ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣାକୁ ନେଇ ବିଜେପି ହୀନ ରାଜନୀତି ନକରୁ : ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ସଙ୍ଘର ଚେତାବନୀ

ବଲାଙ୍ଗୀର-:  ଦୈବୀ ଦୁର୍ଘଟଣାକୁ ନେଇ ବିଜେପି ହୀନ ରାଜନୀତି ନକରୁ ବୋଲି ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, କିଛି ଦିନ ତଳେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟଙ୍କଧର ହେଉଛନ୍ତି ସାଂସଦ ବିଶିଙ୍କ ଆତ୍ମୀୟ ସମ୍ପର୍କୀୟ । ଏହା ଜାଣିବା ପରେ ସେ ଦୁଃଖ ପ୍ରକାଶ କରିବା ସହ ନିଜେ ଟଙ୍କଧରଙ୍କ ଗ୍ରାମକୁ ଯାଇ ଶବ ସତ୍କାର କରିବା ସହ ପରିବାର ସଦସ୍ୟ ତଥା ଜାତି ସମାଜର ବନ୍ଧୁ ବର୍ଗଙ୍କୁ ଭେଟି ମୃତ ଟଙ୍କଧରଙ୍କ ପରିବାରର ସମସ୍ତ ପ୍ରକାର ସୁବିଧା ବୁଝିବେ ବୋଲି ପ୍ରତିଶୃତି ଦେଇ ଫେରିଥିଲେ ।

କିନ୍ତୁ ଏହି ଦୈବୀ ଦୁର୍ଘଟଣାକୁ ନେଇ ବିଜେପି ଦଳର ନେତା ଶିବାଜୀ ମହାନ୍ତି ହୀନ ରାଜନୀତି କରୁଥିବାରୁ ତାଙ୍କ ବିରୁଦ୍ଧରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ଏଟ୍ରୋସିଟି କରାଯିବ ବୋଲି ପାଟଣାଗଡ ଆଦିବାସୀ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଂଗଠକ ଅଷ୍ଟରତନ ବରିହା ସୂଚନା ଦେଇଛନ୍ତି । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଲୋକପ୍ରିୟତାକୁ ସହି ନପାରି ଅଯଥା ବଦନାମ ତଥା ନିନ୍ଦା କରୁଥିବା ଯୋଗୁଁ ଏହିଭଳି ହୀନ ଚକ୍ରାନ୍ତ କରୁଥିବା ଅଭିଯୋଗ କରିଥିଲେ ବୋଲି ଉପସ୍ଥିତ ସ୍ଥାନୀୟ ନେତୃ ବୃନ୍ଦ ନିଜ ବକ୍ତବ୍ୟରେ କହିଥିଲେ । ଗାଡି ଦୁର୍ଘଟଣା ସମୟରେ ରାଜ୍ୟସଭା ସାଂସଦ ଉପସ୍ଥିତ ନ ଥିଲେ, ତାପରେ ପୋଲିସ ପକ୍ଷରୁ ଆଇନ ଅନୁଯାୟୀ ତଦନ୍ତ ଜାରି ରହିଥିବା ବେଳେ ଅଯଥାରେ ସାଂସଦଙ୍କ ବିରୁଦ୍ଧରେ ବିଜେପି ନେତା ଦେଉଥିବା ମନ୍ତବ୍ୟ ମିଥ୍ୟା, ମନ ଗଢା, କପୋଳ କଳ୍ପିତ, ଭିତ୍ତିହୀନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବା ସହ ହିନ ରାଜନୀତିରୁ ନିବୃତ ରହିବାକୁ ଆଦିବାସୀ ସଙ୍ଘ ତରଫରୁ ଚେତାବନୀ ଦିଆଯାଇଛି । ଯେହେତୁ ଆଦିବାସୀମାନଙ୍କ ହକ ପାଇଁ ସଦା ସର୍ବଦା ଶ୍ରୀ ବିଶି ଲଢେଇ ଜାରି ରଖି ଲୋକଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି । ସେଥିପାଇଁ ଆମ ରାଜ୍ୟସଭା ସାଂସଦଙ୍କୁ ବଦନାମ କରିବା ଯୋଜନାକୁ ଆମେ ଦୃଢ଼ ନିନ୍ଦା କରିବା ସହ ବିଶାଳ ସଶସ୍ତ୍ର ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲା ଉଜ୍ଜ୍ୱଳା ଦିଦି ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରେରଣ

ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ

masiha

OSWASରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ତିନି ଜଣ ଅଧିକାରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ  ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ କହିଲେ – “OSWAS ସୁଶାସନର ଏକ ଶକ୍ତିଶାଳୀ ମାଧ୍ୟମ”

Sunil Chandra Nayak

Leave a Comment

error: Content is protected !!