ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାରାୟଣପାଟଣା ବ୍ଲକରେ ୬୧ଟି ଅଭିଯୋଗର ଶୁଣାଣୀ କଲେ ପ୍ରକଳ୍ପ ନିର୍ଦ୍ଧେଶକ

ନାରାୟଣପାଟଣା ୨୯।୦୫ //ନାରାୟଣପାଟଣା ବ୍ଲକ ଠାରେ ଗୋଷ୍ଠି ଉନ୍ନୟନ ଅଧିକାରି ଅସ୍ଵୀନି ମହାପାତ୍ରଙ୍କ ପରିଚାଳନାରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ କୋରାପୁଟ୍ ଜିଲ୍ଲାପାଳ ଅବଦୁର୍ ମହମଦ ଅଖ୍ତର କୋଣସି କାରଣ ବସତଃ ଅନୁପସ୍ଥିତ ଥିବାରୁ ପ୍ରକଳ୍ପ ନିର୍ଦ୍ଧେଶକ ଗୌରବ ଶିବାଜୀ ଇଶ୍ଵଲଓ୍ଵାର୍ ସମୁଦାୟ ୬୧ଟି ଅଭିଯୋଗର ଶୁଣାଣୀ କରିଥିଲେ।ସେଥି ମଧ୍ୟରୁ ଅଧିକାଂଶ ପାନିୟ ଜଳ,ବିଜୁଳି ଓ ଚାଷ ପାଇଁ ଆଡିବନ୍ଧ ନିର୍ମାଣ ଉପରେ ଅଭିଯୋଗ ହୋଇଥିଲା।

ନାରାୟଣପାଟଣା ଠାରେ ହଜାର ହଜାର ଚାଷ ଜମି ଥିବା ସତ୍ଵେ ଆଡିବନ୍ଧର ବ୍ୟବସ୍ଥା ନାହିଁ।ଫଳରେ ଅନେକ ଚାଷୀ ଜଳକର ଦେଉ ନଥିବାରୁ ମଣ୍ଡିର ସୁବିଧା ପାଇପାରୁ ନାହାନ୍ତି। ତେଣୁ କରି ବ୍ଲକରେ ଅଧିକରୁ ଅଧିକ ଚ୍ୟାକ୍ ଡ୍ୟାମ ନିର୍ମାଣ କରା ଗଲେ ଚାଷୀ ମାନେ ଜଳ କର ବାନ୍ଧି ମଣ୍ଡିର ସୁବିଧା ପାଇ ପରନ୍ତେ ବୋଲି ଚାଷିମୂଲିଆ ଆଦିବାସି ସଂଘର ସଭାପତି ଲିଙ୍ଗା ନାଚିକା ଅଭିଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିକ୍ଷାଧିନ ଥିବା ଭାରତୀୟ ପ୍ରସାସନିକ ସେବା ଅଧିକାରି ପ୍ରଥମେସ୍ ରାଜ୍ ସିର୍କେ,ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଧେଶକ ଡ.ନୀଳମାଧବ ଶତପଥି,ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୋଲାଦି ତ୍ରୀନାଥ,ତହସିଲଦାର୍ ଯଦୁମଣି ନାୟକ ଉପସ୍ଥିତ ଥିଲେ।ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅବସରରେ ବ୍ଲକରେ ଥିବା ସମସ୍ତ ବିଭାଗର ଅଧିକାରି ମାନେ ଯୋଗ ଦେଇଥିଲା ବେଳେ ସାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନାରାୟଣପାଟଣା ଥାନା ତରଫରୁ ବ୍ୟାପକ ପୋଲିସ୍ କର୍ମି ମୃତୟନ କରାଯଇଥିଲା ।

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଭାପୁର ଫାଣ୍ଡିକୁ ପୋଲିସ ଷ୍ଟେସନ କରିବା ଯୋଜନା ନାଲି ଫିତା ତଳେ 

Sunil Chandra Nayak

ଜିଲ୍ଲାପାଳଙ୍କ ଗୁଡାରି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ବାଲି ମାଫିଆ ବନ୍ଧା ହେବେ ଘୋଷଣା ପରେବି ବେଧଡକ ଚୋରା ବାଲି ଚାଲାଣ 

masiha

Leave a Comment

error: Content is protected !!