ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ୩୪ ତମ ସଡ଼କ ସୁରକ୍ଷା ସପ୍ତାହ ସଚେତନତା ରେଳି ସହିତ ଉଦଯାପିତ।

ବଲାଙ୍ଗୀର, ଦିନ କୁ ଦିନ ସଡକ ଦୁର୍ଘଟଣା ର ସଂଖ୍ୟା ବଢି ବଢି ଚାଲିଛି । ସେହିପରି ଆହୁରି ମଧ୍ୟ ନିଶାସକ୍ତ ଅବସ୍ଥା ରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ବି ବଢ଼ି ଚାଲିଛି। ଦେଖିଲେ , ମନେ ହୁଏ ଜନ ସଚେତନତା ତଥା ଟ୍ରାଫିକ ନିୟମର କଡାକଡି ପାଳନ ମାଧ୍ୟମ ରେ ହିଁ କେବଳ ଧନ ଜୀବନ ହାନିକୁ ରୋକା ଯାଇ ପାରିବ ।

ଜନସାଧାରଣଙ୍କ ମଧ୍ୟରେ ସଚହେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରେ, ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ କୁମାର ମାରାଣ୍ଡି ଙ୍କ ନେତୃତ୍ୱରେ ସଡ଼କ ସୁରକ୍ଷା ସଚେତନତା ରେଲି ଆୟୋଜନ କରାଯାଇଥିଲା । ଡ୍ର। ଇଭିଂ ଟ୍ରେନିଂ ସେଣ୍ଟର୍ ଠାରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଏସପି ନୀତିନ କୁଶଳକର ସବୁଜ ପତାକା ଦେଖେଇ ରେଲି କୁ ଉଦଘାଟନ କରିଥିଲେ । ବଲାଙ୍ଗିର ବିଭିନ୍ନ କଲେଜ ର ଛାତ୍ର ଛାତ୍ରୀ ତଥା ଗାଡ଼ି ଶୋ ରୁମର ଷ୍ଟାଫ ସହିତ ପରିବହନ ବିଭାଗ ର ସମସ୍ତ କ୍ରମଚାରୀ ଅଂଶ ଗ୍ରହଣ କରି ବଲାଙ୍ଗିର ସହର ବୁଲି ଲୋକଙ୍କୁ ଟ୍ରାଫିକ ନିୟମ, ସହିତ ଦୁର୍ଘଟଣା କିପରି ରୋକା ଯାଇପାରିବ ସେ ଉପରେ ସଚେତନତା କରିଥିଲେ । ସଡକ ସୁରକ୍ଷା ସଚେତନତା ସପ୍ତାହର ଏକ ସଚେତନତା ରଥ ମଧ୍ୟ ସହର ବୁଲିଥିଲା । ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ କୁମାର ମାରାଣ୍ଡି, ଏସ ଡି ପି ଓ ତୋଫାନ ବାଗ, ଅତିରିକ୍ତ ପରିବହନ ଅଧିକାରୀ ପ୍ରଭାସ କୁମାର ବାଘଲା , ଅତିରିକ୍ତ ଏମ୍ଭିଆଇ କାହୁଁ ଚରନ ବାନହରା ଓ ଟି ଆଇ ଯୋଷବନ୍ତ ଚିନରା ପ୍ରମୁଖ ଉପସ୍ଥିତ ଥିଲେ। ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ବଲାଙ୍ଗିର ରୁ ଶରତ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ଦିବସ’ ପାଳନ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ପ୍ରଦେଶ ଗଠର ରେ ମୂଖ୍ୟ ଭୂମିକା ଗ୍ରହଣ କରିଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

Sunil Chandra Nayak

ଧର୍ମପରାୟଣ ପୂର୍ଣଚନ୍ଦ୍ର ଗିରିଙ୍କ ଦେହାନ୍ତରେ ହାଟବାଦଡାରେ ଶୋକରେ ଛାୟା

Sunil Chandra Nayak

ଉପଖଣ୍ଡ ଯୁବ ପ୍ରତ୍ରକାର ସଂଘ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!