ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ୩୪ ତମ ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରେଳି ସହିତ ଉଦଯାପିତ।

ବଲାଙ୍ଗୀର, ଦିନ କୁ ଦିନ ସଡକ ଦୁର୍ଘଟଣା ର ସଂଖ୍ୟା ବଢି ବଢି ଚାଲିଛି । ସେହିପରି ଆହୁରି ମଧ୍ୟ ନିଶାସକ୍ତ ଅବସ୍ଥା ରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ବି ବଢ଼ି ଚାଲିଛି। ଦେଖିଲେ , ମନେ ହୁଏ ଜନ ସଚେତନତା ତଥା ଟ୍ରାଫିକ ନିୟମର କଡାକଡି ପାଳନ ମାଧ୍ୟମ ରେ ହିଁ କେବଳ ଧନ ଜୀବନ ହାନିକୁ ରୋକା ଯାଇ ପାରିବ ।

ଜନସାଧାରଣଙ୍କ ମଧ୍ୟରେ ସଚହେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରେ, ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ କୁମାର ମାରାଣ୍ଡି ଙ୍କ ନେତୃତ୍ୱରେ ସଡ଼କ ସୁରକ୍ଷା ସଚେତନତା ରେଲି ଆୟୋଜନ କରାଯାଇଥିଲା । ଡ୍ର। ଇଭିଂ ଟ୍ରେନିଂ ସେଣ୍ଟର୍ ଠାରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଏସପି ନୀତିନ କୁଶଳକର ସବୁଜ ପତାକା ଦେଖେଇ ରେଲି କୁ ଉଦଘାଟନ କରିଥିଲେ । ବଲାଙ୍ଗିର ବିଭିନ୍ନ କଲେଜ ର ଛାତ୍ର ଛାତ୍ରୀ ତଥା ଗାଡ଼ି ଶୋ ରୁମର ଷ୍ଟାଫ ସହିତ ପରିବହନ ବିଭାଗ ର ସମସ୍ତ କ୍ରମଚାରୀ ଅଂଶ ଗ୍ରହଣ କରି ବଲାଙ୍ଗିର ସହର ବୁଲି ଲୋକଙ୍କୁ ଟ୍ରାଫିକ ନିୟମ, ସହିତ ଦୁର୍ଘଟଣା କିପରି ରୋକା ଯାଇପାରିବ ସେ ଉପରେ ସଚେତନତା କରିଥିଲେ । ସଡକ ସୁରକ୍ଷା ସଚେତନତା ସପ୍ତାହର ଏକ ସଚେତନତା ରଥ ମଧ୍ୟ ସହର ବୁଲିଥିଲା । ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ କୁମାର ମାରାଣ୍ଡି, ଏସ ଡି ପି ଓ ତୋଫାନ ବାଗ, ଅତିରିକ୍ତ ପରିବହନ ଅଧିକାରୀ ପ୍ରଭାସ କୁମାର ବାଘଲା , ଅତିରିକ୍ତ ଏମ୍ଭିଆଇ କାହୁଁ ଚରନ ବାନହରା ଓ ଟି ଆଇ ଯୋଷବନ୍ତ ଚିନରା ପ୍ରମୁଖ ଉପସ୍ଥିତ ଥିଲେ। ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ବଲାଙ୍ଗିର ରୁ ଶରତ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ପୌରପାଳିକା ଆନୁକୁଲ୍ୟରେ ” ଆମ ଓଡ଼ିଶା, ନବୀନ ଓଡ଼ିଶା”( ସହରୀ) ସଚେତନତା ଶିବିର ଉଦଯାପିତ

masiha

ରାଇରଙ୍ଗପୁରର ନୂତନ ବନଖଣ୍ଡ ଅଧିକାରୀ ଭାବେ ସୁବ୍ରତ ପାତ୍ରଙ୍କ ଯୋଗଦାନ

Sunil Chandra Nayak

ଏଜେଓ ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ଜୁନିଅର ରେଡ଼କ୍ରସ ଦୁଇ ଦିନିଆ ଶିକ୍ଷା ଓ ତାଲିମ ଶିବିର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!