ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ମଙ୍ଗଳ ବିଭାଗରେ ଚରମ ଅବହେଳା,ରହିବା ଗୃହ ନଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶିକ୍ଷକ

ଜିଲ୍ଲା ମଙ୍ଗଳ ବିଭାଗରେ ଚରମ ଅବହେଳା,ରହିବା ଗୃହ ନଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶିକ୍ଷକ

ଜୁନାଗଡ଼ ,୨୪/୮(ମନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ମଙ୍ଗଳ ବିଭାଗ ଛାତ୍ରଛାତ୍ରୀଙ୍କୁ ପ୍ରଧାନ୍ୟ ଦେଉଥିବା ବେଳେ ଶିକ୍ଷକଙ୍କୁ ଚରମ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି । ଶିକ୍ଷକ ମାନଙ୍କ ପାଇଁ ରହିବା ବ୍ୟବସ୍ଥା ନ ଥିବାରୁ ଶିକ୍ଷକ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦ୍ଵାରା ପରିଚାଳିତ ହୋଇଛି । ଏହି ବିଦ୍ୟାଳୟରେ ଅନୁସୂଚିତ ଜାତି ଓ ଜନଜାତି ର ଛାତ୍ରଛାତ୍ରୀ ମାନେ ରହିକି ପାଠ ପଢୁଛନ୍ତି । ଆଗରୁ ଷଷ୍ଠ ରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢ଼ୁଥିଲେ । ଏଥିରେ ଛାତ୍ରଛାତ୍ରୀ ମାନଙ୍କ ରହିବା ପାଇଁ ହଷ୍ଟେଲ ର ଵ୍ୟଵସ୍ଥା ଅଛି । ସେହିଭଳି ଗତ କିଛି ବର୍ଷ ହେବ ଏଠାରେ ଯୁକ୍ତ ଦୁଇ ବିଜ୍ଞାନ ମଧ୍ୟ ଖୋଲା ଯାଇଛି । ଶ୍ରେଣୀ ଗୃହ ୫ଟି ଯୋଜନାରେ ହୋଇଥିବା ବେଳେ ହଷ୍ଟେଲ ମଧ୍ୟ ଚକାଚକ ଅଛି । ସେହିଭଳି କଲେଜ ମଧ୍ୟ ନୂଆ କୋଠା ନିର୍ମାଣ ହୋଇଛି । ସବୁଠୁ ପରିତାପ ର ବିଷୟ ଏଠାରେ ଶିକ୍ଷକ ମାନଙ୍କ ରହିବା ପାଇଁ କୌଣସି ସୁବିଧା ନାହିଁ । ପ୍ରାୟ ୩୦ ବର୍ଷ ତଳେ ଶିକ୍ଷକ ମାନଙ୍କ ରହିବା ପାଇଁ ଗୃହ ନିର୍ମାଣ କରାଯାଇଥିଲା । ସମସ୍ତ ଗୃହ ବର୍ତ୍ତମାନ ଭଗ୍ନ ଅବସ୍ଥାରେ ପଡି ରହିଛି । ସ୍କୁଲରେ ୧୬ ଟି ଶିକ୍ଷକ ଥିବା ବେଳେ କେବଳ ପ୍ରଧାନ ଶିକ୍ଷକ ସହିତ ମାତ୍ର ୩ ଜଣ ଶିକ୍ଷକ ରହୁଛନ୍ତି । ବାକି ୧୩ ଜଣ ଶିକ୍ଷକ କିଏ ଭବାନୀପାଟଣା , ଜୁନାଗଡ଼ , ଧର୍ମଗଡ଼ ରୁ ନିଜ ଗାଁରୁ ଯିବା ଆସିବା କରୁଛନ୍ତି । ସେହିଭଳି ସ୍କୁଲ ରେ ପିଅନ ମାନଙ୍କ ଅଵସ୍ଥା ମଧ୍ୟ ସମାନ ଅଟେ। କିଏ ଘରୁ ଯିବା ଆସିବା କରୁଛନ୍ତି ତ କିଏ ଛାତ୍ରଛାତ୍ରୀ ମାନଙ୍କ ସହ ହଷ୍ଟେଲ ରେ ରହୁଛନ୍ତି । ଶ୍ରେଣୀ ଗୃହ କିମ୍ବା ହଷ୍ଟେଲକୁ ଚକାଚକ କଲେ ପାଠ ହେବନାହିଁ । ଯାହାଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ମୟହେବ ସେହି ଶିକ୍ଷକ ମାନଙ୍କ ପାଇଁ ମଧ୍ୟ ସରକାର ରହିବା ବ୍ୟବସ୍ଥା କରିବା କଥା । ଅନେକ ସମୟରେ ରାଜନେତା, ବିଧାୟକ,ଜିଲ୍ଲା ମଙ୍ଗଳ ଅଧିକାରୀ ମଧ୍ୟ ଏହି ବିଦ୍ୟାଳୟକୁ ଯାଆନ୍ତି ହେଲେ କେବଳ ସ୍କୁଲ,ହଷ୍ଟେଲ ଦେଖି ଚାଲି ଆସନ୍ତି,ଶିକ୍ଷକ ମାନଙ୍କ ଅସୁବିଧାକୁ ଆଉ କେହି ଶୁଣନ୍ତି ନାହିଁ । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ, ଜିଲ୍ଲା ମଙ୍ଗଳ ବିଭାଗ ଓ ରାଜ୍ୟ ସରକାର ଶିକ୍ଷକ ମାନଙ୍କ ରହିବା ପାଇଁ ଗୃହ ନିର୍ମାଣ କରିବାକୁ ସାଧାରଣରେ ଦାବୀ ହେଉଛି । ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟଙ୍କୁ ପଚାରିବାରୁ ସେ କହିଥିଲେ ଯେ, ସରକାର ଶିକ୍ଷକ ମାନଙ୍କ ରହିବା ପାଇଁ କୌଣସି ଗୃହ ନିର୍ମାଣ ପାଇଁ ଟଙ୍କା ଦେଉ ନାହାନ୍ତି ,ଯଦି ଦେବେ ତାହେଲେ ବାସ ଗୃହ ନିର୍ମାଣ କରାଯିବ ବୋଲି କହିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଘୋଟିଆ ଛକ ନିକଟରେ ପିକଅପ ଧକ୍କା ରେ ବାଇକ ଆରୋହୀ ଗୁରୁତର 

Sunil Chandra Nayak

ଘୁମାଳ ଗାଁରେ ଵୀର ଶହୀଦ ଗଙ୍ଗା ନାରାୟଣ ସିଂଙ୍କ ୨୨୩ ତମ ଜନ୍ମ ଜୟନ୍ତୀ ସମାରୋହର

Sunil Chandra Nayak

ରାଧାନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ “ନୂଆ – ଓ” କାର୍ଯ୍ୟକ୍ରମ ଉଦଯାପିତ

masiha

Leave a Comment

error: Content is protected !!