ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋରନ୍ଦା ମହିମା ପୀଠରେ ପୂଜାର୍ଚ୍ଚନା ସହ ମହିମା ସାଧୁଙ୍କଠାରୁ ଆଶୀର୍ବାଦ ନେଲେ ଭି. କେ ପାଣ୍ଡିଆନ , ଯୋରନ୍ଦା ସ୍କୁଲ ପରିଦର୍ଶନ କଲେ

ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ କେବଳ ଯୋରନ୍ଦା ପୀଠ ପାଇଁ ୧୦ କୋଟି ଟଙ୍କାରେ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି। ପୀଠରେ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ରାସ୍ତାଘାଟ , ଉନ୍ନତମାନର ଶୌଚାଳୟ , ପାର୍କ , ପୋଖରୀ ଗୁଡ଼ିକର ପୁନରୁଦ୍ଧାର ପାଇଁ କାର୍ଯ୍ୟ ଜାରି ରହିଛି। ବିଶ୍ରାମସ୍ଥଳୀ , ବଡ଼ମଠ , ଆଶ୍ରମ ଓ ମନ୍ଦିରଗୁଡିକ ଚିହ୍ନଟ ପାଇଁ ସାଇନେଜ୍ ବ୍ୟବସ୍ଥା ଏବଂ ସମଗ୍ର ପୀଠରେ ଆଲୋକୀକରଣ ବ୍ୟବସ୍ଥା କରାଯାଉଛି। ଏସମସ୍ତ କାର୍ଯ୍ୟର ତଦାରଖ କରିବା ସହ ବକଳଧାରୀ ଓ କୌପିନଧାରୀ ମହିମା ସନ୍ୟାସୀଙ୍କ ସହିତ ଏକାଠି ମିଶି ପ୍ରସାଦ ସେବନ କରିଥିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ! ଓଡିଶା ସରକାର ଙ୍କ 5T ସଚିବ ଭିକେ ପାଣ୍ଡିଆନ ଯୋରନ୍ଦା ପରିଦର୍ଶନରେ ଆସିଥିବା ବେଳେ ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଓ ଏନ ସିସି କ୍ୟାଡେଟ ଙ୍କୁ କିଛି ବିଶେଷ ମୁହୂର୍ତ୍ତ ରେ ଦେଖିବାକୁ ମିଳିଥିଲା, ଓ ପରେ କାଲୁରିଆ ସେତୁର ନାମ ମହିମା ସେତୁ ରଖାଯାଇଥିଲା ଓ ଦଶ କୋଟି ବିନିମୟରେ ଆସିଥିବା ଟଙ୍କା କୁ ୨ ସହ କୋଟି ଟଙ୍କାର କାମ କରାଯିବ ବୋଲି ପାଣ୍ଡିଆନ ପ୍ରତିଶୃତି ଦେଇଥିଲେ।

ଢେଙ୍କାନାଳ ଗଁଦିଆ ରୁ ତାପସ ଦାସ ଙ୍କ ରିପୋର୍ଟ ମସିହା ନିଉଜ

Related posts

ତେନ୍ତୁଳିଖୁଣ୍ଟି ନିକଟରେ ବେଆଇନ କାଠ ପରିବହନ ଗାଡ଼ି ଜବତ

Sunil Chandra Nayak

ଭୁବନ ଦର୍ଜି ସଂଘ ପକ୍ଷରୁ ବୁଦ୍ଧେଶ୍ୱର ରେ ବୈଠକ

masiha

ବର୍ଷା ବିତ୍ପାତ ! ଯୋରଦା ପଞ୍ଚାୟତର ଦୁନ୍ଦୁ ସାହିରେ କାନ୍ଥ ଭୁଷୁଡି ପରିବାରର ୪ ସଦସ୍ୟ ଆହତ

Sunil Chandra Nayak

Leave a Comment

error: Content is protected !!