶା ନିଯୋଗ ମହାନାୟକ ଜନାର୍ଦନ ପାଟ୍ଟଯୋଶୀ ମହାପାତ୍ର ନିମନ୍ତ୍ରିତ ଅତିଥି ବୃନ୍ଦ ଓ ଭକ୍ତ ମାନଙ୍କୁ ଉତ୍ସବ ଅବସରରେ ମିଷ୍ଟାନ୍ନ ବଣ୍ଟନ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ଗୋରୁମହିଷାଣି ଥାନା ! ଦଲକି ନାଳ ରୁ ଯୁବକ ଙ୍କ ମୃତଦେହ ଉଦ୍ଧାର

masiha

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ …… ଚତୁର୍ଥ ଦିନ ପ୍ରତିଧ୍ଵନି ର ନାଟକ ଖାଣ୍ଟି ସୁନା ଓ ନଟରାଜ ନୃତ୍ୟ ପରିଷଦର ନାଟକ ସମ୍ବୋଧନ ମଞ୍ଚସ୍ଥ

masiha

Leave a Comment

error: Content is protected !!