ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତିରିକ୍ତ ଶାସନ ସଚିବ ଓ କୃଷି କମିସନରଙ୍କ ସାନଚେରଗାଁ କୃଷି ବଗିଚା ପରିଦର୍ଶନ

ଗୋଲାମୁଣ୍ଡା, ତା.୧୭।୧(ସମିସ): ଆଜି ସକାଳ ସମୟରେ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିସନର ପ୍ରଦୀପ ଜେନା ଓ କୃଷି କମିସନର ଡ଼. ଅରବିନ୍ଦ ପାଢ଼ୀ ସାନଚେରଗାଁଠାରେ କୃଷି ବଗିଚା ପରିଦର୍ଶନ କରିଛନ୍ତି । ପ୍ରଥମେ କୃଷ୍ଣଚନ୍ଦ୍ର ନାଗଙ୍କ କୃଷି ବଗିଚା କୁ ଯାଇ ବିଭିନ୍ନ ପ୍ରକାର କୃଷି ଉପକରଣ ବିଶେଷ କରି ତାଙ୍କ ବଗିଚାରେ ଥିବା ଛତିଶଗଡ଼ ରାଜ୍ୟର କୃଷି ଉପକରଣ କୁ ଓଡ଼ିଶାରେ କିପରି ବିକଶିତ କରିହେବ ସେ ନେଇ ଆଲୋଚନା କରିଥିଲେ । ବଗିଚାରେ ଥିବା ଶିତଳ ଭଣ୍ଡାର ଓ ଟମାଟୋ ଚାଷ ବୁଲି ଦେଖିଥିଲେ । ଟମାଟୋ ଚାଷ ଦେଖି ଆଗାମୀ ଦିନରେ କିପରି କୃଷ୍ଣଚନ୍ଦ୍ର ନାଗଙ୍କ ପରି ହଜାରେ ଚାଷୀ ଜିଲ୍ଲାରେ ବାହାରି ପାରିବେ ଏନେଇ କାମ କରିବାକୁ ଜିଲ୍ଲାପାଳ ଓ କୃଷି ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ଅତିରିକ୍ତ ଶାସନ ସଚିବ ଶ୍ରୀ ଜେନା । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ସହଯୋଗରେ ଶ୍ରୀ ନାଗ ଟମାଟୋ,କଲରା ଓ ଲଙ୍କା ଚାଷ କରି ନିଜ ବଗିଚାରେ ୫୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ କାମ ଯୋଗାଇ ରୋଜାଗାର କ୍ଷମ କରିଥିବା ବେଳେ ନିଜେ ବର୍ଷକୁ ୫୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । ଏହା ଛଡା ତାଙ୍କ ବଗିଚାରେ ଆମ୍ବ, କୁକୁଡ଼ା,ମାଛ ଚାଷ ମଧ୍ୟ କରୁଛନ୍ତି । ଠିକ ସେହିପରି ମିଶନ ଶକ୍ତି, ଆଞ୍ଚଳିକ ଜନ ସେବା ଅନୁଷ୍ଠାନ ଦ୍ୱାରା ପରିଚାଳିତ ଏପିସି ଗୋଲାମୁଣ୍ଡା ଓ ସାନଚେରଗାଁସ୍ଥିତ ମାଁ ବସ୍ତାରେଣି ପ୍ରଡ୍ୟୁସର ଗ୍ରୁପ ପ୍ରିଦର୍ଶନ କରି ଚାଷୀ ମାନଙ୍କ ସହିତ ଚାଷ ପ୍ରଣାଳୀ, ପନିପରିବା କ୍ଲଷ୍ଟର ବିକାଶ, କ୍ଷୁଦ୍ର ଜଳସେଚନ ଉପରେ ପ୍ରାଧାନ୍ୟତା, ସାମୂହିଜ କ୍ରୟ,ବିକ୍ରୟ ଓ ଚାଷୀମାନଙ୍କ ଆୟ ବିଷୟରେ ଆଲୋଚନା କରିଥିଲେ । କେଗାଁଠାରେ ଥିବା ମାଁ ଦ୍ୱାରସେନି ମହିଳା ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ର କାର୍ଯ୍ୟ ବିଷୟରେ ପଚାରି ବୁଝିଥିଲେ । ଆଜିର ଏହି ଗସ୍ତ ସମୟରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷ ରେଡ଼ି, ଉଦ୍ୟାନ ବିଭାଗ ନିର୍ଦ୍ଦେଶ ରୋହିତ ଲେଙ୍କା, ଧର୍ମଗଡ଼ ଉପଜିଲ୍ଲାପାଳ ବେଦଭୁଷଣ, କୃଷି ଜିଲ୍ଲା ଅଧିକାରୀ ଜାମି ସୂର୍ଯ୍ୟା ରାଓ ,ଡିଡିଏ କିଶୋର କୁମାର ମହାଲିଙ୍ଗ,ବିଡ଼ିଓ ଶ୍ରୀଧର ପଣ୍ଡା ,ଏଡିଏସ ଟଙ୍କଧର କାଳୁ, ଏଏସଓ ନିହାରିକା ସାହୁ, ବିପିଏମ ସୁଧାଂଶୁ ବିଶ୍ୱାଳ, ସହକାରୀ କୃଷି ଅଧିକାରୀ ଲିଙ୍ଗରାଜ ମେହେର , ବିପିଏମ ସୁଧାଂଶୁ ବିଶ୍ୱାଳ, ଗ୍ରାମ୍ୟ କୃଷି କର୍ମଚାରୀ ରଘୁନାଥ ଜାଲ ପ୍ରମୁଖ ଉପସ୍ଥିତ ଥିଲେ ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଦେହାନ୍ତ :ସମଗ୍ର ଅଞ୍ଚଳ ରେ ଶୋକର ଛାୟା 

Sunil Chandra Nayak

ହିମାଦ୍ରୀଙ୍କୁ ମିଳିଲା ପତଞ୍ଜଳି ଯୋଗ ସମିତିର ସୋସିଆଲ ମିଡ଼ିଆ ପ୍ରଭାରୀ ଦାୟିତ୍ୱ

masiha

ଆମପାଣି ଯୋନର ୮ଟି ପଞ୍ଚାୟତ ୱାର୍ଡ଼ ମେମ୍ବରଙ୍କ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!