ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦ୍ରପୁରୁ ବ୍ଲକରେ ଭୁଷୁଡି ପଡିଛି ଶିକ୍ଷା ବ୍ୟବସ୍ଥା, ୯ଟି ଶ୍ରେଣୀର ୫୮ପିଲାଙ୍କୁ ୨ଟି କୋଠରୀରେ ପାଠ ପଢ଼ାଉଛନ୍ତି ଜଣେ ଶିକ୍ଷକ

ଚନ୍ଦ୍ରପୁରୁ ବ୍ଲକରେ ଭୁଷୁଡି ପଡିଛି ଶିକ୍ଷା ବ୍ୟବସ୍ଥା, ୯ଟି ଶ୍ରେଣୀର ୫୮ପିଲାଙ୍କୁ ୨ଟି କୋଠରୀରେ ପାଠ ପଢ଼ାଉଛନ୍ତି ଜଣେ ଶିକ୍ଷକ

ରାୟଗଡା /ଚନ୍ଦ୍ରପୁରୁ- କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟ ଏବଂ ଶିକ୍ଷା ପ୍ରତି ଗୁରୁତ୍ବ ଦେଇ ଶିକ୍ଷାକ୍ଷେତ୍ରରେ ଆଗକୁ ନେବାକୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମାଗଣାରେ ଖାଦ୍ୟ, ପାଠ୍ୟପୁସ୍ତକ,ପୋଷାକ ଏଵଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଆସୁଛନ୍ତି, ଯାହାଫଳରେ ପିଲାମାନଙ୍କର ଶିକ୍ଷା ପ୍ରତି ପାଠ ପଢ଼ିବାକୁ ଆଗ୍ରହ ସୃଷ୍ଟି ହେବ ।ତେଣୁ କେହି ଅପାଠୁଆ ରହିବେ ନାହିଁ ବୋଲି ଲକ୍ଷ ଲକ୍ଷ ଟଙ୍କା ଦରମା ଦେଇ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦେଇଛନ୍ତି। କେତେକ ସ୍ଥାନରେ ଶିକ୍ଷକମାନେ ସିଆରସିଙ୍କ ‌ସଲାସୁତରାରେ ସ୍କୁଲକୁ ନ ଆସି ତାଙ୍କୁ ମାସିକିଆ ଦେଇ ମାସର ୨୦/୨୫ ଦିନ ସ୍କୁଲକୁ ଆସୁନଥିବା ଏଵଂ ସମ୍ପୂର୍ଣ୍ଣ ମାସର ଦରମା ହାତେଇ ଥିବା ଅଭିଯୋଗହେଉଛି । ସ୍କୁଲମାନଙ୍କରେ ମୈ।ଳିକ ସୁବିଧା ମଧ୍ୟ ସରକାର ଯୋଗାଇ ଦେଉନଥିବା ବେଳେ ଭଙ୍ଗା ଘରେ ଅସୁରକ୍ଷିତ ଭାବେ ପିଲାମାନଙ୍କର ପାଠ ପଢା ଚାଲିଛି।ଏପରି ଏକ ଅଭାବନୀୟ ବିଦ୍ୟାଳୟର ଚିତ୍ର ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଉପାନ୍ତ ଚନ୍ଦ୍ରପୁରୁ ଵ୍ଲକ ବିଜାପୁର ପଞ୍ଚାୟତ ଗୁଣ୍ଡ୍ରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ । ଏଠାରେ ବିଦ୍ୟାଳୟର ଗୃହ ଭଗ୍ନ ଅବସ୍ଥାରେ ଥାଇ ମଧ୍ୟ ଦୁଇଟି କୋଠରୀରେ ୯ଟି ଶ୍ରେଣୀର ୫୮ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ଦୀର୍ଘ ଦିନ‌ରହିଥିବା ଜଣେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଶ୍ରୀ ଦୁଷ୍ମନ୍ତ କୁମାର ମାଝୀ ଯେନେତେନେ ପ୍ରକାର ପାଠ ପଢାଇ ସମୟ ଅତିବାହିତ କରୁଅଛନ୍ତି। ଏଠାରେ ଥିବା ଅନ୍ୟଜଣେ ଶିକ୍ଷକ ରମେଶ ଶ୍ରୀରାମ ଗୁଣୁପୁରୁରେ ରହି ଅଧିକାଂଶ ଦିନ ସ୍କୁଲକୁ ଆସନ୍ତି ନାହିଁ।ଫଳରେ ଏକମାତ୍ର ପ୍ରଧାନ ଶିକ୍ଷକ ଶିଶୁବାଟିକା ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ କି ପ୍ରକାର ଶିକ୍ଷା ଦାନ ଦେଉଛନ୍ତି ତାହା ଶିକ୍ଷା ବ୍ୟଵସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି, ଏନେଇ ଚନ୍ଦ୍ରପୁରୁ ବିଇଓ ଶ୍ରୀ ଗଣେଶ ଚନ୍ଦ୍ର ଶବରଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ ସହକାରୀ ଶିକ୍ଷକ ରମେଶ ଶ୍ରୀରାମଙ୍କର ବାରମ୍ଵାର ମନ ଇଛା ଅନୁପସ୍ଥିତ ରହୁଥିବା ନେଇ କୈଫିୟତ ମଗା ଯାଇଛି, ଏବେ ଗଣମାଧ୍ୟମ ପ୍ରତିନିଧିଙ୍କ ମାଧ୍ୟମରେ ଜାଣିବା ପରେ ତଦନ୍ତ କରି ତାଙ୍କର ଦରମା ବନ୍ଦ କରାଯିବ, ଏହାପରେ ସ୍କୁଲକୁ ନିୟମିତ ନ ଆସିଲେ ତାଙ୍କ ନାମରେ ବିଭାଗୀୟ ପ୍ରୋସିଡିଂ ହୋଇ ସସପେଣ୍ଡ କରାଯିବ ଵୋଲି ବିଇଓ ଶ୍ରୀ ଶଵର ଆମ ଗଣମାଧ୍ୟମକୁ କହିଥିଲେ। ଏନେଇ ପ୍ରଧାନ ଶିକ୍ଷକ, ଅଭିଭାବିକା ଓ ଛାତ୍ର ଛାତ୍ରୀ ଏବଂ ରୋଷେଇଆ‌ ମାନେ ମଧ୍ୟ ଶିକ୍ଷକ ରମେଶ ଶ୍ରୀରାମଙ୍କ ଅନୁପସ୍ଥିତକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପିଲାଙ୍କ ଭବିଷ୍ୟତକୁ‌ନେଇ ଦୋଛକିରେ ଅଛନ୍ତି ଵୋଲି କ୍ୟାମେରା ଆଗରେ ପ୍ରକାଶ କରିଥିଲେ। ସରକାର ଯଦି ଆବଶ୍ୟକୀୟ ଶିକ୍ଷକ ଓ ସୁରକ୍ଷିତ ସଵୁ ଶ୍ରେଣୀର ଗୃହର‌ ଵ୍ୟଵସ୍ଥା‌ ନକରନ୍ତି ତେବେ ଆଗାମୀ ଦିନରେ ପୁରୁଷ ଓ ମହିଳା‌ ଅଭିଭାବକମାନେ ଗୁଣ୍ଡ୍ରୀଗୁଡା ସ୍କୁଲ ଘର ଵନ୍ଦ କରି ରାଜ ରାସ୍ତାକୁ ଓହ୍ଲାଇବେ ଵୋଲି ଚେତାବନୀ ଦେଇଛନ୍ତି। ଏହି ପଞ୍ଚାୟତର ଗୁଣ୍ଡ୍ରୀଗୁଡା ସ୍କୁଲ ସମେତ କମୁପଦର ସ୍କୁଲରେ ମଧ୍ୟ ଦୁଇଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ମହିଳା ଶିକ୍ଷୟିତ୍ରୀ ପ୍ରତିମା ପରିଡା ଥିବା ବେଳେ ଅନ୍ୟ ଜଣେ ଶିକ୍ଷକ ରମାକାନ୍ତ ବାଦସୀ ମଧ୍ୟ ବୁଧବାର ଦିନ ଅନ୍ୟ ଦିନ ଭଳି ଅନୁପସ୍ଥିତ ରହିଥିଲେ । ସେହିପରି ବିଜାପୁର ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କୁଲର‌୮ଜଣ ଶିକ୍ଷକଙ୍କ ମଧ୍ୟରୁ ପ୍ରାଥମିକ ବିଦ୍ୟାଳୟର ଜଣେ ଓ ହାଇସ୍କୁଲର ୨ଜଣ ଶିକ୍ଷକ‌ ଶ୍ରୀ ‌ରାମନାଥ ପତ୍ରୀ, କେଦାରନାଥ ରାଓ, ଉଦୟନାଥ ରାଇକା ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା।ଏଥିରେ ସିଆରିସିଙ୍କର ସମ୍ଫୃକ୍ତି ଥାଇ କେତେକ ଶିକ୍ଷକ ମାସର ଅଧିକାଂଶ ଦିନ ଅନୁପସ୍ଥିତ ରହିବା ନେଇ ‌ସିଆରସି‌ ଅବଗତ‌ ରହୁଥିବା ଅଭିଯୋଗ ହେଉଛି।ଲୋକଙ୍କ ଅଭିଯୋଗ ପ୍ରକାର ସାମ୍ବାଦିକମାନଙ୍କ ପରିଦର୍ଶନ ସମୟପରେ ବୁଧବାର ଦିନ ସ୍କୁଲମାନଙ୍କରେ ଏପରି ଅଭାବନୀୟ ‌ ଘଟଣାକୁ କ୍ୟାମେରାରେ କ୍ଏଦକରି ଚନ୍ଦ୍ରପୁରୁ ବିଇଓଙ୍କୁ ସମସ୍ତ ବିଷୟ ଜଣାଇଵା ପରେ ସେମାନଙ୍କୁ କୈଫିୟତ ମାଗିବାକୁ ଆଜି ବିଇଓ ଶ୍ରୀ ଶବର ତଦନ୍ତରେ ଵିଜାପୁରୁର ସମ୍ପୃକ୍ତ ଏହି ଵିଦ୍ୟାଳୟକୁ ଯାଇଥିବା ଫୋନ୍ ଯୋଗେ ଜଣାପଡିଛି। ତେଣୁ ସରକାର ସଚେତନ ହୋଇ ସ୍କୁଲମାନଙ୍କରେ ଥିବା ମୈ।ଳିକ ସମସ୍ୟା ଦୂର କଲେ ଶିକ୍ଷା ଦାନର ସୁଧାର ଆସିବ ବୋଲି ଶିକ୍ଷା ବିତ ଓ ଅଭିଭାବକ ମାନେ ମତ ଦେଇଛନ୍ତି। ତାଛଡ଼ା ମଧ୍ୟାହ୍ନ ଭୋଜନ ରୋଷେଇ ଅତି ନିମ୍ନମାନର ହେଉଥିବା ନେଇ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

Saipriya Walkers Club Leads Yet Another Green Initiative for a Sustainable Future

Sunil Chandra Nayak

ନର୍ଲା ରେ ନୂତନ ବିଡିଓ ଯୋଗଦାନ 

masiha

କୁଳର ସଟ୍ ସର୍କିଟ ରୁ ବନ୍ଧାଗାଁର ରୋହିତ ବେହେରାଙ୍କ ଘରେ ଅଗ୍ନି କାଣ୍ଡ,ଅଳ୍ପେକ ବର୍ତିଲେ ଛୋଟ ଶିଶୁ

Sunil Chandra Nayak

Leave a Comment

error: Content is protected !!